ପ୍ରଧାନମନ୍ତ୍ରୀଙ୍କୁ ଚୀନର ପ୍ରଶଂସା,କରୋନା ମୁକାବିଲା ଲାଗି ପ୍ରଥମେ ବଢାଇଥିଲେ ସହାୟତାର ହାତ

Published By : Prameya-News7 Bureau | February 10, 2020 IST

ବେଜିଂ ୧୦।୨: କରୋନା ଭାଇରସର ମୁକାବିଲା କରୁଥିବା ଚୀନକୁ ସହାୟତାର ହାତ ବଢାଇଛି ଭାରତ। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତିଙ୍କୁ ପତ୍ର ବି ଲେଖିଥିଲେ। ଭାରତର ଏହି ଭାବନାକୁ ଚୀନ ସ୍ୱାଗତ କରିଛି। ଦେଶରେ ଉପୁଜିଥିବା ପରିସ୍ଥିତିରେ ଭାରତ ଏକ ସଚ୍ଚୋଟ ମିତ୍ର ଭାବେ ଉଭା ହୋଇଥିବା କହିଛି ଚୀନ।

{"id":223014,"width":576,"height":424,"sizeSlug":"large"}

ଚୀନ ବୈଦେଶିକ ମନ୍ତ୍ରାଳାୟ ମୁଖପାତ୍ର ଜେଙ୍ଗ ସୁଆଙ୍ଗଏକ ବାର୍ତାରେ ଏହା କହିଥିବା ବେଳେ ସଂକ୍ରମଣ ବିରୋଧରେ ସଂଗ୍ରାମ ଲାଗି ଭାରତର ସହଯୋଗ ଲାଗି ଧନ୍ୟବାଦ ଜଣାଉଛୁ। ଚୀନରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେମୋଦି ଚୀନବାସୀଙ୍କ ପ୍ରତି ସହୃଦୟତା ବ୍ୟକ୍ତ କରିବା ସହ ଏଥିରେ ଚୀନକୁ ପାରୁପର୍ଯ୍ୟନ୍ତ ସହଯୋଗ ଲାଗି ଭାରତ ପ୍ରସ୍ତୁତ ବୋଲି କହିଥିଲେ।

{"id":223016,"sizeSlug":"large"}

ନିକଟରେ ଚୀନ ବୁହାନରୁ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ଭାରତ ଅଣାଯାଇଛି। ଘାତକ ଭୂତାଣୁ ସଂକ୍ରମଣ ଯୋଗୁ ଏବେ ଚୀନରେ ମୃତ୍ୟୁ ସଂଖ୍ୟା ୯୦୦ରେ ପହଞ୍ଚିଛି। ସେହିପରି ୩୭ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ଚୀନ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚିତ କରିଛନ୍ତି। ଚୀନରେ ଶନିବାର କରୋନା ଆକ୍ରାନ୍ତ ୮୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ସର୍ବାଧିକ ୮୧ ମୃତ୍ୟୁ ହୁବେଇ ପ୍ରାନ୍ତରେ ହୋଇଛି।

{"id":223017,"sizeSlug":"large"}

ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରନ୍ତ ୬୦୦ ଜଣ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସରକାରୀ ଗଣମାଧ୍ୟ ସିହ୍ନୁଆ କହିଛି। ଚିକିତ୍ସା ପରେ ସୁସ୍ଥ ହୋଇଥିବା ଲୋକଙ୍କୁ ସେମାନଙ୍କ ଘରକୁ ଛାଡି ଦିଆଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୨୪ ଜଣ କେବଳ ହୁବେଇ ପ୍ରାନ୍ତର ବାସିନ୍ଦା ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.