Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଚୀନ୍‌ର ସୁପରପାଓ୍ୱାର ହେବା ନିଶାରୁ ସୃଷ୍ଟି ହୋଇଛି କୋଭିଡ଼-୧୯, ତୃତୀୟ ବିଶ୍ୱଯୁଦ୍ଧ ପାଇଁ ୫ବର୍ଷ ତଳେ ତିଆରି କରିଥିଲା କରୋନାର ଜୈବିକ ଅସ୍ତ୍ର

10/05/2021 at 1:18 PM

ନୂଆଦିଲ୍ଲୀ, ୧୦/୦୫କୋଭିଡ-୧୯ ମହାମାରୀର ୫ ବର୍ଷ ପୂର୍ବେ ଏହାକୁ ଯୁଦ୍ଧାରେ ଅସ୍ତ୍ରଭାବେ ବ୍ୟବହାର କରିବା ବାବଦରେ ବିଚାର କରିଥିଲେ । ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରି ତୃତୀୟ ବିଶ୍ୱଯୁଦ୍ଧ ଲଢିବାକୁ ପାଗ ଭିଡିଥିଲା ଡ୍ରାଗନ୍ । ବିଭିନ୍ନ ଦସ୍ତାବିଜ ଆଧାରରେ ଆମେରିକାର ବୈଦେଶିକ ବିଭାଗ ଏହି ଦାବି କରିଛି ।

ବ୍ରିଟନର ଦି ସନ୍ ଖବର କାଗଜ ଦି ଅଷ୍ଟ୍ରେଲିଆନ ତରଫରୁ ଜାରି ଏକ ରିପୋର୍ଟ ବାବଦରେ କହିଛି ଯେ, ଆମେରିକା ବୈଦେଶିକ ବିଭାଗ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ପିପୁଲ୍ସ ଲିବରେସନ ଆର୍ମୀର କମାଣ୍ଡର ଭାଇରସ ବାବଦରେ ପୂର୍ବାନୁମାନ କରିଥିଲେ । ସେମାନେ ୨୦୧୫ରେ କୋଭିଡ-୧୯ ବାବଦରେ ଯାଞ୍ଚ୍ କରୁଥିଲେ । ଚୀନ ବୈଜ୍ଞାନିକମାନେ ସାର୍ସ କରୋନା ଭାଇରସକୁ ଜୈବିକ ଅସ୍ତ୍ରର ନୂଆ ଯୁଗ ବାବଦରେ ଉଲ୍ଲେଖ କରିଥିଲେ । ଯାହାର ଉଦାହରଣ ହେଉଛି କୋଭିଡ୍ । ଏହା ଶତ୍ରୁର ସମସ୍ତ ଚିକିତ୍ସା ପଦ୍ଧତିକୁ ଧ୍ୱସ୍ତ କରିପାରିବ । ଏହାକୁ ବିଶ୍ୱଯୁଦ୍ଧରେ ମଧ୍ୟ ଜୈବିକ ଅସ୍ତ୍ର ଭାବେ ବ୍ୟବହାର ନେଇ ଚୀନ ଯୋଜନା କରିଥିଲା ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୦୩ରେ ଚୀନରେ ବ୍ୟାପିଥିବା ସାର୍ସ ଏକ ମନୁଷ୍ୟକୃତ ଜୈବ ଅସ୍ତ୍ର ହୋଇପାରେ । ଯାହାକୁ ଆତଙ୍କବାଦୀମାନେ ଜାଣିଶୁଣି ବ୍ୟାପିବାରେ ସାହାଯ୍ୟ କରିଛନ୍ଚି । ସାଂସଦ ଟମ୍ ଟଗେନଧଟ୍ ଓ ଅଷ୍ଟ୍ରେଲିଆ ରାଜନେତା ଜେମ୍ସ ପିଟରସେନ୍ କହିଛନ୍ତି ଯେ, କୋଭିଡ-୧୯ ଉତ୍ପତ୍ତିକୁ ନେଇ ଚୀନ୍ ଚିନ୍ତା ବଢାଇଦେଇଛି । ତେବେ ଚୀନର ଗ୍ଲୋବାଲ ଟାଇମ୍ସ ଏହି ରିପୋର୍ଟକୁ ଖଣ୍ଡନ କରିବା ସହ ଦି ଅଷ୍ଟ୍ରେଲିଆନକୁ ସମାଲୋଚନା କରିଛି ।

   Related Posts