Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଡ୍ରାଗନ୍‌ର ନୂଆ ଚାଲ୍ : ମହାମାରୀ ବେଳେ ଭାରତକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର, ସାହାଯ୍ୟ ବାହାନାରେ ଚଳାଇଛି ବିସ୍ତାରବାଦୀ ନୀତି

13/06/2021 at 8:43 AM

ନୂଆଦିଲ୍ଲୀ, ୧୩/୦୬ : ମହାମାରୀ କରୋନା ଆତଙ୍କ ବେଳେ ଚୀନର ହୀନ ଚକ୍ରାନ୍ତ। ଭାରତରେ ନିଜର ପ୍ରଭାବ ବିସ୍ତାର କରି ଭାରତର ସ୍ଥିତିକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରୁଛି ଡ୍ରାଗନ୍। କୋଭିଡ ସହାୟତା କରିବା ବାହାନାରେ ନେପାଳ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଆଦି ଦେଶରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି। ମହାମାରୀ ସମୟରେ ଆମେରିକାକୁ ପଛରେ ପକାଇ ଚୀନ ବିସ୍ତାରବାଦୀ କରିବାକୁ ଯୋଜନା କରୁଛି ବୋଲି ପୂର୍ବତନ ବୈଦେଶିକ ସଚିବ ଶଶାଙ୍କ କହିଛନ୍ତି।

ସୂଚନାନୁଯାୟୀ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ନେପାଳରେ ଚୀନ ନିବେଶ କରିବାକୁ ଯୋଜନା କରୁଛି। ତେବେ ଚୀନର ସବୁ କୂଟନୈତିକ ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଭାରତ ଉଚିତ ଯବାବ ଦେଉଛି। ହେଲେ ଚୀନ ଲଗାତର ସୀମାରେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି। ସେ ନେପାଳ, ଶ୍ରୀଲଙ୍କା, ଏବଂ ମାଳଦ୍ଵୀପରେ ଆର୍ଥିକ ନିବେଶ କରି ସେଠାକାର ସରକାରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। କେବଳ ସେତିକି ନୁହେଁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଏହି ଦେଶ ଗୁଡିକୁ ରାଜନୈତିକ ସମର୍ଥନ ଦେଇ ତହା ବଦଳରେ ଉକ୍ତ ଦେଶ ଗୁଡିକରେ ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ହେଲେ ଏହାର ଦ୍ରୁଢ ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଏପରିକି ପଡୋଶୀ ଦେଶ ଗୁଡିକରେ ବନ୍ଦର, ଲିସନିଂ ପୋଷ୍ଟ କରି ହ୍ୟାକିଂ କରିବାକୁ ଚେଷ୍ଟା କରୁଛି ଚୀନ।

ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ମାର୍ଗରେ ନିୟନ୍ତ୍ରଣ ରଖିବା ପାଇଁ ପଡୋଶୀ ଦେଶ ଗୁଡିକରେ ଚୀନ ବନ୍ଦର ନିର୍ମାଣ କରୁଛି। ପାକିସ୍ତାନ, ମିଆଁମାର ଏବଂ ଶ୍ରୀଲଙ୍କାରେ ଚୀନ ବନ୍ଦର ନିର୍ମାଣ କରି ସାରିଲାଣି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଭାରତକୁ ଘେରିବାକୁ ଚୀନକୁ ପାକିସ୍ତାନ ସମର୍ଥନ କରୁଛି। ଏହା ସହ ବାଙ୍ଗଲାଦେଶକୁ ସୈନ୍ୟ, ଆର୍ଥିକ ସୁବିଧା ସହଯୋଗ ଦେଇ ଚୀନ ପ୍ରତି ବଦଳରେ ସାମରିକ ସୁବିଧା ହାସଲ କରିବାକୁ ଚେଷ୍ଟା କରୁଛି। ତେବେ ନେପାଳ ଏବଂ ଭୁଟାନ ଭାରତର ପ୍ରଭାବୀ କ୍ଷେତ୍ର। ହେଲେ ଚୀନ ଲଗାତର ସେମାନଙ୍କୁ ଉସକେଇବାକୁ ଚେଷ୍ଟା କରୁଛି। ନେପାଳରେ ମାଓବାଦୀ ସକ୍ରିୟ ହେବା ପରେ ଚୀନ ପାଇଁ ସ୍ଥିତି ଅନୁକୂଳ ହୋଇଛି। ଶତ ଚେଷ୍ଟା ସତ୍ତ୍ଵେ ଭାରତ ନେପାଳ ସମ୍ପର୍କରେ ତିକ୍ତତା ସୃଷ୍ଟି କରିବାରେ ଚୀନ ସଫଳ ହୋଇନାହିଁ।

ଗତ କିଛି ଦିନ ମଧ୍ୟରେ ଚୀନ ଭୂଟାନରେ ସାମରିକ ରୂପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସାମରିକ ଗିତିବିଧି ବଢାଇଛି। ସିଲିଗୁଡିର କିଛି ଅଞ୍ଚଳରେ ଚୀନ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି। ସେସେଲ୍ସ ଏବଂ ମରିସସ୍, ମାଳଦ୍ଵୀପ ଉପରେ ମଧ୍ୟ ଚୀନ ନଜର ରଖିଛି। ତେବେ ଭାରତର ନୌସେନାର ପ୍ରଭାବ ବିସ୍ତାର ଉପରେ ଲଗାମ ଲଗାଇବା ପାଇଁ ଚୀନ ଭାରତକୁ ଘେରିବାକୁ ଚେଷ୍ଟା କରୁଛି। ଭାରତର ପୂର୍ବତନ ବୈଦେଶିକ ସଚିବ ଶଶାଙ୍କଙ୍କ କହିବା ଅନୁଯାୟୀ, କ୍ଵାଡ ପ୍ଲସ୍ ରଣନୀତିରେ ଭାରତ କାମ କରୁଛି। ଭାରତ ଲଗାତର ବାଙ୍ଗଲାଦେଶ, ଶ୍ରୀଲଙ୍କା, ନେପାଳ, ମଲଦ୍ଵୀପ ଉପରେ ନଜର ରଖିଛି। କରୋନାର ପ୍ରତମ ଲହରୀ ସମୟରେ ଭାରତ ଏହି ଦେଶ ଗୁଡିକୁ ଯଥା ସମ୍ଭବ ସହାୟତା କରିଛି।

   Related Posts