ମୋଦିଙ୍କ ଲଦ୍ଦାଖ ଗସ୍ତକୁ ନେଇ ଚିହିକିଲା ଚୀନ୍, ଜାଣନ୍ତୁ କ’ଣ କହିଲେ ଝାଓ ଲିଜିଆନ୍

Published By : Prameya-News7 Bureau | July 03, 2020 IST

ବେଜିଂ ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସରପ୍ରାଇଜ୍‌ ଲଦ୍ଦାଖ ଗସ୍ତ କରିଛନ୍ତି।  ସୀମା ସଲଗ୍ନ ଭାରତୀଯ କ୍ଷେତ୍ରରେ   ପ୍ରଧାନମନ୍ତ୍ରୀଙ୍କ  ଉପସ୍ଥିତି ଚୀନ୍‌କୁ ବିଚଳିତ କରିଛି। ଏଥିରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ତରବରିଆ ବୟାନ ଜାରି କରି ସୀମାରେ ଉତ୍ତେଜନା ହ୍ରାସ ଲାଗି ଆମେ କୂଟନୈତିକ ଓ ସୈନ୍ୟ ସ୍ତରରେ ଉଦ୍ୟମ ଜାରି ରଖିଥିବା ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ଏଣୁ ଉତ୍ତେଜନା ଯେପରି ନ ବଢେ ସେଥିପ୍ରତି ଉଭୟପକ୍ଷ ସଞ୍ଜମତା ଆଚରଣ କରିବା ଜରୁରି ବୋଲି କହିଛନ୍ତି। ତେବେ ଚୀନ୍‌ ମୁଖପାତ୍ରଙ୍କ ବୟାନରେ ଭାରତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ।

{"id":295239,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସକାଳେ ଅଚାନକ ଲଦ୍ଦାଖର ନିମୁରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସେନା, ଭାରତୀୟ ବାୟୁସେନା ଓ ଇଣ୍ଡୋ ତୀବ୍ବତ ସୀମା ପୋଲିସ ପକ୍ଷରୁ ସ୍ୱାଗତ  କରାଯିବା ସହ ଉପୁଜିଥିବା ପରିସ୍ଥିତି ନେଇ ଅଧିକାରୀମାନେ ମାନଚିତ୍ର ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ମୋଦି ଗସ୍ତ କରିଥିବା ଅଞ୍ଚଳ ସିନ୍ଧୁ ନଦୀ ତଟବର୍ତ୍ତି ଜାଁସ୍କର ରେଞ୍ଜ ଅନ୍ତର୍ଗତ। ତେବେ ମୋଦି ଚୀନ୍‌ ସୀମା ସଲଗ୍ନ ଶେଷ ସାମରିକ ଘାଟିରେ ପହଞ୍ଚିବା ଚୀନ୍‌ ଲାଗି ଏକ ବଡ ସନ୍ଦେଶ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଅର୍ଥାତ ଭାରତ ଏବେ ନିଜ ସୀମା ସହ କୌଣସି ବୁଝାମଣା କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପରୋକ୍ଷରେ ଚୀନ୍‌କୁ ଜଣାଇଦେଇଛନ୍ତି।

{"id":295242,"sizeSlug":"large"}

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସୀମାସପରିଦର୍ଶନ ଭାରତୀୟ ସେନା ଓ ଜବାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ଅବସରପ୍ରାପ୍ତ ବ୍ରିଗେଡିୟର ତଥା ସୁରକ୍ଷା ବିଶେଷଜ୍ଞ ବିକ୍ରମ ଦତ୍ତ କହିଛନ୍ତି। ଲେହ ଫ୍ରଣ୍ଟଲାଇନରେ ମୁତୟନ ସୈନିକଙ୍କ ମୋବଳ ବୃଦ୍ଧିରେ ଏହା ବେଶ ସହାୟକ ହେବ। ଗସ୍ତ ଅବସରରେ ମୋଦି ନିମୁ କ୍ୟାମ୍ପରେ ଜବାନମାନଙ୍କୁ ସମ୍ବୋଧିତ କରିବା ଚୀନ୍‌ କୁ ଛାନିଆ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.