ଚୀନ୍ କହିଲା ଆମ J-20 ଫାଇଟର୍ ଭାରତର ରାଫେଲ୍ ଠାରୁ ଶକ୍ତିଶାଳୀ, ପୋଲ୍ ଖୋଲିଦେଲେ ପୂର୍ବତନ ଏୟାର ଚିଫ୍ ମାର୍ଶାଲ୍

Published By : Prameya-News7 Bureau | July 31, 2020 IST

ନୂଆଦିଲ୍ଲୀ ୩୧/୦୭ : ପୂର୍ବତନ ଏୟାର ଚିଫ ମାର୍ଶାଲ ବିଏସ ଧନୋଆ ଶୁକ୍ରବାର ଦିନ ଚୀନର ଏକ ମିଛର ମୁଖା ଖୋଲି ଦେଇଛନ୍ତି | ଚିଂ କହିଥିଲା ଯେ ତାଙ୍କର ଜେ-୨୦ ଯୁଦ୍ଧ ବିମାନ ରାଫେଲ ଠାରୁ ମଧ୍ୟ ଭଲ | ଚିଂର କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଜଣେ ଏକ୍ସପର୍ଟଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜେ ରାଫେଲ ଶୁଖୋଇ-୩୦ MKI ଜେଟରୁ ଭଲ କିନ୍ତୁ J-20 ସାମ୍ନାରେ କିଛି ବି ନୁହେଁ | କମ୍ୟୁନିଷ୍ଟ ପାର୍ଟିର ପ୍ରୋପାଗଣ୍ଡା ୱେବସାଇଟ ଏକ କଥିତ ମିଲିଟାରୀ ଏକ୍ସପର୍ଟ ଝାଂଗ ସୁଫେଙ୍ଗ ଙ୍କ ଉଦ୍ଦେଶ୍ୟରେ କହିଛି ଯେ ଏହା କେବଳ ଏକ ଚତୁର୍ଥାଂଶ ଜେନେରେସନ ଆଡ଼ଭାନ୍ସ ଏବଂ ଗୁଣବତ୍ତା ମାମଲାରେ ଏଥିରେ ଅଧିକ ପରିବର୍ତ୍ତନ ନାହିଁ | ୱେବସାଇଟ ଜଣେ ବେଣାମ ଏକ୍ସପର୍ଟଙ୍କ ଉଦ୍ଦେଶ୍ୟରେ କହିଛି ଯେ ରାଫେଲ କେବଳ ଥାର୍ଡ଼ ପ୍ଲସ ଜେନେରେସନର ଫାଇଟର ଜେଟ ଏବଂ J-20 ସାମ୍ନାରେ ସେ ଚାଲିବ ନାହିଁ |

{"id":308141,"sizeSlug":"large"}

ରାଫେଲକୁ ୪.୫ ଜେନେରେସନର ଫାଇଟର ଜେଟ କହୁଥିବା ବାୟୁସେନାର ପୂର୍ବତନ ଚିଫ ବିଏସ ଧନୋଆ ଦୁଇଟି ସାଧାରଣ ପ୍ରଶ୍ନ ଜରିଆରେ ଚୀନର ଏହି ଦାବିର ପୋଲ ଖୋଲି ଦେଇଛି | ଧନୋଆ ପ୍ରଶ୍ନ କରିଛନ୍ତି ଯେ, ଯଦି J-20 ବାସ୍ତବରେ ପଞ୍ଚମ ପିଢ଼ିର ଫାଇଟର ଜେଟ ତାହେଲେ ଏଥିରେ କନାର୍ଡସ୍ କାହିଁକି | ଅପରପକ୍ଷରେ ଆମେରିକାର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ F22, F35 ଏବଂ ଋଷର ପଞ୍ଚମ ପିଢ଼ି Su 57 ବିମାନୀା ନାହିଁ | କନାର୍ଡସ୍ ବିମାନର ନିୟନ୍ତ୍ରଣରେ ସୁଧାର ଆଣିବା ପାଇଁ ମୁଖ୍ୟ ୱିଙ୍ଗର ଆଗରେ ଲାଗିଥାଏ |

{"id":308142,"width":572,"height":320,"sizeSlug":"large"}

ଧନୋଆ କହିଛନ୍ତି ଯେ,' ମୁଁ କେବେ ବି ବିଶ୍ୱାସ କରିବିନାହିଁ ଯେ J-20 ଏତେ ଶକ୍ତିଶାଳୀ ଯେ ତାକୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ କୁହାଯିବ କାରଣ କନାର୍ଡସ୍ ରାଡ଼ାର ସିଗନେଚରକୁ ବଢ଼ାଇ ଦେଇଥାଏ ଲଙ୍ଗ ରେଞ୍ଜ ମିଟିଆର ମିସାଇଲକୁ ପୋଜିସନ ଦର୍ଶାଇଥାଏ ଯାହା ରାଫେଲରେ ଲାଗିଛି |' 

{"id":308140,"width":576,"height":410,"sizeSlug":"large"}

ପୂର୍ବତନ ବାୟୁସେନା ଚିଫ ଚୀନକୁ ଆଉ ଏକ ପ୍ରଶ୍ନ ପଚାରିଛନ୍ତି ଯେ ଯଦି J-20 ର ଉତ୍ପାଦତକ ଚେଙ୍ଗଦୁ ଏୟାରସ୍ପେସ କର୍ପୋରେସନ ଏହାକୁ ୫ମ ପିଢ଼ିର ଯୁଦ୍ଧ ବିମାନ କହୁଛି ତାହେଲେ ଏଥିରେ ସୁପରକୄଜ କ୍ଷମତା କାହିଁକି ନାହିଁ ? ସୁପରକୄଜ ସେହି କ୍ଷମତା ଯେଉଁଥିରେ ଜେଟ ଆଫଟରବର୍ଣ୍ଷକୁ ବ୍ୟବହାର ନ କରି M 1.0 ରୁ ଅଧିକ ସ୍ପିଡ଼ରେ ଉଡ଼ିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.