ଚୀନର ଚାଲ୍ ଫେଲ୍, ଜାତିସଙ୍ଘରେ ଭାରତ ବିରୋଧି ପ୍ରସ୍ତାବକୁ ବିରୋଧ କଲେ ଆମେରିକା ଓ ଜର୍ମାନୀ

Published By : Prameya-News7 Bureau | July 02, 2020 IST

ନ୍ୟୁୟର୍କ, ୦୨|୦୭:  ଚୀନର ଭାରତ ବିରୋଧି ଆଉ ଏକ ଚାଲ୍‌କୁ ଭଣ୍ଡୁର କରିଛନ୍ତି ଆମେରିକା ଓ ଜର୍ମାନୀ । ଜାତିସଙ୍ଘରେ ଭାରତ ବିରୋଧରେ ଚୀନ ଆଣିଥିବା ମିଛ ଅଭିଯୋଗ ଆଗରେ ପାଚେରୀ ହୋଇ ଛିଡା ହୋଇଛି ଆମେରିକା । ବୁଧବାର ସନ୍ଧ୍ୟାରେ ଚାଇନା ୟୁଏନରେ କରାଚୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲା । ପୂର୍ବରୁ ଏହି ଆକ୍ରମଣ ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତକୁ ଦାୟୀ କରିଛନ୍ତି । ଏହାକୁ ଭିତ୍ତି କରି ଚୀନ ପାକ୍ ତରଫରୁ ଭାରତ ବିରୋଧରେ ମଧ୍ୟ ଏହି ଅଭିଯୋଗ ଆଣିଥିଲା । କିନ୍ତୁ ଆମେରିକା ଓ ଜର୍ମାନୀ ଏହାକୁ ଭଣ୍ଡୁର କରିବା ସହ ଭାରତର ସଂପୃକ୍ତିକୁ ଖଣ୍ଡନ କରିଛନ୍ତି ।

ୟୁଏନରେ ଚୀନ କହିଥିଲା ଯେ, ୟୁଏନର ସଦସ୍ୟ ଥିବା ସମସ୍ତ ଦେଶ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଏହା ବିରୋଧରେ ଏକତ୍ର ହୁଅନ୍ତୁ । ଏହାସହ ପାକିସ୍ତାନ ଅଭିଯୋଗକୁ ସମସ୍ତେ ସମର୍ଥନ କରନ୍ତୁ । ଚୀନ ପକ୍ଷରୁ ଏହି ପ୍ରସ୍ତାବ ଆଗତ ହେବା ପରେ । କିନ୍ତୁ ପ୍ରଥମ ଦେଶ ଭାବେ ଜର୍ମାନୀ ଏହାକୁ ବିରୋଧ କରିଥିଲା । ଏହାପରେ ଆମେରିକା ମଧ୍ୟ ଜର୍ମାନୀ ସହ ତାଳ ମିଳାଇଥିଲା । ଏହି ଦୁଇ ଦେଶ ପ୍ରସ୍ତାବ ଉପରେ ବିଚାର କରିବାକୁ ସମୟ ମାଗିଥିଲେ ।

ଏହି ପ୍ରସ୍ତାବ ଆଗତ ହେବା ପରେ ଯଦି ସମସ୍ତ ଦେଶ ନିରବତା ଅବଲମ୍ବନ କରିଥାନ୍ତେ ତେବେ ଏହା ପାରିତ ହୋଇଥାନ୍ତା । କିନ୍ତୁ ଜର୍ମାନୀ ଓ ଆମେରିକା ଚୀନର ଚାଲକୁ ବୁଝିପାରି ଏହାକୁ ଆକାମି କରିଦେଇଥିଲେ । କିନ୍ତୁ ଏହି ପ୍ରସ୍ତାବରେ ଭାରତର ନାଁ ନଥିବାରୁ ଏହା ପାରିତ ହୋଇଛି ।

ସୂଚନାଯୋଗ୍ୟ, ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କରାଚୀ ସ୍ଥିତ ଷ୍ଟକ୍ ଏକ୍ସଚେଞ୍ଜ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.