Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

କେଡ଼େ ବଦମାସ ଚୀନ୍ ସେନା ! ବନ୍ଧୁକ କି କମାଣ ନୁହେଁ ‘ଗୁଆନଦାଓ’ରେ କରୁଛନ୍ତି ସୀମା ସୁରକ୍ଷା

9/09/2020 at 4:49 PM

ଲଦ୍ଦାଖ୯।୯: ଫୂର୍ବ ଲଦ୍ଦାଖର ଏଲଏସିରେ ଏଯାଏଁ ଥମିନି ଉତ୍ତେଜନା। ସୀମାରେ ମୁତୟନ ଭାରତୀୟ ସୈନିକଙ୍କୁ ଚୀନ ସେନା ବାରମ୍ବାର ଉସକାଇବାକୁ ଉଦ୍ୟମ କରୁଛି। ଏଥିଲାଗି ସେମାନେ ପାରମ୍ପରିକ ଯୁଦ୍ଧାସ୍ତ୍ର ବଦଳେ ମଧ୍ୟ ଯୁଗୀୟ ଅସ୍ତ୍ରଶାସ୍ତ୍ର ଭାଲା, ବର୍ଚ୍ଛା, ଗୁଆନଦାଓ ଆଦିର ବ୍ୟବହାର କରୁଥିବାର ଏବେ ଦେଖାଯାଉଛି। ଗତ ସେପ୍ଟେମ୍ବର ୭ ତାରିଖରେ ଚୀନ୍‌ ସୈନିକମାନେ ଏପରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରେଜାଙ୍ଗ-ଲା-ଲିଜ ଲାଇନ ନିକଟରେ ଭାରତୀୟ ସୀମାକୁ  ପୁଣିଥରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। 

ସୋମବାର ପ୍ରାୟ ୫୦ରୁ ୬୦ ଜଣ ଚୀନ୍‌ ସୈନିକ ଉପରକୁ ନିରସ୍ତ୍ର ଦେଖାଯାଉଥିଲେ ହେଁ ସାଙ୍ଗରେ ଗୁଆନଦାଓ ଲୁଚାଇ ରଖିଥିଲେ। ତେବେ ଗଲୱାନ୍‌ ଘାଟି ଘଟଣାରୁ ସତର୍କ ଭାରତୀୟ ସେନା ସେମାନଙ୍କୁ ଦୂରରୁ ଦେଖି ଉଦ୍ଦେଶ୍ୟ ବୁଝି ଯାଇଥିଲେ ଓ ସେମାନଙ୍କୁ ଘଉଡାଇଥିଲେ। ଏଥିରେ ଉତକ୍ଷିପ୍ତ  ଚୀନ୍‌ ସୈନିକ କିଛି ରାଉଣ୍ଡ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ହେଲେ ଭାରତୀୟ ସୈନିକଙ୍କ ଆକ୍ରମକତା ଆଗରେ ବେଶି ସମୟ ତିଷ୍ଠି ରହି ପାରିନଥିଲେ ଓ ଫେରିବାକୁ ବାଧ୍ୟ ହୋଇଥିଲେ।

ତେବେ ଚୀନ୍‌ ସେନା ସୀମାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରୁଥିଲେ ବି ପ୍ରସ୍ତର ଓ ମଧ୍ୟ ଯୁଗୀୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କ’ଣ ପାଇଁ ସୀମା ଉଲ୍ଲଂଘନ ଉଦ୍ୟମ କରୁଛନ୍ତି ତାହା ଜଣାପଡି ନାହିଁ। କୁହାଯାଉଛି ଏଠାରେ ଚୀନ୍‌ ତାର ସୈନ୍ୟ ବାହିନୀ ପ୍ୟୁପିଲସ୍‌ ଲିବରେସନ ଆର୍ମି (ପିଏଲଏ) ପାରମ୍ପରିକ ସୈନିକଙ୍କ ବଦଳେ ଭଡାଟିଆ ମାର୍ଶଲଆର୍ଟିଷ୍ଟଙ୍କୁ ସାଙ୍ଗରେ ରଖିଛି। ଯେଉଁମାନଙ୍କୁ ଭାରତୀୟ ସୈନିକଙ୍କ ସହ ମୁହାଁ ମୁହିଁ ହେବାକୁ ବାରମ୍ବାର ଆଗକୁ କରୁଛି।

ଗତ ଗଲୱାନ ଘଟଣାରେ ମଧ୍ୟ ସେଇଆ ହୋଇଥିଲା। ଚୀନ୍‌ ପାରମ୍ପରିକ ସେନା ବଦଳେ ମାର୍ଶଲ ଆର୍ଟରେ ଧୁରିଣ ଫାଇଟରମାନଙ୍କୁ ସେନାଙ୍କ ସହ ଲଢାଇଥିଲା। ଯେଉଁମାନେ ଗୁଆନଦାଓ, କଣ୍ଟାବାଡି ପଥର ଅସ୍ତ୍ରଶସ୍ତ୍ର ଚଳାଇବାରେ ମାହିର। ହେଲେ ଏବେ ଭାରତୀୟ ସୈନିକଙ୍କ ଆଗରେ ପିଏଲଏର ଏବେ ଚାଲ ଚଳୁନି। ଓଲଟା ଭାରତୀୟ ସେନା ଏବେ ଏଭଳି ମୌକା ଖୋଜୁଛି ଯେଉଁଥିରେ ଚୀନ୍‌ ସେନା ହଲିବା ମାତ୍ରେ ସେମାନଙ୍କ ଛାଉଣୀ ସଫା କରିଦେବା ଉଦ୍ଦେଶ୍ୟରେ ଥିବା ଜାଣିଗଲେଣି।    

   Related Posts