Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ସୀମା ବିବାଦ: ଭାରତକୁ ଆମେରିକାର ସମର୍ଥନ ନେଇ ଏପରି ପ୍ରତିକ୍ରିୟା ରଖିଲା ଚୀନ୍

21/05/2020 at 6:39 PM

ନୂଆଦିଲ୍ଲୀ ୨୧।୫: ଚୀନ ସହ ସୀମାକୁ ନେଇ ବିବାଦ ପ୍ରସଙ୍ଗରେ ଆମେରିକୀୟ କୂଟନୀତିଜ୍ଞ ଭାରତକୁ ସମର୍ଥନ କରିଛନ୍ତି, ଏଥିରେ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ଚୀନ ବିଦେଶମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରିଥିବା ବେଳେ ଏହାକୁ ନିର୍ଥକ ବୋଲି କହିଛି। ଚୀନ କହିଛି ଯେ ବିବାଦକୁ ନେଇ ଦୁଇ ଦେଶଙ୍କ ରାଜନୈତିକ ସ୍ତରରେ ବିଚାରବିମର୍ଶ ଜାରି ରହିଛି, ଏଥିରେ ଆମେରିକାର କୌଣସି କାମ ନାହିଁ ।

ଚୀନ ବିଦେଶମନ୍ତ୍ରାଳୟଙ୍କ ମୁଖପାତ୍ର ଝାଓ ଲିଜିୟନ ମିଡିଆ ବ୍ରିଫିଙ୍ଗରେ କହିଛନ୍ତି ଯେ ପ୍ରସଙ୍ଗରେ ଚୀନର ସ୍ଥିତି ଲଗାତାର ସ୍ପଷ୍ଟ ରହିଛି। ଏଥିରେ ଆମେରିକାର ରାଜନୈତିକ ଟିପ୍ପଣୀ କରିବାର କିଛି ନାହିଁ। ଚୀନ ବର୍ଡର ଫୋର୍ସ ନିଜ ଦେଶର ସୀମା କେଉଁ ପର୍ଯ୍ୟନ୍ତ ତାହା ବେଶ ଜାଣେ ଓ ସେ ତାର ସୁରକ୍ଷା ମଧ୍ୟ କରେ। ଆମ ସେନା ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ସର୍ବଦା ଉଦ୍ୟମ କରେ ବୋଲି କହିଛନ୍ତି ଲିଜିୟନ। ତେବେ ଭାରତକୁ ଏକତରଫା କାର୍ଯ୍ୟକଳାପରୁ ନିବୃତ୍ତ ରହିବା ସହ ହୋଇଥିବା ବୁଝାମଣା ଅନୁସାରେ କାର୍ଯ୍ୟକରିବା ଦରକାର ବୋଲି ଚୀନ କହିଛି।

କଣ କହିଛନ୍ତି ଆମେରିକୀୟ କୂଟନୀତିଜ୍ଞ
ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ ଏଲିସ୍ ଜୀ ୱେଲ୍ସ ଥିଙ୍କ ଟ୍ୟାଙ୍କ ଆଟଲାଣ୍ଟିକ କାଉନସିଲରେ ଭାରତକୁ ଲାଗି ରହିଥିବା ସୀମା ଓ ଦକ୍ଷିଣ ଚୀନ ସାଗରରେ ଚୀନ ଲଗାତାର ଉତ୍ତେଜନା ସୃଷ୍ଟି କରୁଥିବା କହିଥିଲେ। ଏଥିରେ ଚୀନ ଆକ୍ରମକ ପନ୍ଥା ଅବଲମ୍ବନ କରୁଥିବା ବେଳେ ଯଥାସ୍ଥିତି ବଦଳାଇବାର ଉଦ୍ୟମ କରୁଥିବାର ମଧ୍ୟ କହିଥିଲେ।

   Related Posts