Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ପାରାଦୀପ : ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଳେଶ୍ବର : ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
  • ||

ଚୀନକୁ ବଡ ଝଟକା : ଲଞ୍ଚିଂର ଗୋଟିଏ ମିନିଟରେ ଖସି ପଡିଲା ରକେଟ୍, ୨ ସାଟେଲାଇଟ୍ ନଷ୍ଟ

11/07/2020 at 7:43 AM

ବେଜିଂ, ୧୧|୦୭: ଚୀନକୁ ଲଗାତର ଭାବେ ଝଟକା ଲାଗିଛି । ପ୍ରଥମେ ଗଲଓ୍ୱାନ ଘାଟିରେ ଭାରତଠୁ ଓ ପରେ ଦକ୍ଷିଣ ଚୀନ ସାଗରରେ ଆମେରିକାଠୁ ଝଟକା ପାଇଛି ଡ୍ରାଗନ୍ । ଏବେ ଚୀନକୁ ମହାକାଶରେ ମଧ୍ୟ ଏକ ବଡ ଝଡର ସାମ୍ନା କରିବାକୁ ପଡିଛି । ଚୀନକୁ କୋଟିକୋଟି ଟଙ୍କାର କ୍ଷତି ଘଟିଛି । ଚୀନର ଏକ ରାକେଟ୍ ଗୋଟିଏ ମିନିଟର ଉଡାଣ ଭରିବା ପରେ ଫେଲ୍ ହୋଇଯାଇଛି । ଏଥିରେ ୨ଟି ସାଟେଲାଇଟ୍ ନଷ୍ଟ ହୋଇଯାଇଛି । ଏହାମଧ୍ୟରୁ ଗୋଟିଏ ସାଟେଲାଇଟ୍ ଭିଡିଓ ସେୟାରିଂ ସାଇଟ୍ ପାଇଁ ଥିଲା । ଅନ୍ୟଟି ନାଭିଗେସନ୍ ସିଷ୍ଟମ ପାଇଁ ତିଆରି କରାଯାଇଥିଲା ।

ଗୁରୁବାର ବିଳମ୍ବିତ ରାତ୍ର ୧୨ଟା ୧୭ରେ ଚୀନ ଜିଉକୁଆରୁ ସାଟେଲାଇଟ୍ କୁଆଇଝୋଉ-୧୧କୁ ଲଞ୍ଚ୍ କରିଥିଲା । ଏଥିରେ ଦୁଇଟି ସାଟେଲାଇଟ୍ ଥିଲା । ଗୋଟିଏ ଭିଡିଓ ସାଇଟ୍ ବିଲିବିଲି ପାଇଁ ଓ ଅନ୍ୟଟି ନାଭିଗେସନ୍ ପାଇଁ ରହିଥିଲା । ଏହାକୁ ଚାଙ୍ଗଗୁଆଙ୍ଗ୍ ସାଟେଲାଇଟ୍ କମ୍ପାନୀ ତିଆରି କରିଥିଲା । ଏହା ଚାଇନିଜ୍ ଆକାଡେମୀ ଅଫ୍ ସାଇନ୍ସେଜ୍ ଦ୍ୱାରା ସଞ୍ଚାଳିତ ଅଟେ ।

କୁଆଇଝୋଉ-୧୧ ରକେଟ୍ ନିର୍ମାଣ ୨୦୧୮ରେ ଆରମ୍ଭ କରିଥିଲା । ୨୦୧୯ରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା । ଏହା ଚୀନର ଚଳିତ ବର୍ଷର ୧୯ତମ ଲଞ୍ଚ୍ ଥିଲା ଯାହା ଫେଲ୍ ହୋଇଯାଇଛି ।

ଚଳିତ ବର୍, ଚୀନର ତିନୋଟି ରକେଟ ଫେଲ ହୋଇଛି । ପ୍ରଥମେ ମାର୍ଚ୍ଚରେ ଫେଲ୍ ହୋଇଥିଲା । ଏହାପରେ ଦ୍ୱିତୀୟ ରକେଟ୍ ଏପ୍ରିଲରେ । ଏହାସହ ଆଉ ଏକ ରକେଟ୍ ଲଞ୍ଚ୍ ମଧ୍ୟ ଚୀନର ଫେଲ୍ ହୋଇଥିଲା । ଏପରିକି କମ୍ୟୁନିକେସ୍ ସାଟେଲାଇଟ୍ ମଧ୍ୟ ନଷ୍ଟ ହୋଇଥିଲା ।

   Related Posts