Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଚୀନ୍ ବିରୋଧୀ ମୋର୍ଚ୍ଚା ବୁଲିଛି ଦୋକାନ ଦୋକାନ : ଚୀନ୍ ସାମଗ୍ରୀ ବିକ୍ରି ନକରିବା ପାଇଁ ବ୍ୟବସାୟୀଙ୍କୁ କରୁଛନ୍ତି ସଚେତନ, ବେପାରୀ କହିଛନ୍ତି ମିଳୁନି ଉପଯୁକ୍ତ ବିକଳ୍ପ

18/06/2020 at 11:53 AM

ଭଦ୍ରକ ୧୮।୦୬: ଲଦାଖର ଗଲଓ୍ୱାନ ଘାଟିରେ ଭାରତୀୟ ସୈନିକ ସହିଦ ହେବା ପରେ ଚୀନ୍‌ ବିରୋଧରେ ଆରମ୍ଭ ହେଲାଣି ଆକ୍ରୋଶ ମନୋଭାବ । ଚୀନ ସାମଗ୍ରୀକୁ ବ୍ୟାନ କରିବା ସହ ଉଚିତ ଶିକ୍ଷା ଦେବା ପାଇଁ ଆରମ୍ଭ ହେଲାଣି ମୋର୍ଚ୍ଚା । ଭିନ୍ନ ଭିନ୍ନ ସଂଗଠନ ବିଭିନ୍ନ ଉପାୟରେ ଚୀନ୍‌କୁ ବିରୋଧ  କରିବା ଆରମ୍ଭ କଲେଣି ।  ଆଉ ଚୀନ୍‌ ସାମଗ୍ରୀକୁ  ବର୍ଜନ କରିବା ପାଇଁ ଅନୁରୋଧ ମଧ୍ୟ କଲେଣି  । କିନ୍ତୁ ବ୍ୟବସାୟୀ କହୁଛନ୍ତି  ଯେ,  ମିଳୁନି ବିକଳ୍ପ ଆଉ ଭଲ ବ୍ରାଣ୍ଡର ସାମଗ୍ରୀ ।

ଚୀନ୍‌ ସହି ଲଢି ଦେଶ ସହିଦ ହୋଇଛନ୍ତି  20 ଭାରତୀୟ ସୈନିକ । ଚୀନ୍‌କୁ ସାବାଡ କରିବା ପାଇଁ ଏବେ ମୋର୍ଚ୍ଚା ଆରମ୍ଭ କଲେଣି ଯୁବ ସମାଜ । ଭଦ୍ରକ ସହର ରେ ମଧ୍ୟ ଏବେ ଚୀନ୍‌ ପାଇଁ କେବଳ ଆକ୍ରୋଶ ଦେଖିବା ପାଇଁ ମିଳିଛି । ଜିଲ୍ଲା କଂଗ୍ରେସ ସହିଦଙ୍କ ଅମର ଆତ୍ମା ର ସଦଗତି ପାଇଁ କ୍ୟାଣ୍ଡେଲ ମାର୍ଚ କରିଛି । ଶତାଧିକ କର୍ମୀ କ୍ୟାଣ୍ଡେଲ ମାର୍ଚ୍ଚ କରି କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଛନ୍ତି । ଭଦ୍ରକର ଅଗ୍ରଣୀ ସଂଗଠନ ଭଦ୍ରକ ସୋସିଆଲ ସର୍ଭିସ ର ସଦସ୍ୟା ମାନେ ଚୀନ୍‌ ବିରୋଧରେ  ଏକ ରାଲି କରିଛନ୍ତି । ଯବାନଙ୍କ ଆତ୍ମାର ସଦଗତି ସହ ଚୀନ୍‌ ସାମଗ୍ରୀକୁ ବୟକଟ ପାଇଁ ଅନୁରୋଧ କରୁଛନ୍ତି । ସହରର ବିଭିନ୍ନ ଦୋକାନକୁ ଯାଇ ଚୀନ୍‌ ସାମଗ୍ରୀ ନରଖିବା ଓ ବିକ୍ରି ନକରିବା ପାଇଁ ଅନୁରୋଧ କରୁଛନ୍ତି । ଭାରତୀୟ ବଜାରରୁ ଅର୍ଥ ଉପାର୍ଜନ କରି ଭାରତର ସୈନିକଙ୍କ ଜୀବନ ନେଇଥିବାରୁ ଚୀନ୍‌ ସାମଗ୍ରୀକୁ ସମସ୍ତେ ବର୍ଜନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।

ଚୀନ ପାଇଁ ଭାରତୀୟ ବଜାର ଏକ ସୁରକ୍ଷିତ ସ୍ଥାନ ଭଳି ଅନୁଭବ ହେଉଛି । ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ଚାଇନା ନିର୍ମିତ ଆପ ଯେମିତି କି ଟିକଟକ , ହେଲୋ ଭଳି ଅନେକ ଆପ ଏବେ ଭାରତୀୟ ଯୁବ ସମାଜ କୁ ପଥ ଚ୍ୟୁତ କରୁଛି । ଲୋକେ ଏବେ ସ୍ଵଦେଶୀ ସାମଗ୍ରୀ ଖୋଜିଲେଣି କିନ୍ତୁ କମ୍‌ ଦାମରେ ଭଲ ଜିନିଷ ମିଳିଲେ ହେଲା । ଏତିକି ବେଳେ ବ୍ୟବସାୟୀ ଙ୍କ କହିବା କଥା ରେ ଲୋକେ ଏବେ ଭାରତୀୟ ସାମଗ୍ରୀ ଖୋଜିଲେଣି । କିନ୍ତୁ ଭଲ ବ୍ରାଣ୍ଡ ଚକ୍କରରେ ଭାରତୀୟ ସାମଗ୍ରୀ ମଧ୍ୟ ଭଲ ବ୍ୟବସାୟ କରିପାରୁନି । ପ୍ରୟାତ ବୈଦୁତିକ ସାମଗ୍ରୀ ଓ କମ୍ପ୍ୟୁଟର , ମୋବାଇଲ ଦୋକାନ ରେ ଅଧିକ ଚୀନ୍‌ ସାମଗ୍ରୀ ମିଳୁଛି । ଲୋକେ କିନ୍ତୁ କମ୍‌ ଦାମରେ ଜିନିଷ କିଣିବା ପାଇଁ ଚାହୁଛନ୍ତି । ସେଥିପାଇଁ ଚୀନ୍‌ ସାମଗ୍ରୀର ଅଧିକ ଚାହିଦା ରହୁଛି । ଚୀନ୍‌ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ନିଜର ବ୍ରାଣ୍ଡ ଭ୍ୟାଲ୍ୟୁ ପାଇଁ ବଜାରରେ ଭାରତୀୟ ସାମଗ୍ରୀକୁ ପଛରେ ପକାଇଦେଉଛି ।

ସ୍ଵଦେଶୀ ସାମଗ୍ରୀ ଆପଣେଇଲେ ଦେଶର ଅର୍ଥନୀତି  ସୁଦୃଢ ହେବ । ଚୀନ୍‌ର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ଏବେ ସମୟ ଆସିଛି ଚୀନ୍‌ ସାମଗ୍ରୀକୁ ବର୍ଜନ କରିବା ଆଉ ଦେଶ ଓ ଆମ ପାଇଁ ବଳିଦାନ ଦେଇଥିବା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ।

   Related Posts