Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନ ଉହାନରେ ପୁଣି ବ୍ୟାପିଲା କରୋନା, ୩୭ ଦିନ ପରେ ମିଳିଲା ସଂକ୍ରମଣର ୧୪ ନୂଆ ମାମଲା

10/05/2020 at 6:27 PM

ଜିଲିନ୍: କେନ୍ଦ୍ରୀୟ ଚୀନ ହୁବେଇ ପ୍ରୋଭିନ୍ସର ଉହାନରୁ ହଟିବାର ନାଁ ନେଉନି କରୋନା। ଦୀର୍ଘ ୩୭ ଦିନ ପରେ ସହରରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଲୋକଙ୍କୁ ଆତଙ୍କିତ କରିଛି। ଗତ ଏପ୍ରିଲ ୩ ତାରିଖରେ ସହରର କୌଣସି ହସ୍ପିଟାଲରେ ଜଣେ ବି ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ।  ତା ପରଠାରୁ ସଂକ୍ରମଣର ଗୋଟିଏ ବି ମାମଲା ନଥିବା ବେଳେ ରବିବାର ଅଚାନକ ୧୪ ଜଣଙ୍କ ରିପୋର୍ଟ ପଜେଟିଭ ମିଳିବା ପ୍ରଶାସନକୁ ଦୋହଲାଇ ଦେଇଛି।

ସମସ୍ତ ସଂକ୍ରମିତ ଉତ୍ତର-ପୂର୍ବ ଜିଲିନ ପ୍ରାନ୍ତର ସୁଲାନ ସହରର ବୋଲି ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖାଯାଇଛି। କରୋନା ପଜେଟିଭ ଜଣାପଡିବା ପରେ ଜିଲିନ ଅଧିକାରୀମାନେ ସୁଲାନ ସହରକୁ ହାଇ ରିସ୍କ ଘୋଷଣା କରିବା ସହ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଶନିବାର ଜଣେ ମହିଳା କରୋନା ପଜେଟିଭ ଜଣାପଡିଥିଲେ। ତେବେ ରବିବାର ଏକକାଳୀନ ୧୩ ଜଣ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି।  ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୦୧ରେ ପହଞ୍ଚିଛି।

ଗତ ଡିସେମ୍ବର ମାସରେ ଚୀନ ଉହାନରେ ପ୍ରଥମ କରୋନା ସଂକ୍ରମଣର ସୂଚନା ମିଳିଥିଲା। ଦେଖୁ ଦେଖୁ ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡିବା ବେଳେ ଲୋକଙ୍କ ପଟାଳି ପଡିଯାଇଥିଲା। ତେବେ ଚୀନରେ କରୋନା ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୪ ହଜାର ୬୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏଠାରୁ ପଡୋଶୀ ଦକ୍ଷିଣ କୋରିଆ ସମେତ ଜାପାନ, ଇଟାଲୀ, ସ୍ପେନ, ୟୁରୋପ ଓ ଆମେରିକା ସମେତ ଭାରତକୁ କରୋନା ବ୍ୟାପିଥିବା ବେଳେ ଅନେକ ଦେଶରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି।

   Related Posts