ସଫଳ ହେଲା ଡ୍ରାଗନର ମଙ୍ଗଳ ମିଶନ, ଲାଲ୍ ଗ୍ରହରେ ପାଦ ଦେଲା ଚାଇନା ସ୍ପେସକ୍ରାଫ୍ଟ Tianwen-1

Published By : Prameya-News7 Bureau | May 15, 2021 IST

ବେଜିଂ, ୧୫|୦୫: ମହାକାଶ ବିଜ୍ଞାନରେ ଚାଇନାକୁ ଏକ ବଡ଼ ସଫଳତା ମିଳିଛି । ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ପାଦ ଦେଇଛି ଡ୍ରାଗନ । ସ୍ପେସକ୍ରାଫ୍ଟ Tianwen-1 ମଙ୍ଗଳରେ ସଫଳ ଭାବେ ଅବତରଣ କରିଛି । ଏହା ପ୍ରଥମ ମିଶନ ଯେଉଁଥିରେ ଚୀନ ଏକାଥରେ ମଙ୍ଗଳ ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରିବା ସହ ରୋଭରକୁ ମଧ୍ୟ ପଠାଯାଇଛି । ଏହାସହ ଚାଇନା ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ମଙ୍ଗଳରେ ନିଜର ସ୍ପେସକ୍ରାଫ୍ଟ ଅବତରଣ କରିଛି ।

ସିହ୍ନୁଆ ନ୍ୟୁଜ ଏଜେନ୍ସି ଅନୁସାରେ, ଲ୍ୟାଣ୍ଡର ଶନିବାର ମଙ୍ଗଳରେ ଅବତରଣ କରିଥିଲା । ଲ୍ୟାଣ୍ଡର ରୋଭରକୁ ପାରାଚ୍ୟୁଟ ସାହାଯ୍ୟରେ ତଳକୁ ଓଲ୍ହାଯାଇଥିଲା । ଏହି ପ୍ରକ୍ରିୟା ପାଇଁ ୭ ମିନିଟ ସମୟ ଲାଗିଥିଲା । ଚୀନର ଏହି ରୋଭର ୬ଟି ଚକା ସହ ଚାଲିଥାଏ । ଏହାର ଓଜନ ୨୪୦ କେଜି ।ଏହା ସୌର ଶକ୍ତି ସହ ଚାଲିଥାଏ ଓ ଏହା ୩ ମାସ ଯାଏଁ କାର୍ଯ୍ୟ କରିପାରିବ ।

Tianwen-1 ଗତ ଫେବୃଆରୀରେ ମଙ୍ଗଳ କକ୍ଷରେ ପହଞ୍ଚିଥିଲା । ଫେବ୍ରୁଆରୀରେ ନାସାର ମଧ୍ୟ ପ୍ରିଜରଭାନସ ମଙ୍ଗଳରେ ଅବତରଣ କରିଥିଲା । ଆମେରିକା ସେଠାରେ ନିଜର ସାଇଣ୍ଟିଫିସିକ ଟେଷ୍ଟିଂ ମଧ୍ୟ ଆରମ୍ଭ କରିଦେଇଛି ।

ଅବତରଣ କରିବା ପୂର୍ବରୁ Tianwen-1 ଅନେକ ଫଟୋ ପଠାଇ ସାରିଛି । ଗୋଟିଏ ଭିଡିଓ ସ୍ପେସକ୍ରାଫ୍ଟରେ ଲାଗିଥିବା ଇଂଜିନିୟରିଂ ସର୍ଭେ ସବ ସିଷ୍ଟମ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା । ଏଥିରେ ମଙ୍ଗଳ ଗ୍ରହରେ ଥିବା ଗର୍ତ୍ତ ଦୃଷ୍ଟିଗୋଚର ହୋଇଥିଲା । ଇଂଜିନିୟରିଂ ସର୍ଭେ ସବ ସିଷ୍ଟମରେ ଛୋଟ ଛୋଟ ଅନେକ କ୍ୟାମେରା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.