କୋଭିଡ୍ ସଙ୍କଟ ବେଳେ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଚୀନ, ବେଜିଂ କହିଲା- 'ଗତବର୍ଷ ନୂଆଦିଲ୍ଲୀରୁ ମେଡିକାଲ ସରଞ୍ଜାମ ପହଁଚିଥିଲା'

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ, ୨୩।୦୪:  ଭାରତକୁ ସହାଯ୍ୟ କରିବ ଚୀନ । କରୋନା ମୁକାବିଲାରେ କରିବ ସହାୟତା । ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାମଧ୍ୟରେ ଡ୍ରାଗନ୍ ଭାରତରୁ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରଛି ।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତ ସହ ସେମାନେ ଆଲୋଚନା କରିବାକୁ ପ୍ରସ୍ତୁତ । ଭାରତର ଆବଶ୍ୟକତା ଅନୁସାରେ ଚୀନ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁଛି । ଗୁରୁବାର ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ବାଙ୍ଗ୍ ବେବିନ୍ କହିଛନ୍ତି ୟେ, ଭାରତରେ ସ୍ଥିତି ସଙ୍ଗୀନ ରହିଛି । ଏଠାରେ ମହାମାରୀ ରୋକିବା ପାଇଁ ଅନେତ ଜରୁରୀ ସାମଗ୍ରୀର ଅଭାବ ରହିଛି ।

ବାଙ୍ଗ୍ ଚୀନ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଭାରତରେ ବ୍ୟାପୁଥିବା ମହାମାରୀ ବିରୋଧରେ ଚୀନ କଣ କରୁଛି ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ବାଙ୍ଗ୍ କହିଥିଲେ ଯେ, ଚୀନ ଜରୁରୀ ସାହାଯ୍ୟ ପ୍ରଦାନ ପାଇଁ ପ୍ରସ୍ତୁତ ରହିଛି  । ତେବେ ଏହି ସାହାଯ୍ୟରେ କଣ କଣ ସାମିଲ ଅଛି ତାହା ସେ ପ୍ରକାଶ କରିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, କରୋନା ଭାଇରସ ମାନବସମାଜର ଶତ୍ରୁ ଅଟେ । ସାରା ବିଶ୍ୱକୁ ଏହି ମହାମାରୀ ବିରୋଧରେ ଲଢିବା ପାଇଁ ଏକ ହେବାର ଆବଶ୍ୟକତା ରହିଛି । ଗତବର୍ଷ ଭାରତ ବେଜିଂକୁ ଅନେକ ମେଡିକାଲ ସାମଗ୍ରୀ ପଠାଇଥିଲା । ସେହି ସମୟରେ ଚୀନରେ ସ୍ଥିତି ସଙ୍ଗୀନ ଥିଲା । ଭାରତରୁ ୧୫ ଟନର ମେଡିକାଲ ସରଞ୍ଜାମ ପହଁଚିଥିଲା । ଯେଉଁଥିରେ ମାସ୍କ, ଗ୍ଲୋଭସ୍ ଓ ଅନ୍ୟ ସାମଗ୍ରୀ ରହିଥିଲା । ଯାହାର ଦାମ୍ ମଧ୍ୟ ୨ କୋଟି ୧୧ ଲକ୍ଷରୁ ଅଧିକ ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.