ଆଜି ପୃଥିବୀରେ ମାଡ ହେବ ଚୀନ୍‌ର ରକେଟ୍ : ଧ୍ୱଂସ ହୋଇପାରେ ଅନେକ ଅଞ୍ଚଳ, କେଉଁ ସ୍ଥାନରେ ପଡିବ ତାହା ଏବେବି ଅସ୍ପଷ୍ଟ

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ, ୦୯/୦୫ :  ପୃଥିବୀରେ ମାଡ ହେବ ଚାଇନା ରକେଟ୍ । ପୃଥିବୀ ଉପରେ ବିପଦ ହୋଇ ଘୁରି ବୁଲୁଥିବା ଚୀନ ରକେଟ୍ ରବିବାର ରାତି ମଧ୍ୟରେ ପୃଥିବୀ ପୃଷ୍ଠରେ ମାଡ ହୋଇପାରେ । ଏହି ରକେଟ ଅନିୟନ୍ତ୍ରିତ ହୋଇ ଘୁରି ବୁଲୁଛି । ତେବେ ଏହା କେଉଁଠାରେ ମାଡ ହେବ ତାହା ସ୍ପଷ୍ଟ ହୋଇନାହିଁ । ବୈଜ୍ଞାନିକଙ୍କ ଆକଳନ ଅନୁସାରେ ଏହା ନ୍ୟୁଜିଲାଣ୍ଡର ଆଖପାଖରେ କେଉଁଠି ମାଡ ହୋଇପାରେ ।

ଏହି ରକେଟ୍ ଜନବସତି ଅଞ୍ଚଳ କିମ୍ବା ସମୁଦ୍ରରେ ପଡିପାରେ । ଭାରତୀୟ ସମୟ ଅନୁସାରେ ମେ ୯ ତାରିଖ ରାତି ୧୨ଟାରୁ ଭୋର ସାଢେ ୪ଟା ବିତରେ ଏହା ମାଡ ହେବ । ଚୀନର ଏହି ରକେଟ୍ ୧୦୦ ଫୁଟ୍ ଲମ୍ବା । ଏହାର ଓଜନ ୨୧ ଟନ୍ ଅଟେ । ପୂର୍ବ ବର୍ଷ ମଧ୍ୟ ଚୀନର ଏକ ରକେଟ୍ ଆଫ୍ରିକାରେ ପଡିଥିଲା । ଏକ ଗାଁକୁ ଏହା ନଷ୍ଟ କରିଦେଇଥିଲା ।

ଡ୍ରାଗନର ଏହି ରକେଟ୍ ବର୍ତ୍ତମାନ ପୃଥିବୀର ଚାରିପାଖରେ ଲୋ-ଆର୍ଥ ଅରବିଟରେ ଘୁରି ବୁଲୁଛି । ଏହା ଏବେ ପୃଥିବୀ ପୃଷ୍ଠରୁ ୧୭୦ରୁ ୩୭୨ କିମି ମଧ୍ୟରେ ଘୁରି ବୁଲୁଛି । ଏହାର ଗତି ମଧ୍ୟ ଘଣ୍ଟା ପ୍ରତି ୨୫୪୯୦ କିମି । ଅର୍ଥାତ ଏକ ସେକେଣ୍ଡରେ ୭.୨୦ କିଲୋମିଟର ଅଟେ ।ଏହାକୁ ଗତ ଏପ୍ରିଲ ୨୮ ତାରିଖରେ ତିୟାନହେ ସ୍ପେସ୍ ଷ୍ଟେସନରୁ ଉତକ୍ଷେପଣ କରାଯାଇଥିଲା । ଏବେ କିନ୍ତୁ ଚୀନର ସ୍ପେସ୍ ଏଜେନ୍ସି ଏହା ଉପରୁ ନିୟନ୍ତ୍ରଣ ହରାଇଛି ।

wp:html /wp:html

ପୃଥିବୀରେ ବସବାସ କରୁଥିବା ଲୋକମାନେ କିନ୍ତୁ ଏହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି । ଯଦି ଏହା କେଉଁ ଦେଶ ଉପରେ ପଡେ ପ୍ରଥମେ ଲୋକମାନଙ୍କୁ ଅବଗତ କରାଯିବ । ଏହାର ଗତି ଓ ଲଗାତାର ବଦଳୁଥିବା ଦୂରତା କାରଣରୁ ଏହା କେଉଁଠାରେ ପଡିବ ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିପାରୁ ନାହିଁ । ଯଦି ଏହାର ଛୋଟ ଅଂଶ ମଧ୍ୟ କେଉଁଠାରେ ପଡିବ ସେଠାରେ ଧ୍ୱଂସ ସ୍ତୁପ ପାଲଟିଯିବ ।

ହାଭାର୍ଡ ୟୁନିଭର୍ସିଟିର ପ୍ରଫେସର ଜୋନାଥନ ମ୍ୟାକଡେବଲ୍ କହିଛନ୍ତି ଯେ, ଗତ ୩୦ ବର୍ଷ ହେବ ଏତେ ଓଜନର ବସ୍ତୁ ପୃଥିବୀରେ ପଡିନାହିଁ । ଚୀନର ଏହି ରକେଟର ଓଜନ ପ୍ରାୟ ୧୭୮୦୦ କେଜି ଅଟେ । ଏହାପୂର୍ବରୁ ୧୯୯୧ରେ ୪୩ ଟନ୍‌ର ସୋଭିଏତ ଋଷର ଏକ ରକେଟ୍ ପୃଥିବୀରେ ମାଡ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.