ଉସକାଉଛି ଚୀନ: ଲଦାଖ ସୀମାରେ ମୁତୟନ କଲା ଶକ୍ତିଶାଳୀ ଟ୍ୟାଙ୍କ୍, ଲୁଚିଛପି କରୁଛି ଯୁଦ୍ଧାଭ୍ୟାସ
11/06/2020 at 3:39 PM

ବେଜିଂ, ୧୧|୦୬: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମିଥିବା କୁହାଯାଉଛି । ଏପରିକି ଚୀନ ସେନା ଏଲଏସିରୁ ଅଢେଇ କିମି ପଛକୁ ମଧ୍ୟ ହଟିଛି । କିନ୍ତୁ ଚୀନର ଗ୍ଲୋବାଲ୍ ଟାଇମ୍ସ ଭାରତ ବିରୋଧରେ ମାଇଣ୍ଡ ଗେମ୍ ଖେଳିବା ଆରମ୍ଭ କରିଛି । ପାହାଡ ଉପରେ ଯୁଦ୍ଧାଭ୍ୟାସ ଓ ଟ୍ୟାଙ୍କ୍ର ଭିଡିଓ ଜାରି କରିଥିବା ଗ୍ଲୋବାଲ ଟାଇମସ୍ ଅତ୍ୟାଧୁନିକ ଟ୍ୟାଙ୍କ୍ ବା ତୋପର ଧମକ ଦେଇଛି । ଚୀନ ସୀମା ଭାରତ ସହ ଉତ୍ତେଜନାକୁ ଦେଖି ସବୁଠାରୁ ଆଧୁନିକ ତୋପ ପିସିଏଲ-୧୮୧ ଲଦାଖ ସୀମାରେ ମୁତୟନ କରିଛି ।
ଗ୍ଲୋବାଲ ଟାଇମସ୍ ଦାବି କରିଛି ଯେ, ଏହି ତୋପକୁ ନିକଟରେ ଚୀନ ସେନାରେ ସାମିଲ କରାଯାଇଛି । ଚୀନ୍ ସେନା ପିଏଲଏର ୭୫ ଗ୍ରୁପ୍ ଆର୍ମୀର ବ୍ରିଗେଡିୟରରେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ସାମିଲ କରାଯାଇଚି । ଏହି ତୋପ ୧୫୫ଏମଏମର ଓ ଏହାକୁ ଚୀନ୍ ପରେଡରେ ମଧ୍ୟ ସାମିଲ କରାଯାଇଥିଲା । ଏହାର ଓଜନ ୨୫ ଟନ୍ । ଏହି ତୋପ ସୀମାରେ ମୁତୟନ ହେବା ପରେ ଡୋକଲାମ୍ ବିବାଦ ପରେ ଶାନ୍ତି ପ୍ରତିଷ୍ଠା ହୋଇଥିବା ବୋଲି ଗ୍ଲାବାଲ୍ ଟାଇମ୍ସ ଦାବି କରିଛି । ଏବେ ଭାରତ ସହ ଲଦାଖରେ ସୀମା ବିବାଦ ଦେଖାଦେଇଛି । ଭାରତ ଓ ଚୀନର ଆଲୋଚନା ପୂର୍ବରୁ ଚୀନ ସୀମାରେ ଏହି ତୋପକୁ ମୁତୟନ କରିଥିଲା ।

ଚାଇନା ସେଣ୍ଟ୍ରାଲ୍ ଟିଭି କହିଛି ଯେ, ହୁବେଇ ପ୍ରାନ୍ତରେ କରୋନା ଅଧିକ କାୟା ମେଲାଇଥିଲା । ଏବେ କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇଛି । ତେଣୁ ସୈନିକଙ୍କୁ ଏଠାରେ ଯୁଦ୍ଧାଭ୍ୟାସ ପାଇଁ ଅନୁମତି ମିଳିଛି . ଚୀନ ସ୍ଥଳସେନା ଅନେକ ଟ୍ୟାଙ୍କ୍ , ତୋପ, ମିସାଇଲ୍ ଆଦି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନରୁ ସ୍ଥାନାନ୍ତର କରୁଛି । ଜୁନ ୧ରେ ମଧ୍ୟ ତିବ୍ବତର ପାହାଡରେ ବିଳମ୍ବିତ ରାତ୍ରରେ ଚୀନ ସେନା ଯୁଦ୍ଧାଭ୍ୟାସ କରିଥିଲା । ତିବ୍ବତ ମିଲିଟାରୀ କମାଣ୍ଡରେ ସୋମବାର ବିଳମ୍ବିତ ରାତରରେ ୪୭୦୦ ମିଟର ଉପରେ ପ୍ରତିକୂଳ ପରିସ୍ଥିତିରେ ଏହି ଯୁଦ୍ଧାଭ୍ୟାସ ହୋଇଥିଲା ।