Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମଗ୍ର ଏଭେରେଷ୍ଟ ଉପରେ ରାଜୁତି କରିବାକୁ ଚାହୁଁଛି ଡ୍ରାଗନ, ନେପାଳରେ ଉଠିଲା ଚୀନ ବିରୋଧି ସ୍ୱର

10/05/2020 at 4:27 PM

ନୂଆଦିଲ୍ଲୀ, ୧୦|୦୫:   ଚୀନର ସରକାରୀ ଟିଭି ଚ୍ୟାନେଲ୍ ଗ୍ଲୋବାଲ ଟେଲିଭିଜନ ନେଟଓ୍ୱର୍କ ବା ସିଜିଟିଏନ ନିଜ ଓ୍ୱେବସାଇଟରେ ମାଉଣ୍ଟ୍ ଏଭେରେଷ୍ଟର କିଛି ଫଟୋ ପୋଷ୍ଟ କରିଛି । ଏହାସହ ଶୁକ୍ରବାର ଦିନ ମାଉଣ୍ଟ ଚୋମାଲୁଙ୍ଗମାର ଦୃଶ୍ୟ ଅଧିକ ସୁନ୍ଦର ଥିବା ଲେଖିଛି । ଏହାକୁ ମାଉଣ୍ଟେ ଏଭେରେଣ୍ଟ ମଧ୍ୟ କୁହାଯାଏ । ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତମ ଏହି ଗିରିଶୃଙ୍ଗ ତିବ୍ଦତରେ ରହିଛି ।  

ବିଶେଷଜ୍ଞଙ୍କ କହିବାନୁସାରେ, ଚୀନ ଓ ନେପାଳ ମଧ୍ୟରେ ୧୯୬୦ରେ ସୀମା ବିବାଦ ଉପୁଜିଥିଲା । ଏହାପରେ ଉଭୟ ଏକ ଚୁକ୍ତି ସ୍ୱାକ୍ଷରତି କରିଥିଲେ । ଏହାପରେ ମାଉଣ୍ଟ ଏଭେରେଷ୍ଟକୁ ଦୁଇ ଭାବରେ ବଣ୍ଟାଯାଇଥିଲା । ଏହାର ଦକ୍ଷିଣ ଅଂଶ ନେପାଳରେ ଥିବା ବେଳେ ଉତ୍ତର ଅଂଶ ତିବ୍ଦତ କ୍ଷେତ୍ରରେ ଅବସ୍ଥିତ । ତିବ୍ଦତ ଉପରେ ଚୀନର କବଜା ଅଛି ।

ସିଜିଟିଏନର ଟ୍ୱିଟ ପରେ ଜେଏନୟୁ ପ୍ରଫେସର ଶ୍ରୀକାନ୍ତ କୋଣ୍ଟାପଲ୍ଲୀ କହିଛନ୍ତି ଯେ, ଏହା ନୂଆ କଥା ନୁହେଁ । ଚୀନ ଏଭେରେଷ୍ଟ ଓ ତିବ୍ଦତ ଉପରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି । ତିବ୍ଦତରେ ଥିବା ଏଭେରେଷ୍ଟର ଅଂଶ ଅଧିକ ଦୁର୍ଗମ । ତେଣୁ ଚୀନ ଏହାକୁ ବହୁତ କମ ବ୍ୟବହାର କରେ ।

ଏଭେରେଷ୍ଟରେ ୫ଜି ନେଟଓ୍ୱର୍କର ସ୍ଥାପନ କରିବାକୁ ଚୀନ ଯୋଜନା କରୁଛି । ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତିତ ଅଛନ୍ତି । କାରଣ ଏହା ଏକ ବିବାଦିତ ପଦକ୍ଷେପ । ଏପରି କରି ଚୀନ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ।  ସୂଚନାଯୋଗ୍ୟ, ଏଭେରେଷ୍ଟ ଉପରେ ଅଧିକ ଗତିବିଧି ନେପାଳ ସୀମାରେ ହୋଇଥାଏ । ପର୍ବତାରୋହୀମାନେ ମଧ୍ୟ ଚଢିଥାନ୍ତି । ତେବେ ସରକାରୀ ଟିଭି ଚ୍ୟାନେଲରେ ଏଭେରେଷ୍ଟକୁ ନିଜର କହି ଚୀନ ଅନ୍ୟ ଦେଶକୁ ଏହି ଗିରିଶୃଙ୍ଗ ଉପରେ ନିଜର ଦବଦବା ଜାହିର କରିଥିବା ବାର୍ତ୍ତା ଦେଇଛି । ଏହି ପୋଷ୍ଟ ପରେ ନେପାଳରେ ମଧ୍ୟ ବିରୋଧ ଆରମ୍ଭ ହୋଇଯାଇଛି ।

   Related Posts