ସତ ଲୁଚାଉଛି କି ଡ୍ରାଗନ୍ ? କରୋନା ଭାଇରସ ବିଶେଷଜ୍ଞଙ୍କୁ ଦେଶରେ ପ୍ରବେଶ ଅନୁମତି ଦେଲାନି ଚୀନ, ଅସନ୍ତୋଷ ଜାହିର କଲେ WHO ମୁଖ୍ୟ

Published By : Prameya-News7 Bureau | January 06, 2021 IST

ବେଜିଂ,୦୬/୦୧: ଚୀନ୍ ତଦନ୍ତରେ ସୃଷ୍ଟି କରୁଛି ବାଧା । କରୋନା ଭାଇରସର ଯାଞ୍ଚ ପାଇଁ ଚାଇନା ଯାଇଥିବା ଅନ୍ତର୍ଜାତୀୟ ଟିମକୁ ପ୍ରବେଶ ଅନୁମତି ମିଳିନଥିଲା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରମୁଖ ଟେଡ୍ରୋସ୍ ଆଧୋନୋମ୍ ଗେବ୍ରିଏସସ୍ କହିଛନ୍ତି । ଏହାସହ ସେ ଡ୍ରାଗନ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ସେ କହିଛନ୍ତି ଯେ. ଚୀନ ସରକାର ଅନ୍ତରାଷ୍ଟ୍ରୀୟ ଟିମକୁ ନିଜ ଦେଶରେ ଯାଞ୍ଚ୍ ପାଇଁ ଅନୁମତି ଦେଇନଥିଲେ ।  ଏଥିପାଇଁ ଅନେକ ସମସ୍ୟା ସୃଷ୍ଟି ହେବ । ଗୋଟିଏ ପରେ ଗେବ୍ରିଏସନ ଚୀନକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିବା ବେଳେ ଅନ୍ୟ ଦିଗରେ ଭାରତକୁ ପ୍ରଶଂସା କରିଛନ୍ତି । ଭାରତ ବିଶ୍ୱର ସର୍ବବୃହତ ଭାକସିନ୍ ଉତ୍ପାଦକ ହେବାକୁ ସାମର୍ଥ୍ୟ ରଖିଥିବା ସେ କହିଛନ୍ତି । ଯଦି ସମସ୍ତେ ମିଳିତ ଭାବେ କାମ କରିବେ ତେବେ ସୁରକ୍ଷିତ ଭାକସିନ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ଭାରତ ଲକଡାଉନ୍ ଜାରି କରିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଥିଲା । ଏହାକୁ ସଙ୍ଗଠନ ଉଚିତ ପଦକ୍ଷେପ ବୋଲି କହିଥିଲା ।

ସେହିପରି ଚୀନ୍ ଆମେରିକାର ଏକ ଅଭିଯୋଗକୁ ଖଣ୍ଡନ କରିଛି । କରୋନା ଭାଇରସ ଆମେରିକାର ଏକ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ସିଧାସିଧା ଖଣ୍ଡନ କରିଛି ଚୀନ୍ । ଡ୍ରାଗନ କହିଥିଲା ଯେ, ବିଭିନ୍ନ ଦେଶରୁ କରୋନା ଭାଇରସ ଆସିଛି । କେବଳ ଚୀନ ଉପରେ ଦୋଷାରୋପ କରିବା ଠିକ୍ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.