Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ସୀମା ଟପିଛି ଚୀନର ଦମନ ନୀତି : ଉହାନର କୋଭିଡ ପୀଡିତଙ୍କୁ ପାଟି ଖୋଲିବା ଓ ସ୍ଥାନ ଛାଡିବା ମନା, ଜଗିଛି ପୋଲିସ

1/12/2020 at 4:06 PM

ବେଜିଂ,୦୧/୧୨:       ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ ଏବେସୁଦ୍ଧା ଲକ୍ଷଲକ୍ଷ ଜୀବନ ନେଇସାରିଲାଣି । ଅନେକ ଲୋକ ନିଜ ପରିଜନଙ୍କୁ ହରାଇଛନ୍ତି । ଏପରି ଅନେକ ବ୍ୟକ୍ତି ବେସହାରା ପାଲଟିଛନ୍ତି । ଉହାନ ସହରରେ ରହୁଥିବା ଲିୟୁ ପେନ୍ କରୋନାରେ ବାପାଙ୍କୁ ହରାଇବା ପରେ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି । ଏପରିକି ନିଜ ବ୍ୟବସାୟ ମଧ୍ୟ ବନ୍ଦ କରିଦେଇଛନ୍ତି ।

ଭହାନରେ କରୋନା ମାମଲା ଆସିବାର ଗୋଟିଏ ବର୍ଷ ପୁରିଥିଲେ ବି ଅବସ୍ଥା ସୁଧୁରିନାହିଁ । ମୃତକଙ୍କ ପରିଜନ ଭୟ ଓ ଆଶଙ୍କାରେ ରହିଛନ୍ତି । ଚୀନ ସରକାରଙ୍କ ବିଫଳତାର ପରିଣାମ ସେମାନେ ଭୋଗୁଛନ୍ତି । ଲିୟୁନାମକଜ ଜଣେ ବ୍ୟକ୍ତି ଉହାନରେ କରୋନା ଅବ୍ୟବସ୍ଥା ନେଇ ଚୀନ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ତାଙ୍କର ୭୮ ବର୍ଷୀୟ ପିତା ଲିୟୁ ଓକିଂ କରୋନାରେ ପ୍ରାଣ ହରାଇଥିଲେ । ଜାନୁଆରୀ ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବାପାଙ୍କ ମୃତ୍ୟୁକୁ ନେଇ ଲିୟୁ କହିଛନ୍ତି ଯେ, ଜାନୁଆରୀ ୨୯ରେ ପିତା ମୃତ୍ୟୁବରଣ କଲେ । ଏହାପରେ ତାଙ୍କୁ ପାଗଳଙ୍କ ଭଳି ଲାଗିଥିଲା । ଏପରିକି ସେ ମଧ୍ୟ ପିତାଙ୍କ ମୃତ୍ୟୁ ଦିନ ମରିଯିବାକୁ ତାହୁଁଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ଏପରିକି ଚୀନ ସରକାରଙ୍କ ବିଫଳତାର ଗୁମର ମଧ୍ୟ ସେ ଖୋଲିଛନ୍ତି । ୨୦୧୯ରେ ଆରମ୍ଭ ହୋଇଥିବା ଭାଇରସର ସଂକ୍ରମଣ ରୋକିବାରେ ସରକାର ବିଫଳ ହୋଇଥିଲେ । ଫଳରେ ୪୦୦୦ରୁ ଅଧିକ ଜୀବନ ଯାଇଥିଲା । ଏବେ ଲିୟୁ ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି । ବୁଦ୍ଧଙ୍କୁ ପ୍ରାର୍ଥନା କରୁଛନ୍ତି ।

ସେହିପରି  ଝୋଙ୍ଗ୍ ହାନେଙ୍ଗ୍ ଏବେବି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି । ସେ ନା ଶାନ୍ତିରେ ଶୋଉଛନ୍ତି ନା ଖାଉଛନ୍ତି । ତାଙ୍କ ପୁତ୍ର ୧୦ ମାସ ତଳେ କୋଭିଡରେ ପ୍ରାଣ ହରାଇବା ପରେ ବି ପୁଅକୁ ଝୁରୁଛନ୍ତି ଝୋଙ୍ଗ୍ । ଆହୁରି ମଧ୍ୟ ପୁନଃ ସଂକ୍ରମଣ ଆଶଙ୍କା ତାଙ୍କୁ ଘାରିଛି ।

ଝୋଙ୍ଗଙ୍କ ୩୯ ବର୍ଷୀୟ ପୁଅ ପେଙ୍ଗ୍ ଇ ଜଣେ ଶିକ୍ଷକ ଥିଲେ । ପୁଅ ମୃତ୍ୟୁ ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି । ଫେବ୍ରୁଆରୀରେ ତାଙ୍କର ମୃତ୍ୟୁ ଘଟିଥିଲା । ପେଙ୍ଗ୍ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଝିଅ ଏକା ହୋଇଯାଇଛନ୍ତି । ଝୋଙ୍ଗ୍ କହିଛନ୍ତି ଯେ, ପୁଅର ମୃତ୍ୟୁ ପରେ ସେ କିଛି ଦିନ ପାଇଁ ପାଗଳ ହୋଇଯାଇଥିଲେ । କଣ କରିବେ ବୁଝିପାରୁ ନଥିଲେ । ତାଙ୍କ ପତି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସେ ଆଶଙ୍କା କରୁଛନ୍ତି । ଏପରିକି ପୁଅକୁ ହାରଇବା ପାଇଁ ପ୍ରଶାସନ ଦାୟୀ ।

ଏହି ଘଟଣା ପରେ ତାଙ୍କ ପରିବାର ସହ ଅନ୍ୟ କୌଣସି ସମ୍ପର୍କୀୟ ସମ୍ପର୍କ ରଖୁ ନାହାଁନ୍ତି । ଏକ ଅଜଣା ଭୟ ତାଙ୍କୁ ଘାରିଛି । ସେ ଏକଲା ଅନୁଭବ କରୁଥିବା ଏକ ସାକ୍ଷାତକାରରେ କହିଛନ୍ତି । ଝୋଙ୍ଗଙ୍କ ଅଭିଯୋଗକୁ ସୋସିଆଲ ମିଡିଆରେ ଅନେକ ଚୀନ ନାଗରିକ ସମର୍ଥନ କରିଛନ୍ତି । ସମର୍ଥନ କରୁଥିବା ଲୋକଙ୍କୁ ପୋଲିସ ବଳପୂର୍ବକ ଆକ୍ରମଣ କରିବା ସହ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ଆହୁରି ମଧ୍ୟ କୋଭିଡ୍ ପୀଡିତଙ୍କ ପରିବାରୁ କୁଆଡେ ଯିବାକୁ ବି ପୋଲିସ ଅନୁମତି ଦେଉନାହିଁ ।

   Related Posts