ଚୀନ ଟାର୍ଗେଟରେ ନବୀନ : ପ୍ରମୁଖ ରାଜନେତା ଓ ବ୍ୟକ୍ତି ବିଶେଷଙ୍କ ଡାଟା ଚୋରି କରିଛନ୍ତି ଚୀନ କମ୍ପାନୀ, ସଙ୍ଗୀନ ତଥ୍ୟ ପରେ ବଢିଲା ଆଶଙ୍କା
14/09/2020 at 7:16 PM

ଭୁବନେଶ୍ୱର,୧୪|୦୯: ଭାରତର ୧୦ ହଜାର ଲୋକଙ୍କ ଡାଟାକୁ ଟ୍ରାକ୍ କରୁଛି ଚୀନ। ଚୀନର ଝେହ୍ନୁଆ ଡେଟା ଇନଫର୍ମେସନ ଟେକ୍ନୋଲୋଜି କମ୍ପାନିର ଭାରତରେ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥିବା ବ୍ୟକ୍ତି ବିଶେଷଙ୍କ ପର୍ସନାଲ ଡେଟା ହ୍ୟାକ କରିବା ସହିତ ଏହାକୁ ଚୀନର ଗୁଇନ୍ଦା ସଂସ୍ଥା ସହିତ ମଧ୍ୟ ସେୟାର କରୁଛି।ଯେଉଁମାନଙ୍କ ଡାଟା ଟ୍ରାକ୍ କରୁଛି ଝେନହୁଆ ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ।

ଜାଲ ପକାଇ ଡେଟା ଛାଣୁଛି ଝେନହୁଆ । ପର୍ସନାଲ କି ଅଫିସିଆଲ ଭାରତୀୟଙ୍କ ଡାଟା ନେଇ ଚୀନରେ କରୁଛି ସଉଦା। ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ ଏପରିକି ଚୋର ତସ୍କରଙ୍କ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଲୋକଙ୍କ ତାଲିକା ତିଆରି କରିଛି । ସେମାନଙ୍କର ଇମେଲ, ମେସେଜ, ବ୍ୟାଙ୍କ ଆକାଉଣ୍ଟ, ଡେଲି ପ୍ରୋଗ୍ରାମ ତାଲିକା ଇତ୍ୟାଦିକୁ ଚୋରି କରୁଛି । ଚୀନର ଝେହ୍ନୁଆ ଡେଟା ଇନଫର୍ମେସନ ଟେକ୍ନୋଲୋଜି କମ୍ପାନି ଭାରତୀୟଙ୍କ ଠାରୁ ତଥ୍ୟ ନେଇ ଚୀନର ଗୁଇନ୍ଦା ସଂସ୍ଥାକୁ ଦେଉଛି। ବଡ଼କଥା ହେଲା ଝେହ୍ନୁଆ ଖୋଲାଖୋଲି ସ୍ବୀକାର କରୁଛି ଯେ ଏହା ପାଖରେ ଯାହା ତଥ୍ୟ ରହିଛି ସେସବୁ କିଛି କି ସେ ଚୀନ ସରକାରଙ୍କ ସହିତ ସେୟାର କରୁଛି। ଏବଂ ସେହି ନିୟମ ଆଧାରରେ ହିଁ ସେ ଚୀନରେ ତାର କାର୍ଯ୍ୟ କରୁଛି । ଭାରତରେ କାର୍ଯ୍ୟ କରୁଥିବା ଶହ ଶହ ଆପ୍ସ ଏବଂ ୱେବସାଇଟ୍ ସମାନ ଧରଣ କାର୍ଯ୍ୟ କରୁଥିଲେ ବୋଲି ଭାରତ ସରକାରଙ୍କ ଆଇଟି ଓ ଇଲୋକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଶତାଧିକ ଚୀନ ଆପକୁ ବ୍ୟାନ କରିଦେଇଛି। ତଥାପି ବି ଚୀନର କିଛି କମ୍ପାନି ଭାରତୀୟଙ୍କ ଡାଟା ଚେରିରେ ରୀତିମତ ଲାଗିଛନ୍ତି। ଦି ଇଣ୍ଡିଆନ ଏକ୍ସପ୍ରେସ କରିଥିବା ଏକ ଷ୍ଟିଙ୍ଗ ଅପରେସନରୁ ଏହା ସ୍ପଷ୍ଟ ହୋଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅମରିନ୍ଦର ସିଂହ, ମମତା ବାନାର୍ଜୀ, ଉଦ୍ଧବ ଠାକରେଙ୍କ ଭଳି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ତିନି ସେନାର ମୁଖ୍ୟ ପୂର୍ବତନ ମୁଖ୍ୟ, ଅଡିଟର ଜେନେରାଲ ଜି ସି ମୁର୍ମୁ, ପ୍ରଧାନବିଚାରପତି ଏସ ବୋବଡେଙ୍କ ଭଳି ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଦୈନିନ୍ଦିନ କାର୍ଯ୍ୟକୁ ମନିଟରିଂ କରିଛି ଚୀନ। ଖାଲି ରାଜନନେତା କିମ୍ବା ସରକାରୀ ଅଧିକାରୀ, ବୈଜ୍ଞାନିକକ, କୂଟନୀତିଜ୍ଞ, ଧର୍ମୀୟ ନେତା କିମ୍ବା ସାମ୍ବାଦିକ ନୁହଁନ୍ତି ଏମିତିକି ବଡ଼ ବଡ଼ ମାମଲାରେ ଅଭିଯୁକ୍ତ ହୋଇଥିବା କାର୍ପଟଦାର, ସ୍ମଗଲରଙ୍କ କାର୍ଯ୍ୟକଳାପକୁବି ମନିଟରିଂ କରୁଛି ଚୀନ। ଭାରତ ସହିତ ଲଦାଖରେ ଟକରାଟକରି ସ୍ଥିତିରେ ଥିବା ଚୀନ କିଛି ଏମିତି ହାଇବ୍ରିଡ ୱାରର ପ୍ଲାନରେ ରହିଛି। ଯେଉଁଥିରେ ଅସ୍ତ୍ର ନ ଉଠାଇ ବି ଭାରତର କ୍ଷତି ପହଞ୍ଚାଇବାର ଯୋଜନା କରିଛି।
ଏହି ହାଇବ୍ରିଡ ୱାରର ମୂଳଦୁଆ ୨୦୧୮ରୁ ପଢିଲାଣି। ତେବେ ଚୀନର ଏଭଳି କାର୍ଯ୍ୟକଳାପ ସଂପର୍କରେ ଭାରତ ଅବଗତ ମଧ୍ୟ ଅଛି। ଯୁଦ୍ଧ ଭୂମିରେ ଯୁଦ୍ଧଠାରୁ ଆରମ୍ଭ କରି ସାଇବର ୱାର ଯାଏଁ ଭାରତ ମଧ୍ୟ ଚୀନ ବିରୋଧରେ ପକ୍କା ପ୍ଲାନ ସବୁ ପ୍ରସ୍ତୁତ କରୁଛି। ଏପିରିକି କେମିତି ଚୀନ ବିରୋଧରେ ଅସ୍ତ୍ର ନ ଉଠାଇ ଚୀନ ଉପରେ ଲେଜର ଆଟାକ କରିହେବ ସେନେଇ ଡିଆରଡିଓ ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭବିଷ୍ୟତରେ ଏହା ଭାରତ ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବାକୁ ଯାଉଛି।