Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ତୀବ୍ବତ ପହଞ୍ଚିଲା ଚୀନ୍ ବୁଲେଟ୍ ଟ୍ରେନ୍, ଜୁଲାଇ ପୂର୍ବରୁ ଅଋଣାଚଳ ପାଖାପାଖି ଅଞ୍ଚଳରୁ ସେବା ଆରମ୍ଭ କରିବାକୁ ଯୋଜନା

7/03/2021 at 6:39 PM

ବେଜିଂ : ଚୀନ୍ ଚଳିତବର୍ଷ ଜୁଲାଇମାସ ପୂର୍ବରୁ ଅଋଣାଚଳ ପ୍ରଦେଶ ସଲଗ୍ନ ଭାରତର ସୀମାବର୍ତ୍ତୀ କ୍ଷେତ୍ର ପାଖାପାଖି ତୀବ୍ବତ ପର୍ଯ୍ୟନ୍ତ ବୁଲେଟ୍‌ ଟ୍ରେନ୍‌ ସଞ୍ଚାଳନ ଆରମ୍ଭ କରିବ। ଏହା ଚୀନ୍‌ର ସମସ୍ତ ସୀମା ଲାଗି ହାଇସ୍ପିଡ ଟ୍ରେନ ସେବାର ଏକ ପ୍ରାରମ୍ଭ ମାତ୍ର। ଚୀନ୍‌ ସରକାରୀ ରେଲୱେ ଗ୍ରୁପ କମ୍ପାନୀ ଲିମିଟେଡର ଚେୟାରମ୍ୟାନ୍‌ ଲୁ ଡୋଙ୍ଗଫୁ ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆକୁ ଏହି ସୂଚନା ଦେଇଛନ୍ତି। ୪୩୫ କିଲୋମିଟର ଦୀର୍ଘ ରେଳମାର୍ଗରେ ଡିଜେଲ ଓ ବିଦ୍ୟୁତରେ ଚାଲୁଥିବା ହାଇସ୍ପିଡ୍ ଫକ୍ସିଂ ଟ୍ରେନ ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ଏଥିଲାଗି ତୀବ୍ବତ ରାଜଧାନୀ ଲାସା ଓ ପୂର୍ବ ତୀବ୍ବତର ନିଙ୍ଗଚୀ ମଧ୍ୟରେ ୨୦୧୪ ମସିହାରୁ ରେଳମାର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ତୀବ୍ବତର ପ୍ରଥମ ଏପରି ରେଳ ମାର୍ଗ ଯେଉଁଠାରେ ବିଦ୍ୟୁତ ଦ୍ୱାରା ଟ୍ରେନ ଚାଲିବ।  ଗତ ୨୦୨୦ ମସିହାରେ ମାର୍ଗରେ ରେଳ ଧାରଣା ବିଛାଇବା କାମ ଶେଷ ହୋଇଥିଲା। ଜୁନ ୨୦୨୧ ସୁଧା ମାର୍ଗରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ।

୨୦୨୫ ଶେଷ ସୁଧା ଦେଶରେ ହାଇସ୍ପିଡ୍‌ ରେଲ ନେଟୱାର୍କ ୫୦ ହଜାର କିଲୋମିଟର କରିବାକୁ ଚୀନ୍‌ ଲକ୍ଷଧାର୍ଯ୍ୟ କରିଛି। ଦେଶରେ ୨୦୨୦ ଶେଷ ସୁଧା ଦେଶରେ ୩୭ ହଜାର ୯୦୦ କିଲୋମିଟର ହାଇସ୍ପିଡ ରେଳମାର୍ଗ ଥିଲା। ଯେଉଁଥିରେ ଘଣ୍ଟାପ୍ରତି ୧୬୦ରୁ ୩୫୦ କିଲୋମିଟର ବେଗରେ ଗତି କରିପାରୁଥିବା ଫକ୍ସିଂ ଟ୍ରେନ ଚାଲିବ ବୋଲି ସେ କହିଛନ୍ତି।

   Related Posts