Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚାପ ଆଗରେ ମୁଣ୍ଡ ନୁଆଁଇଲେ ସି ଜିନପିଙ୍ଗ: କରୋନା ଉତ୍ପତ୍ତିର ସନ୍ଧାନ ପାଇଁ ଚୀନ ଯିବେ WHO ଟିମ୍‌, ସହମତି ଦେଲା ଡ୍ରାଗନ

8/07/2020 at 9:07 PM

ନୂଆଦିଲ୍ଲୀ ୦୮।୦୭: ଚୀନ ବୁଧବାର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)ର ଏକ ଟିମ୍‌କୁ କରୋନା ଭାଇରସ୍‌ର ଉତ୍ପତ୍ତିର ସନ୍ଧାନ ପାଇଁ ନିଜ ଦେଶକୁ ଗସ୍ତ କରିବାକୁ ଅନୁମତି ଦେବା ଉପରେ ସହମତି ପ୍ରକାଶ କରିଛି। ଉଲ୍ଲେଖନୀୟ କରୋନା ଭୂତାଣୁର ପ୍ରଥମ କେସ୍‌ ଚୀନର ଉହାନରୁ ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଆମେରିକା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରୁ ଅଲଗା ହେବା ନିଷ୍ପତ୍ତିକୁ ସମାଲୋଚନା କରି ଚୀନ କହିଛି ଯେ, ଆମେରିକା ଏକତରଫା ଭାବେ ଏହି ପଦକ୍ଷେପ ନେଇଛି। ଚୀନ କୋଭିଡ୍-୧୯ର ମୁକାବିଲା ନେଇ ହୋଇଥିବା ପ୍ରୟାସ ସଂପର୍କରେ ଡବ୍ଲ୍ୟୁଏଚଓକୁ ପ୍ରଶଂସା କରିଛି।

କରୋନା ଭାଇରସ୍ କେଉଁଠି ବ୍ୟାପିଛି ଏହାର ଯାଞ୍ଚ ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ବିଶେଷଙ୍କ ଏକ ଟିମ୍‌ ଚୀନ ଗସ୍ତ କରିବାକୁ ଯାଉଛନ୍ତି। କରୋନା ଭାଇରସ୍‌ ପ୍ରସଙ୍ଗରେ ଡବ୍ଲ୍ୟୁଏଚଓ ଚୀନକୁ ଘଣ୍ଟ ଘଉଡାଇଥିବା ଅଭିଯୋଗ ହୋଇଥିଲା। ଚୀନ ଇସାରାରେ ଡବ୍ଳ୍ୟୁଏଚଓ କାମ କରୁଥିବା କୁହାଯାଇଥିଲା। ଏହାକୁ ନେଇ ଡବ୍ଲ୍ୟୁଏଚଓର ସଭାପତିଙ୍କୁ ମଧ୍ୟ ଅପଦସ୍ଥ ହେବାକୁ ପଡିଥିଲା।

କରୋନା ଭାଇରସ୍‌ର ଯାଞ୍ଚ କରିବା କଥା ଉଠିଲେ ପୂର୍ବରୁ ଚୀନ ଚିହିଁକି ଉଠୁଥିଲା। ଭାଇରସ୍‌ ବିଷୟରେ ଚୀନ ପୂରା ଦୁନିଆକୁ ଅନ୍ଧକାରରେ ରଖିଥିବା ଏବଂ ନିଜ ଦେଶରେ ସଠିକ୍ ମୁକାବିଲା କରିନଥିବା ଅନେକ ଦେଶ ଅଭିଯୋଗ କରିଥିଲେ। ଏପରିକି ଚୀନ ବିଶ୍ଵ ସମୁଦାୟକୁ କରୋନା ବିଷୟରେ ଆରମ୍ଭ ସୂଚନା ଦେଇନଥିଲା। ପରିସ୍ଥିତି ବିଷୟରେ ଅବଗତ ଥାଇ ମଧ୍ୟ ନିଜ ଦେଶରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଜାରି ରଖିଥିଲା। ଏପରିକି ଚୀନ ଏମିତି ଘଡିସନ୍ଧି ମୁହୂର୍ତ୍ତରେ ପଡୋଶୀ ଦେଶ ଏବଂ ନିଜର ସହଯୋଗୀ ଦେଶକୁ ଦୁର୍ବଳ କିଟ୍‌ ଏବଂ ମାସ୍କ ପଠାଇ ନିଜର ବ୍ୟବସାୟ ହିତ ସାଧନ କରିବାକୁ ପଛେଇ ନଥିଲା। ଯାହା ପରେ ଚୀନ ସମଗ୍ର ଦୁନିଆର ଟାର୍ଗେଟ୍‌ରେ ଆସିଥିଲା। ବିଶ୍ଵର ଶକ୍ତିଶାଳୀ ଦେଶମାନଙ୍କ ପକ୍ଷରୁ ଚାପ ବଢିବାରେ ଲାଗିଥିଲା। ଶେଷରେ ଚୀନ ଡବ୍ଲ୍ୟୁଏଚଓ ଟିମ୍ ଆସି ତାରି ଦେଶରେ କରୋନାର ଉତ୍ପତ୍ତି ସ୍ଥଳ ଯାଞ୍ଚ କରିବାକୁ ଅନୁମତି ଦେଇଛି।  

ଆମେରିକା ଗତ ବର୍ଷ ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସ୍‌ ମହାମାରୀକୁ ନେଇ ଡବ୍ଲ୍ୟୁଏଚଓ ଉପରେ ବେଜିଂର ପକ୍ଷ ନେଉଥିବା ଆରୋପ ଲଗାଇଥିଲା। ଆମେରିକା ଅଭିଯୋଗ କରିଥିଲା ଯେ, ଡବ୍ଲ୍ୟୁଏଚଓ ବିଶ୍ଵ ସମୁଦାୟକୁ ଭ୍ରମିତ କରିଛି, ଯେଉଁ କାରଣରୁ ସାରା ଦୁନିଆରେ କରୋନା ମହାମାରୀରେ ୫ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରୁ ୧ ଲକ୍ଷ ୩୦ ହଜାର ମୃତ୍ୟୁ କେବଳ ଆମେରିକାରୁ।

ଚୀନର ବୈଦେଶିକ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, କରୋନା ମୁକାବିଲାରେ ଡବ୍ଲ୍ୟୁଏଚଓର ସମର୍ଥନ କରିବାର ଅର୍ଥ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ସମର୍ଥନ କରିବା। ଏଥିରେ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ। ଆମେରିକାର ଏହି ପଦକ୍ଷେପରେ ମହାମାରୀ ବିରୋଧରେ ଅନ୍ତରାଷ୍ଟ୍ରୀୟ ପ୍ରୟାସକୁ ଝଟକା ଲାଗିଛି।

   Related Posts