ମୋଦିଙ୍କୁ ପତ୍ର ଲେଖିଲେ ଚୀନ୍ ରାଷ୍ଟ୍ରପତି, କହିଲେ ଭାରତର କରୋନା ଲଢେଇରେ କରିବେ ସହଯୋଗ

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦।୪:  କରୋନା ଭାଇରସ ମହାମାରୀ  ଦ୍ୱିତୀୟ ଲହର ଭାରତକୁ ଦୋହଲାଇ ଦେଇଛି। ଏବେ ଦୈନିକ ସଂକ୍ରମଣ ହାର ବଢିବଢି ଚାଲିଥିବା ବେଳେ ବିଶ୍ୱର ଶୀର୍ଷ ୧୦ କରୋନା ସଂକ୍ରମିତ ଦେଶଙ୍କ ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଥିରେ ଚୀନ୍‌ ରାଷ୍ଟ୍ରପତିସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଭାରତରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ ସୁନ୍ ୱେଇଦଙ୍ଗ। ଏଥିରେ କରୋନା ମୁକାବିଲା ଲାଗି ଯୁଦ୍ଧରେ ଭାରତକୁ ସାଧ୍ୟମତେ ଚୀନ୍‌ ସହଯୋଗ କରିବ ବୋଲି ଜିନପିଙ୍ଗ କହିଛନ୍ତି।

wp:embed {"url":"https://twitter.com/China_Amb_India/status/1388103879439523840","type":"rich","providerNameSlug":"twitter","responsive":true,"className":""}
https://twitter.com/China_Amb_India/status/1388103879439523840
/wp:embed

ଏହା ପୂର୍ବରୁ ଚୀନ୍‌ ବିଦେଶମନ୍ତ୍ରୀ ୱାଙ୍ଗ ଇ ଗତ ଗୁରୁବାର କରୋନା ଯୁଦ୍ଧରେଭାରତ ସହ ଚୀନ୍‌ କାନ୍ଧକୁ କନ୍ଧ ମିଳାଇ ଲଢିବ ବୋଲି କହିଥିଲେ। ଏଥିରେ ମହାମାରୀ କାଳରେ ଚୀନ୍‌ ପ୍ରସ୍ତୁତ କରିଥିବା ମହାମାରୀ ରୋଧୀ ସାମଗ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ଭାରତ ପହଞ୍ଚାଇବାକୁ ପ୍ରସ୍ତୁତି କରୁଥିବାର ସୂଚନା ଦେଇଥିଲେ। ଏ ନେଇ ୱାଙ୍ଗ ଇ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଲେଖିଥିବା ପତ୍ରରେ ଭାରତ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛି ଏଥିପ୍ରତି ଚୀନ୍‌ ଗଭୀର ସହାନୁଭୂତି  ଥିବା  ସହ ସମବେଦନା ଜଣାଉଛି ବୋଲି ଉଲ୍ଲେଖ କରିଥିଲେ ।

{"id":446733,"sizeSlug":"large","linkDestination":"none"}

ତାଙ୍କର ଏହି ପତ୍ରକୁ ଚୀନ୍‌ ରାଜଦୂତ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେୟାର କରି କରୋନା ଭାଇରସ ମହାମାରୀ ମାନବତାର ଘୋର ଶତ୍ରୁ ଏଣୁ ବିଶ୍ୱ ସମୂଦାୟକୁ ଏକଜୁଟ ହୋଇ ଏହା ବିରୋଧରେ ଲଢିବାର ଆବଶ୍ୟକତା ଥିବା ସେ ଉଲ୍ଲେଖ କରିଛନ୍ତି। ଚୀନ୍‌ ଭାରତ ସରକାର ଓ ଭାରତୀୟଙ୍କ ପ୍ରତି ଗଭୀର ସହାନୁଭୂତି ଜଣାଉଥିବା ପତ୍ରରେ ଉଲ୍ଲେଖ  କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.