ଭାରତୀୟ ସମୁଦ୍ର ସୀମାରୁ ଚୀନ୍ ପୋତକୁ ଘଉଡାଇଦେଲା ନୌସେନା, କରୁଥିଲା ଗୁଇନ୍ଦାଗିରି

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭।୯: ନୌସେନା ହୀନ୍ଦ ମହାସାଗର କ୍ଷେତ୍ରରେ ଭାରତୀୟ ଜଳ ସୀମାକୁ ପଶି ଆସିଥିବା ଏକ ଚୀନ୍‌ ପୋତକୁ ଘଉଡାଇ ଦେଇଛି। ଏହା ଏକ ଅନୁସନ୍ଧାନ ପୋତ ଓ ମଲକ୍କା ଷ୍ଟ୍ରେଟ୍‌ରୁ ହୀନ୍ଦ ମହାସାଗରକୁ ପଶିଆସିଥିଲା। ଚୀନ୍‌ ପୋତକୁ ନୌସେନା ଟ୍ରାକିଂରେ ରଖିଥିବା ବେଳେ ଏହା ଗୁଇନ୍ଦାଗିରି କରୁଥିବାର ସନ୍ଦେହ ହୋଇଥିଲା। ଏଣୁ ତୁରନ୍ତ ସୀମାରୁ ଯିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ନଯିବାରୁ ନୌସେନା ଘଉଡାଇବାକୁ ବାଧ୍ୟ ହୋଇଥିଲା।

{"id":330955,"sizeSlug":"large"}

ଘଉଡା ଯାଇଥିବା ଚୀନ୍‌ ପୋତଟି ଚାଇନୀଜ୍ ଆକାଡେମୀ ଅଫ ସାଇନ୍ସର ସିୟାନ-୧ ବୋଲି ଜଣାପଡିଛି। ବିନା ଅନୁମତିରେ ପୋର୍ଟ ବ୍ଲେୟାର ଏକ୍ସକ୍ଲୁସିଭ ଇକୋନମୀ ଜୋନ (ଇଇଜେଡ୍)ରେ ଚୀନ୍‌ ପୋତ କାର୍ଯ୍ୟ କରୁଥିବାର ସାମୁଦରିକ ତଦାରଖ ବିମାନ ଦେଖି ସୂଚୀତ କରିବା ପରେ ନୌସେନା ପଦକ୍ଷେପ ନେଇଥିଲା।

{"id":330956,"width":579,"height":282,"sizeSlug":"large"}

ହୀନ୍ଦ ମହାସାଗରରେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆମେରିକା ସହ ମାଲଦ୍ୱୀପ ପ୍ରତିରକ୍ଷା ସହଯୋଗ ନିମନ୍ତେ ରାଜିନାମା କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଏ ନେଇ ଘୋଷଣା କରିଛନ୍ତି। କ୍ଷେତ୍ରରେ ଚୀନ୍‌ର ପ୍ରଭୁତ୍ୱ ବୃଦ୍ଧି କାଳରେ ହୋଇଥିବା ଏହି ରାଜିନାମା  ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକାର ସହଯୋଗକୁ ବୃଦ୍ଧି କରିଛି।ସେପଟେ ଜାପାନ ସହ ମିସି ଭାରତ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌କୁ ଘେରିବା ଲାଗି ପ୍ରସ୍ତୁତି କରିନେଇଛି। ଭାରତ ଓ ଜାପାନ ଏ ନେଇ ଦୀର୍ଘ ବର୍ଷରୁ ଆଲୋଚନାରେ ଥିଲେ। ତେବେ ଅଚାନକ ଉଭୟ ଦେଶ ସଶସ୍ତ୍ର ବାହିନୀ ଓ ସେବା ଆଦାନପ୍ରଦାନ ନେଇ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏଣୁ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଏବେ ଚୀନ୍‌ ଲାଗି ବାଡ ପଡିଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.