NATO ରାଡାରରେ ଚୀନ୍, ଭାଙ୍ଗୁଛି ଅନ୍ତର୍ଜାତୀୟ ନିୟମ, ଚୋରି କରୁଛି ବୌଦ୍ଧିକ ସମ୍ପଦ
18/06/2020 at 7:26 PM

ୱାଶିଂଟନ : ଉତ୍ତର ଆଟଲାଣ୍ଟିକ ସନ୍ଧି ସଙ୍ଗଠନ (ନାଟୋ)ରେ ଆମେରିକାର ଜନୈକ ଶୀର୍ଷ କାର୍ଯ୍ୟକର୍ତ୍ତା ଚୀନ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ନାଟୋ ରାଡାରରେ ଏବେ ଚୀନ୍କୁ ଯେପରି ନଜରରେ ରଖାଯାଇଛି ପୂର୍ବରୁ ତାକୁ କେବେ ସେପରି ନଜରରେ ରଖା ଯାଇନଥିଲା। ନାଟୋରେ ଆମେରିକାର ସ୍ଥାୟୀ ପ୍ରତିନିଧି ବେଲି ହୁଚିସନ୍ ଏହି ସୂଚନା ଦେଇଥିବା ବେଳେ ଚୀନ ଏକ ଶାନ୍ତିପୂର୍ଣ୍ଣ ସହଯୋଗୀ ବୋଲି ଆମେ ବିବେଚନା କରୁଥିଲୁ । ହେଲେ ଏବେ ତାକୁ ସେପରି ନଜରରେ ଦେଖାଯାଉନଥିବା କହିଛନ୍ତି। ହୁଏତ ଏବେ ନାଟୋ ସହଯୋଗୀ ଚୀନ ଉପରେ ନଜର ରଖୁଥିବା ପରି ସେ ଅନୁଭବ କରୁଥିବା କହିଛନ୍ତି।

ଜାପାନ, ଭାରତ ଓ ତାଇୱାନ୍ ବିରୋଧରେ ଚୀନ କଠୋର ବ୍ୟବହାର କରୁଛି। ଏଥିରେ ଚୀନର ଆକ୍ରମକ ଓ ଉସକାଇବା ଭଳି ବ୍ୟବହାର ନେଇ ହୁଚିସନ୍ କହିଛନ୍ତି ଯେ ସେ ଏବେ ଆମ ରାଡାରରେ ଅଛି ଓ ଏପରି କରାଯିବାର ମଧ୍ୟ ଆବଶ୍ୟକତା ଥିବାର ଏବେ ଆମେ ଅନୁଭବ କରୁଛୁ। କାରଣ ସର୍ବଦା ବିପଦର ପୂର୍ବ ଆକଳନ କରାଯିବା ଦରକାର ବୋଲି ସେ କହିଛନ୍ତି। ତେବେ ଆମେ ସମସ୍ତଙ୍କଠାରୁ ସୁପରିଣାମ ଆଶା କରୁ, ହେଲେ ଦୁଷ୍ପରିଣାମ ଲାଗି ପ୍ରସ୍ତୁତ ରହିବାର ମଧ୍ୟ ଆବଶ୍ୟକତା ଅଛି ବୋଲି ହୁଚିସନ୍ କହିଛନ୍ତି।

ତେବେ ବାସ୍ତବିକ ସୈନ୍ୟ ସଂଘର୍ଷ ବିପଦ ନେଇ ତାଙ୍କୁ ପଚରାଯିବାରୁ ମାମଲାରେ ନାଟୋର ନଜର ଏବେ ପୂର୍ବ ଉପରେ ଥିବା ସେ ଅନୁଭବ କରୁଥିବା କହିଛନ୍ତି। ସେହିପରି ୫-ଜି ନେଟୱାର୍କ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ଆମେ ଆମର ସଞ୍ଚାର ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ଚାହୁଁଛୁ। ହେଲେ କମ୍ୟୁନିକେସନ ପ୍ରୋଭାଇଡରଙ୍କ ଦ୍ୱାରା ରଖା ଯାଇଥିବା ସର୍ତ୍ତ ଚୀନ ପ୍ରତିଦ୍ୱନ୍ଦ୍ୱୀମାନେ ପାଳନ କରୁନଥିବା ଦେଖାଯାଇଛି। ସେହିପରି ବେଲ୍ଟ ଏଣ୍ଡ ରୋଡ କ୍ଷେତ୍ରରେ ମଧ୍ୟ ଆମର ସହଯୋଗୀଙ୍କ ଲାଗି ଚୀନ ଉଦବେଗର କାରଣ ପାଲଟିଛି। ହେଲେ ଏଥିରୁ ଚୀନ୍ର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ବୁଝା ପଡୁନଥିବା ସେ କହିଛନ୍ତି।

ତେବେ ଏହି ସବୁ ପ୍ରସଙ୍ଗରେ ଆମେରିକା ପ୍ରଥମରୁ ହିଁ ସ୍ପଷ୍ଟ। ଆମେରିକା ଚାହେଁ ଚୀନ ବୈଶ୍ୱିକ ବ୍ୟବସ୍ଥାରେ ଏକ ଅଂଶୀଦାର ରହୁ। ହେଲେ ଚୀନ କ’ଣ କରିଛି ତାହା ସମସ୍ତଙ୍କୁ ଜଣା। କେବଳ ବୌଦ୍ଧିକ ସମ୍ପଦ ଚୋରୀ ନୁହେଁ ଚୀନ୍ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ଶୁଳ୍କର ଉଲ୍ଲଂଘନ ମଧ୍ୟ କରିଛି ବୋଲି ସେ କହିଛନ୍ତି।