Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଭାରତ ସୀମାରେ ପୋଷ୍ଟିଂ ଶୁଣିଲେ କାନ୍ଦୁଛନ୍ତି ଚୀନ୍ ସୈନିକ, ଭିଡିଓ ଭାଇରାଲ

23/09/2020 at 6:17 PM

ବେଜିଂ : ସୀମାରେ ଭାରତୀୟ ସେନାର ସମରସଜ୍ଜାରେ ଏବେ ଚୀନ୍‌ ସୈନିକଙ୍କୁ ଆତଙ୍କିତ ହୋଇପଡିଛନ୍ତି। ଏବେ ଭାରତ ସୀମାରେ ମୁତୟନ ଆଦେଶ ଧରିବାକୁ ସେମାନଙ୍କ ହାତ ଥରୁଛି। ଏଥିରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତ ସୀମାକୁ ପଠାଯାଉଥିବା ଚୀନ୍‌ ସୈନିକ କାନ୍ଦି କାନ୍ଦି ଯାଉଥିବାର ଦେଖାଯାଉଛି।

ତାଇୱାନ୍‌ ନ୍ୟୁଜ୍‌ ରିପୋର୍ଟ ଅନୁସାରେ ଏହି ଭିଡିଓ ପ୍ରଥମେ ଚୀନ୍‌ ସୋସିଆଲ ମିଡିଆ ବିଚାଟ୍‌ରେ ଭାଇରାଲ ହୋଇଥିଲା। ତେବେ ପରେ ଏହାକୁ ହଟାଇ ଦିଆଯାଇଥିଲା। ଏହି ଭିଡିଓ ସୈନିକମାନେ ଫ୍ୟୁୟାଙ୍ଗ ଷ୍ଟେସନ ଯିବା ଲାଗି ବସ୍‌ରେ ବସିଥିବା ବେଳେ ସୁଟ୍ ହୋଇଥିଲା। ସେନାରେ ଯୋଗ ଦେଇଥିବା ସୈନିକଙ୍କୁ ପ୍ରଶିକ୍ଷଣ ପରେ ଭାରତ ସୀମାକୁ ପଠାଯାଉଥିବା ବେଳେ ସେମାନଙ୍କ ମନଦ୍ଦଶାକୁ ଏହି ଭିଡିଓ ସ୍ପଷ୍ଟ କରୁଛି। ଭିଡିଓରେ ଚୀନ୍‌ ସୈନିକମାନେ କାନ୍ଦି କାନ୍ଦି ପ୍ୟୁପିଲ୍ସ ଲିବରେସନ ଆର୍ମି (ପିଏଲଏ) ସଂଗୀତ ‘ଗ୍ରିନ ଫ୍ଲାୱାର୍ସ ଇନ ଦି ଆର୍ମି’ ଗାଉଥିବାର ଦେଖାଯାଉଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶରେ ସେନାର ଖୁବ୍ ବେଜିତ୍‌ ହୋଇଥିଲା। ଏଣୁ ଏହାକୁ ତୁରନ୍ତ ହଟାଇ ଦିଆଯାଇଥିଲା। ପାକିସ୍ତାନୀ କମେଡିଆନ ଜୈଦ ହମ୍ମିଦ ମଧ୍ୟ ଏହି ଭିଡିଓକୁ ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଲଦ୍ଦାଖରେ ଭାରତୀୟ ସେନା ଚୀନ୍‌କୁ ଜୋରଦାର ଜବାବ ଦେଉଛନ୍ତି। ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରୁଛନ୍ତି। ଏଭଳି ଘଟଣାରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଅସନ୍ତୁଷ୍ଟ ମଧ୍ୟ ହୋଇଥିଲେ। ଭାରତୀୟ ସେନାଙ୍କୁ ଦେଖିଲେ ଚୀନ୍‌ ସୈନିକ ଏମିତି ପଳାୟନ କାହିଁକି କରୁଛନ୍ତି ବୋଲି ମଧ୍ୟ ପଚାରିଥିଲେ।

ସୂଚନାଯୋଗ୍ୟଯେ ଭାରତୀୟ ସେନା ପୂର୍ବ ଲଦ୍ଦାଖର ପୋଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡଗୁଡିକ ଉପରେ ନିଜର କର୍ତ୍ତୃତ ଜାହିର କରିଛନ୍ତି। ଏଥିରେ ଚୀନ ସେନା ଏବେ ଭାରତୀୟ ସୈନିକଙ୍କ ସହ ମୁହାଁମୁହିଁ ଯୁଦ୍ଧକରିବାକୁ ଡରୁଛନ୍ତି। ଏଣୁ ଏପରି ପରିସ୍ଥିତି ଉପୁଜିଲେ ଚୀନ୍‌ ସୈନିକ ଛତ୍ରଭଙ୍ଗ ଦେଇ ପଳାୟନ କରୁଥିବା ଦେଖାଯାଇଛି।

   Related Posts