Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତିକ୍ତ ରାଜନୈତିକ ସମ୍ପର୍କ ଯୋଗୁ ଅଷ୍ଟ୍ରେଲିଆରୁ କୋଇଲା ଆମଦାନୀ ବନ୍ଦ କଲା ଚୀନ୍

12/10/2020 at 8:47 PM

ବେଜିଂ : କାନବେରା ସହ ରାଜନୈତିକ ତିକ୍ତତାର ପ୍ରଭାବ ଏବେ ବ୍ୟବସାୟ ଉପରେ ପଡିଛି। ଅଷ୍ଟ୍ରେଲିଆରୁ କୋଇଲା ଆମଦାନୀ ନିଲମ୍ବିତ କରିଛି ଚୀନ୍‌। ଇନ୍ଧନ ଆମଦାନୀ ଲାଗି କଟକଣାରେ ଚୀନ୍‌ ଦେଶର ଶକ୍ତି ପ୍ରକଳ୍ପ ଓ ଇସ୍ପାତ କାରଖାନାମାନଙ୍କୁ ଅଷ୍ଟ୍ରେଲିୟ କୋଇଲା ବ୍ୟବହାର ନ କରିବା ଲାଗି ମୌଖିକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେହିପରି ବିଭିନ୍ନ ବନ୍ଦରକୁ ଜାହାଜରେ ବୋଝେଇ ଅଷ୍ଟ୍ରେଲିୟ କୋଇଲା  ନ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳୁଛି।

ତେବେ ଚୀନ୍‌ କମ୍ୟୁନିଷ୍ଟ ସରକାରଙ୍କ ଏଭଳି ନିଷ୍ପତ୍ତି ଦେଶର କୃଷି ରପ୍ତାନୀକାରୀଙ୍କୁ ଏବେ ଚିନ୍ତାରେ ପକାଇଛି। ଏପରି କଟକଣା କେଉଁ ପର୍ଯ୍ୟନ୍ତ ଜାରି ରହିବ ତାହା ନିଶ୍ଚିତ କୁହାଯାଇପାରୁନଥିବା ବେଳେ ପୂର୍ବରୁ ହୋଇଥିବା ଦୀର୍ଘକାଳୀନ ରାଜିନାମାର କଣ ହେବ ସେ ନେଇ ମଧ୍ୟ କେହି ସ୍ପଷ୍ଟ ନୀତିରେ ଉପନୀତ ହୋଇପାରୁନାହାନ୍ତି। ତେବେ ଚୀନ୍‌ର ଆକ୍ରୋଶ ପ୍ରାୟତଃ କୋଇଲା ଉପରେ ହିଁ ଦେଖାଯାଇଥାଏ। କାରଣ ଚୀନ୍‌ ନିଜେ କୋଇଲାର ବଡ଼ ଉତ୍ପାଦନକାରୀ ଦେଶ ଓ ଅଧିକାଂଶ ଉତ୍ପାଦିତ କୋଇଲା ଦେଶରେ ହିଁ ବ୍ୟବହାର କରିଥାଏ। ତେବେ ତାପଜ ଶକ୍ତି ପ୍ରକଳ୍ପ ଓ ଇସ୍ପାତ କାରଖାନା ଲାଗି ବିଦେଶରୁ ନିମ୍ନମାନର ତାପଜ କୋଇଲା ଆମଦାନୀ କରିଥାଏ। ଯେଉଁଥିରୁ ଅଧାରୁ ଅଧିକ ଅଷ୍ଟ୍ରେଲିଆ ଖଣି ଯୋଗାଇଦେଇଥାଏ।

ଚୀନକୁ କୁକିଂ କୋଲ ମୁଖ୍ୟତଃ ଅଷ୍ଟ୍ରେଲିଆରୁ ଆସିଥାଏ। କେବଳ କୋଇଲା ନୁହେଁ ଅଷ୍ଟ୍ରେଲିଆ ଲୁହାପଥରର ମଧ୍ୟ ଚୀନ୍‌ ସବୁଠୁ ବଡ ଉପଭୋକ୍ତା। ରିଓ ଟିଣ୍ଟୋ ଗ୍ରୁପ ଓ ବିଏଚପି ଚୀନକୁ ଶସ୍ତାରେ ବିପୁଳ ଲୁହାପଥର ଯୋଗାଇ ଆସୁଛନ୍ତି। ଲୁହାପଥର ରପ୍ତାନୀ ବନ୍ଦ ହେଲେ ଇସ୍ପାତ ଉଦ୍ୟୋଗ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଚୀନ୍‌ ଏହା ଉପରେ କୌଣସି କଟକଣା ଲଗାଇ ନାହିଁ। ତେବେ ଶକ୍ତି ଆବଶ୍ୟକତା ଲାଗି କୋଇଲା ଜରୁରି ହୋଇଥିଲେ ହେଁ ଚୀନ୍‌ ଏହା ଉପରେ କଟକଣା ଲଗାଇ ଖଣି ମାଲିକ ଓ ଶିଳ୍ପ ଉପଭୋକ୍ତାଙ୍କ ଆବଶ୍ୟକତାକୁ ସନ୍ତୁଳିତ କରିବାକୁ ଉଦ୍ୟମ କରୁଥିବାର ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଚୀନ୍‌ ଜଳବାୟୁ ଲକ୍ଷ ପୂରଣ ଲାଗି ଅଗ୍ରସର ହେଉଥିବାରୁ ସ୍ୱଚ୍ଛ ଇନ୍ଧନ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଏଥିରୁ ଅଷ୍ଟ୍ରେଲିୟ କୋଇଲା ଉପରେ କଟକଣା ନିଜକୁ ଏ ଦିଗରେ ସକ୍ଷମ କରିବା ଲାଗି ଗୋଟିଏ ପାଦ ଆଗକୁ ନେବା ପରି ଏବେ ମନେ ହେଉଛି। ତେବେ ଚୀନର ପଦକ୍ଷେପ ନେଇ ଅଷ୍ଟ୍ରେଲିଆର ସର୍ବ ବୃହତ୍ତ କୋଇଲା ରପ୍ତାନୀକାରୀ ବିଏଚପି ଅଚାନକ କୌଣସି ମନ୍ତବ୍ୟ ଦେଇ ନଥିବା ବେଳେ ଚୀନ୍‌ର ସର୍ବ ବୃହତ୍ତ ଇସ୍ପାତ ନିର୍ମାତା ବାଓଉ ଷ୍ଟିଲ ମଧ୍ୟ କୌଣସି ମତାମତ ଦେବାକୁ ରାଜି ହୋଇ ନାହାନ୍ତି। ତେବେ ଚୀନ୍‌ର କୋଇଲା ନିଷିଦ୍ଧ ନିଷ୍ପତ୍ତି ନେଇ ଏସ ଏଣ୍ଡ ପି ଗ୍ଲୋବାଲ ପ୍ଲାଟ ଓ ଅର୍ଗସ ମିଡିଆ ପ୍ରଥମେ ସୂଚିତ କରିଛନ୍ତି।  

   Related Posts