Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ତାଇୱାନ୍ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ସମାରୋହରେ ଯୋଗଦେଲେ ବିଜେପି ସାଂସଦ, ଜାଣନ୍ତୁ ଚୀନର ପ୍ରତିକ୍ରିୟା

26/05/2020 at 2:57 PM

ନୂଆଦିଲ୍ଲୀ ୨୬।୫: ତାଇୱାନ୍‌ର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ସାଇ ଇଙ୍ଗ-ୱେନ ମଙ୍ଗଳବାର ଦ୍ୱିତୀୟବାର ଶପଥଗ୍ରହଣ କରିଛନ୍ତି। ଏଥିପାଇଁ ଅନୁଷ୍ଠିତ ଉତ୍ସବରେ ଭାରତ ପକ୍ଷରୁ ୨ ଜଣ ସାଂସଦ ଭିଡିଓ କନଫରେନସିଂରେ ଯୋଗଦେଇଥିବା ବେଳେ ରାଷ୍ଟ୍ରପତିଙ୍କୁ ବାର୍ତ୍ତାରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତେବେ ଏହାକୁ ନେଇ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତକୁ ଅନ୍ତରିଣ ମାମଲାରେ ଦଖଲ ନ ଦେବାକୁ କହିଛି ଚୀନ।

ତାଇୱାନ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଦିଲ୍ଲୀ ବିଜେପି ସାଂସଦ ମୀନାକ୍ଷୀ ଲେଖି ଓ ଚୁରୁ ସାଂସଦ ରାହୁଲ କାସବାନ ବୈଷୟିକ ଉପାୟରେ ଯୋଗଦେଇଥିଲେ। କେବଳ ଭାରତ ନୁହେଁ ବିଶ୍ୱର ୯୨ ଦେଶର ନେତାହଙ୍କ ସମେତ ମାଇକ୍ ପମ୍ପେୟୋ ମଧ୍ୟ ଯୋଗଦେଇଥିଲେ। ତେବେ କାର୍ଯ୍ୟକ୍ରମରେ ଭାରତୀୟ ସାଂସଦଙ୍କ ଯୋଗଦାନ ଚୀନକୁ ଅସହ୍ୟ ହୋଇଛି। ନୂଆଦିଲ୍ଲୀସ୍ଥିତି ଦୂତାବାସଙ୍କ ଜରିଆରେ ଚୀନ ଲିଖିତ ଆପତ୍ତି କରିଥିବା ବେଳେ ଦେଶର ଆଭ୍ୟନ୍ତରିଣ ପ୍ରସଙ୍ଗରେ ଦଖଲ ନ ଦେବାକୁ କହିଛି।

ତେବେ ଚୀନ ଲଦାଖର ଭାରତୀୟ ଅଞ୍ଚଳରେ ଟେଣ୍ଟ ଲଗାଇଥିବା ଜଣାପଡିଛି। ସେହିପରି ଅତୀତରେ ଭାରତର ସମ୍ବିଧାନ ଧାରା ୩୭୦ର ସଂସୋଧନକୁ ବି ବିରୋଧ କରିଥିଲା। ସେହିପରି ଭାରତର ବିରୋଧ ସତ୍ତ୍ୱେ ପାକ୍ ଅଧିକୃତ କାଶ୍ମୀରରେ ଇକନୋମିକ୍ କରିଡରର ନିର୍ମାଣ କରୁଥିବା ବେଳେ ଭାରତ ଚୀନର ପ୍ରତିକ୍ରିୟାକୁ ଗୁରୁତ୍ୱର ସହ ଗ୍ରହଣ କରିନାହିଁ।

   Related Posts