Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନିର୍ଦ୍ଦୟ ଡ୍ରାଗନ: ସାହାଯ୍ୟ ପାଇଁ ଇଟାଲୀ ପଠାଇଥିଲା ପିପିଆଇ, ଏବେ ଏହାକୁ ହିଁ ବିକ୍ରି କରୁଛି ଚୀନ

6/04/2020 at 11:23 AM

ବେଜିଂ, ୦୬|୦୪:  କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାର ମୁକାବିଲା କରିବା ପାଇଁ ବିକାଶଶୀଳ ଦେଶ ଅନ୍ୟଦେଶର ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି । ଏହି କଠିନ ପରିସ୍ଥିତିରେ ମଧ୍ୟ ଚୀନ ହୀନ ଉଦ୍ୟମ କରିବାକୁ ପଛାଉ ନାହିଁ । ବ୍ରିଟେନ୍ ମାଗାଜିନ୍, ଦି ସ୍ପେକ୍ଟେରର ଅନୁସାରେ, ଚୀନରେ ଯେତେବେଳେ କରୋନା ତାଣ୍ଡବ ରଚୁଥିଲା, ସେତେବେଳେ ଇଟାଲୀ ସାହାଶ୍ୟ ପାଇଁ ହାତ ବଢାଇଥିଲା ।

ଇଟାଲୀ ଚୀନକୁ ସୁରକ୍ଷା ଉପକରଣ ବା ପିପିଆଇ ଦାନ କରିଥିଲା । ଏବେ ଇଟାଲୀକୁ ପିପିଆଇର ଅବଶ୍ୟକତା ରହିଛି । କିନ୍ତୁ ଚୀନ ଦାନରେ ପାଇଥିବା ଉପକରଣକୁ ଓଲଟା ବିକିବାରେ ଲାଗିଛି । ବୁହାନରେ ବ୍ୟାପିଥିବା କରୋନା ଭାଇରସ ପରେ ଇଟାଲୀ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଠାକାର ଡାକ୍ତର ଓ ନର୍ସଙ୍କ ଉପରେ ମଧ୍ୟ ବିପଦ ରହିଛି ।

ସ୍ପେକ୍ଟେରରର ରିପୋର୍ଟ ଅନୁସାରେ, ଏହି ପରିସ୍ଥିତିରେ ଭଦ୍ର ମୁଖା ପିନ୍ଧା ଚୀନ ବିଶ୍ୱକୁ ପିପିଆଇ ଦାନ କରିଥିବା କହିଥିଲା । କିନ୍ତୁ ଏବେ ତାହାର ଅସଲ ଚେହେରା ସାମ୍ନାକୁ ଆସିଛି । ଅନେକ ରିପୋର୍ଟରେ ଚୀନ ଇଟାଲୀକୁ ପିପିଆଇ ଦାନ କରିବା ପରିବର୍ତ୍ତେ ବିକ୍ରୟ କରିଥିବା ପ୍ରକାଶ ପାଇଛି । ଟ୍ରମ୍ପ ସରକାରର ଜଣେ ଅଧିକାରୀ ମଧ୍ୟ ଚୀନର ଏହି କାରନାମାକୁ ବିରୋଧ କରିଛନ୍ତି ।

ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଚୀନର ବୁହାନ ସହରରେ କରୋନା ଭାଇରସର ମାମଲା ଗତବର୍ଷ ସାମ୍ନାକୁ ଆସିଥିଲା । ଚୀନ ଅନ୍ୟ ଦେଶକୁ ସାହାଯ୍ୟ କରିବା ଆବଶ୍ୟକ । କିନ୍ତୁ ଏହି ସମୟରେ ଡ୍ରାଗନ ହୀନ ଚକ୍ରାନ୍ତ କରୁଛି । ତେଣୁ ସ୍ପେନ୍ ଚୀନକୁ ୫୦ ହଜାର ଟେଷ୍ଟିଂ କିଟ୍ସ୍ ଫେରସ୍ତ କରିଦେଇଛି ।

   Related Posts