Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଭାରତର ଲିପୁଲେଖକୁ ନକ୍ସାରେ ସାମିଲ କରିଛି ନେପାଳ, ସେନା ମୁତୟନ କଲାଣି ଚୀନ୍

1/08/2020 at 4:55 PM

ଡେରାଡୁନ ୧।୮: ଚୀନ୍‌ ପ୍ୟୁପିଲସ୍ ଆର୍ମି (ପିଏଲଏ)ର ଗୋଟିଏ ବଟାଲିୟନକୁ ଉତ୍ତରାଖଣ୍ଡର ଲିପୁଲେଖରେ ମୁତୟନ କରିଛି। କିଛି ଦିନ ପୂର୍ବେ ନେପାଳର ଓଲି ସରକାର ସଂସଦରେ ଏକ ସଂଶୋଧିତ ନକ୍ସା ଗୃହୀତ କରାଇଥିଲେ। ଏଥିରେ ସୀମାବର୍ତ୍ତି ଭାରତର ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନୀକୁ ନିଜ ସୀମାବର୍ତ୍ତି କ୍ଷେତ୍ର ଦର୍ଶାଯାଇଛି। ଏ ନେଇ ଭାରତ ଓ ନେପାଳ ମଧ୍ୟରେ ଏପର୍ଯ୍ୟନ୍ତ ଆଲୋଚନା ବି ଆରମ୍ଭ ହୋଇନଥିବା ବେଳେ ପାଦେ ଆଗକୁ ଯାଇ ଚୀନ୍‌ ନିଜ ସେନା ଛିଡା କରିସାରିଲାଣି। 

ପ୍ରସଙ୍ଗରେ ସୂଚନା ରଖୁଥିବା ଲୋକେ ଏ ନେଇ ଗଣମାଧ୍ୟମକୁ କହିଥିବା ବେଳେ ଲଦ୍ଦାଖ ସେକ୍ଟର ବାହାରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଏବେ ଚୀନ ସେନାଙ୍କ ହଲଚଲ ଦେଖିବାକୁ ମିଳୁଥିବା କହିଛନ୍ତି। କେବଳ ସ୍ଥାନୀୟ ଲୋକେ ନୁହଁନ୍ତି ଜନୈକ ଶୀର୍ଷ ସେନା ଅଧିକାରୀ ମଧ୍ୟ ଏହା ସ୍ୱୀକାର କରିଛନ୍ତି। ଲିପୁଲେଖ ପାସ୍‌, ଉତ୍ତର ସିକ୍କିମ ଓ ଅଋଣାଚଳ ପ୍ରଦେଶକୁ ଲାଗି ରହିଥିବା ଏଲଏସିର କିଛି ଅଞ୍ଚଳରେ ଚୀନ ସୈନ୍ୟ ଠୁଳ କରିଥିବା ସେ କହିଛନ୍ତି।

ଲିପୁଲେଖ ପାସ୍‌ ମାନୋସରବର ରାସ୍ତାରେ ରହିଛି। ଯାହାକୁ ନେପାଳ ବିବାଦୀୟ କରିବାକୁ ଉଦ୍ୟମ କରୁଛି।  ଏଠାରେ ଭାରତ ନିର୍ମାଣ କରିଥିବା ୮୦ କିଲୋମିଟର ଦୀର୍ଘ ସଡକକୁ ନେଇ ନେପାଳ ଆପତ୍ତି କରିଛି। ଲିପୁଲେଖ ପାସ୍ ଦେଇ ଏଲଏସିର ଉଭୟ ପାର୍ଶ୍ୱରେ ରହୁଥିବା ଆଦିବାସୀ ମାନେ ଜୁନରୁ ଅକ୍ଟୋବର ମାସ ମଧ୍ୟରେ ସୀମାବର୍ତ୍ତି ଅଞ୍ଚଳରେ ଏପାଖ ସେପାଖ ହେବା ସହ ବାଣିଜ୍ୟ ବ୍ୟବସାୟ ମଧ୍ୟ  କରିଥାନ୍ତି। ଲିପୁଲେଖ ଭାରତ-ଚୀନ-ନେପାଳ ଟ୍ରାଇ ଜଙ୍କସନରେ ରହିଛି।

ଲିପୁଲେଖ  ପାସ୍ ନିକଟରେ ଚୀନ୍‌ ପ୍ରାୟ ୧ ବଟାଲିୟନ ସେନା ଠୁଳ  କରିଛି। ଯେଉଁଥିରେ ଅନୁନ୍ୟ ୧ ହଜାର ସୈନିକ ଥିବାର ଅନୁମାନ କରାଯାଉଛି। ତେବେ ସେମାନେ ଭାରତୀୟ ସୀମାରୁ ଦୂରରେ ଥିବା ସୈନ୍ୟ ଅଧିକାରୀ କହିଛନ୍ତି। ଏଥିରୁ ଚୀନ୍‌ ସୈନିକ ପ୍ରସ୍ତୁତ ଥିବାର ଏହା ଏକ ସଙ୍କେତ ବୁଝା ଯାଉଥିବା ବେଳେ ଭାରତ ମଧ୍ୟ ଅନୁରୂପ ସୁରକ୍ଷା ପଦକ୍ଷେପ ନେଇଛି। ସୀମାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିବା ସହ ଚୀନ୍‌ ଓ ନେପାଳ ଉଭୟ ଦେଶ ଉପରେ ଲଗାତାର ନଜର ରଖାଯାଇଥିବା ସୈନ୍ୟ ଅଧିକାରୀ କହିଛନ୍ତି।

ଜନୈକ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ଅନୁସାରେ ଏଲଏସି ପରିଦୃଶ୍ୟରେ ଏବେ ଲଗାତାର ପରିବର୍ତ୍ତନ ହେଉଛି। ଲଦ୍ଦାଖକୁ ବାଦ ଦେଇ ଏବେ ଚୀନ୍‌ ସେନା ଏଲଏସିର ଅନ୍ୟ ସ୍ଥାନମାନଙ୍କରେ ସେମାନଙ୍କ ଉପସ୍ଥିତି ବଢାଇବାରେ ଲାଗିଛନ୍ତି। ଚୀନ ସେନାଙ୍କ ହଲଚଲକୁ ଦେଖି ଭାରତ ମଧ୍ୟ ନିଜ ଆଡୁ ସତର୍କ ରହିଥିବା ଅଧିକାରୀ କହିଛନ୍ତି। ଭାରତ ସୀମାରେ ନିଜର ସୈନ୍ୟ ଉପସ୍ଥିତି ବୃଦ୍ଧି କରିବା ସହ ଆଗାମୀ ଶୀତ ଋତୁରେ ସୈନ୍ୟଙ୍କ ଅବସ୍ଥାନ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବା ଆରମ୍ଭ କରିଛି।   

   Related Posts