Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

କରୋନା ଭାଇରସର ପ୍ରତିକାର ଠାବ କରିଛନ୍ତି ଚୀନ ବୈଜ୍ଞାନିକ ! କୋଭିଡ-୧୯କୁ କରୁଛି ପ୍ରଭାବହୀନ

30/03/2020 at 10:42 AM

ବେଜିଂ, ୩୦|୦୩ : ସାରା ବିଶ୍ୱ ବର୍ତ୍ତମାନ ସ୍ଥିତିରେ କରୋନା ଭାଇରସର ମୁକାବିଲା କରୁଛି । ଏହି ଭାଇରସର କୌଣସି ଭାକସିନ୍ କିମ୍ବା ପ୍ରତିଷେଧକ ନଥିବାରୁ ମୃତ୍ୟୁସଂଖ୍ୟା ୩୩ ହଜାର ଟପିଛି । ୬ ଲକ୍ଷରୁ ଅଧିକ ବ୍ୟକ୍ତି ଏହି ମାରାତ୍ମକ କୋଭିଡ-୧୯ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।ତେବେ ବୁହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସର ମୁକାବିଲା ପାଇଁ ଚୀନ ବୈଜ୍ଞାନିକମାନେ କୌଣସି ଉପାୟ ପ୍ରସ୍ତୁତ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଚୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଚୀନ ବୈଜ୍ଞାନିକମାନେ କରୋନାର ମୁକାବିଲା ପାଇଁ ଏକ ଉପାୟ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ତେବେ ଏହା କୌଣସି ଡ୍ରଗସ୍ କିମ୍ବା ଭାକସିନ୍ ନୁହେଁ । କିଛି କ୍ଷୁଦ୍ର ପଦାର୍ଥରୁ କରୋନା ସହ ଲଢିବା ପାଇଁ ଉପାୟ ମିଳିଛି । ସେମାନେ ଏକ ନାନୋ ମ୍ୟାଟେରିଆଲ୍ ଠାବ କରିଛନ୍ତି । ଯାହା କରୋନାକୁ ମାତ୍ ଦେବ ।

ଏନେଇ ରବିବାର ଏହି ନ୍ୟୁଜ୍ ପୋର୍ଟାଲ ନିଜର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲା । ଏହି ନାନୋ ମ୍ୟାଟେରିଆଲ ଭାଇରସର ପ୍ରଭାବକୁ ୯୬ରୁ ୯୯.୯ ପ୍ରତିଶତ କମ କରିପାରୁଛି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ନାନୋ ମ୍ୟାଟେରିଆଲ ବିଭିନ୍ନ ମେଡିସିନ୍, ରଙ୍ଗ, ଫିଲଟର୍ ଓ ଲୁବ୍ରିକାଣ୍ଟ୍ ପ୍ରସ୍ତୁତିରେ ବ୍ୟବହାର କରାଯାଏ ।

ତେବେ ଚୀନର ଏହି ଖବରରେ କେତେ ସତ୍ୟତା ରହିଛି ତାହା ପରଖିବା କଷ୍ଟକର ହୋଇଥିଲେ ମଧ୍ୟ ଏହି ରିପୋର୍ଟ ସତ ହୋଇଥିଲେ ସାରା ବିଶ୍ୱ ପାଇଁ ଏକ ଆଶ୍ୱସ୍ତି ଆଣିବ ।

   Related Posts