Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ସୀମା ବିବାଦ ମଧ୍ୟରେ ଚୀନର ନୂଆ ଚାଲ୍, କହିଲା- ପୂର୍ବ ଲଦାଖରୁ ପ୍ରଥମେ ସୈନ୍ୟ ହଟାଇବ ଭାରତ

14/11/2020 at 10:01 AM

ଲଦାଖ, ୧୪|୧୧: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏହାମଧ୍ୟରେ ଉଭୟ ଦେଶ ବିବାଦୀୟ କ୍ଷେତ୍ରରୁ ପଛକୁ ହଟିବା ନେଇ ରାଜି ହୋଇଥିବା ସୂଚନା ମିଳିଛି । ଏହାମଧ୍ୟରେ ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ, ଭାରତ ନିଜ ଯବାନଙ୍କୁ ବେଆଇନ ଭାବେ ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳକୁ ପଠାଇଥିଲା । ତେଣୁ ଭାରତ ନିଜ ଯବାନଙ୍କୁ ପ୍ରଥମେ ହଟାଇବା ଉଚିତ ।

ଗ୍ଲୋବାଲ ଟାଇମ୍ସର ସୂତ୍ରାନୁସାରେ, ସୈନ୍ୟ ହଟାଇବା ନିଷ୍ପତ୍ତି ନିୟନ୍ତ୍ରଣ ରେଖା ଓ ସୀମା ପ୍ରସଙ୍ଗକୁ ନେଇ ଉପୁଜିଥିବା ସ୍ଥିତି ଉପରେ କିଛି ପ୍ରଭାବ ପକାଇବ ନାହିଁ । ଚୀନ ସେନା ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ରହିଛି । ଏହାସହ ଦେଶର ଅଖଣ୍ଡତାକୁ ମଧ୍ୟ ସୁରକ୍ଷିତ ରଖିବ ।

ଏହାପୂର୍ବରୁ ଗ୍ଲୋବାଲ ଟାଇମ୍ସ ଭାରତୀୟ ଗଣମାଧ୍ୟମରେ ଆସିଥିବା ପ୍ୟାଙ୍ଗଙ୍ଗ୍ ହ୍ରଦ ଫିଙ୍ଗର୍ ୪ ଅଞ୍ଚଳରୁ ପଛକୁ ଚୀନ ହଟିବା ନେଇ ଖବରକୁ ଖଣ୍ଡନ କରିଥିଲା । ଗ୍ଲୋବାଲ ଟାଇମ୍ସ କହିଥିଲା ଯେ, ଭାରତ ଓ ଚୀନ ମଧ୍ୟରେ ସୈନ୍ୟ, ତୋପ, ଟ୍ୟାଙ୍କ୍ ଓ ଅସ୍ତ୍ରଶସ୍ତ ବାହକ ଯାନବାହାନକୁ ପଛକୁ ହଟାଇବା ନେଇ କୌଣସି ସହମତି ପ୍ରକାଶ ପାଇ ନାହିଁ । ଭାରତୀୟ ଗଣମାଧ୍ୟମରେ ଆସୁଥିବା ଖବର ମିଛ ।

ଭାରତୀୟ ଗଣମାଧ୍ୟମରେ ଖବର ଆସିଥିଲା ଯେ, ଭାରତ ଓ ଚୀନ ମଧ୍ୟରେ ଆଲୋଚନା ପରେ ଫିଙ୍ଗର ୮ ପଛକୁ ହଟିବେ ଚୀନ ସୈନ୍ୟ । ଏହାସହ ଭାରତୀୟ ଯବାନ ଫିଙ୍ଗର୍ ୨ରୁ ଫିଙ୍ଗର ୩ ମଧ୍ୟରେ ଥିବା ଧନସିଂ ଥାପ୍ପା ପୋଷ୍ଟର ପଛକୁ ଫେରିବେ । ଏହା ପର୍ଯ୍ୟାୟ କ୍ରମେ ହେବ । ଫିଙ୍ଗର ୩ରୁ ଫିଙ୍ଗର ୮ ଯାଏଁ ବଫର ଜୋନ୍ ଘୋଷିତ ହେବ । ଏହି ଅଞ୍ଚଳକୁ କେହି ଯିବା ଆସିବା କରିପାରିବେ ନାହିଁ ।

ସୂଚନାଯୋଗ୍ୟ, ଉଭୟ ଦେଶ ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଦୀର୍ଘ ୭ ମାସ ଧରି ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରିଥିଲେ । ନଭେମ୍ବର ୬ ତାରିଖରେ ଉଭୟ ଦେଶ ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ରାଜି ହୋଇଥିଲେ ।

   Related Posts