Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଚୀନର ‘ଟାର୍ଗେଟ୍ ଇଣ୍ଡିଆ’ ରଣନୀତିରେ ନେପାଳ ପ୍ରତି ଢଳିଛି ବେଜିଂ, ଲୋଭ ଦେଖାଇ ଭାରତ ବିରୋଧରେ ଉସକାଉଛି

8/06/2020 at 3:03 PM

କାଠମାଣ୍ଡୁ, ୦୮|୦୬: ଗୋଟିଏ ପଟେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ କିନ୍ତୁ ଚୀନ ଓ ନେପାଳର ସମ୍ପର୍କ ଅଧିକ ଦୃଢ ହେବାରେ ଲାଗିଛି । ସାରା ବିଶ୍ୱ ହଙ୍ଗକଙ୍ଗ ପ୍ରସଙ୍ଗରେ ଚୀନକୁ ବିରୋଧ କରୁଥିବା ବେଳେ ନେପାଳ କିନ୍ତୁ ଡ୍ରାଗନକୁ ଖୋଲାଖୋଲି ଭାବେ ସମର୍ଥନ କରିଛି । ଏହା ଚୀନର ଓ୍ୱାନ୍ ଚାଇନା ପଲିସି ବୋଲି ନେପାଳ କହିଛି । ଉଭୟ ଦେଶ ମିଳିତ ଭାବେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏବେ ଚୀନ ତିବ୍ବତ ରାସ୍ତାରେ ନେପାଳକୁ ବିଭିନ୍ନ ସାମଗ୍ରୀ ପହଁଚାଇବା ଆରମ୍ଭ କରିଦେଇଛି । ତେବେ ଏହାକୁ ନେଇ ଗଣମାଧ୍ୟମରେ ଏତେ ଚର୍ଚ୍ଚା ହୋଇନାହିଁ । ଗତ ସପ୍ତାହରେ ମଧ୍ୟ ସିୟାନ ଅଞ୍ଚଳରୁ ମେଡିକାଲ ଓ ଘର ନିର୍ମାଣ ସାମଗ୍ରୀ ତିବ୍ଦତର ସିଗାସ୍ତୋରେ ପହଁଚିଥିଲା । ନେପାଳ ପାଇଁ ୩୯୦ ଟନ ଓ ୧୩ ଲକ୍ଷ ଡଲାରର ସାମଗ୍ରୀ ନେଇ ଏକ କାର୍ଗୋ ତିବ୍ବତରେ ପହଁଚିଥିଲା ।

ଭାରତୀୟ ସୀମାରେ ୨୦୧୫ରେ ହୋଇତିବା ଅଘୋଷିତ କଟକଣା ପରେ ନେପାଳ ଭାରତ ଉୁପରେ ନିର୍ଭରତା କମ କରିଥିଲା । ଚୀନ ଏହାର ଫାଇଦା ଉଠାଇଥିଲା । ୨୦୨୬ରେ ନେପାଳ ଓ ଚୀନ ଟ୍ରାନଜିଟ୍ ଟ୍ରାନ୍ସପୋର୍ଟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏଥିରେ ନେପାଳକୁ  ଚୀନର ପୂର୍ବ ସମୁଦ୍ରରେ ଥିବା ବିଭିନ୍ନ ବନ୍ଦର ଓ ହାଲସା, ଲାଞ୍ଝା ଯାଏଁ ସଡକ ପଥ ଦେଇ ପ୍ରବେଶ ଅନୁମତି ମିଳିଥିଲା । ଅନ୍ତରାଷ୍ଟ୍ରୀୟ ଜାହାଜ ସବୁ ଭାରତୀୟ ସୀମା ଦେଇ କାଠମାଣ୍ଡୁ ପହଁଚିବାକୁ ୩୫ ଦିନରୁ ଅଧିକ ସମୟ ଲାଗିଥାଏ । ଏବେ ଚୀନ ସହ ନୂଆ କରିଡର ତିଆରି ହେବା ପରେ ନେପାଳକୁ ଅତି କମ ସମୟରେ ସାମଗ୍ରୀ ପହଁଚିପାରିବ । ଚୀନ ନେପାଳ ପାଇଁ ଭାରତର ବିକଳ୍ପ ହେବାକୁ ଚାହୁଁଛି । ଚୀନ ନେପାଳରେ ଏକ ରେଳ ଲାଇନ୍ ମଧ୍ୟ ବିଛାଇବା ପାଇଁ ଯୋଜନା କରୁଛି ।

ତେବେ ରେଳ ଲାଇନ୍ ବିଛାଇବା ଏତେଟା ସହଜ ହେବ ନାହିଁ । କାରଣ ତିବ୍ବତ ଦେଇ ନେପାଳରେ ପହଁଚିବାକୁ ୧୦ଦିନରୁ ଅଧିକ ସମୟ ଲାଗିବ । ୨୦୧୫ ଭୂମିକମ୍ପ ପରେ ନେପାଳର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ ରହିଛି । କିନ୍ତୁ ନେପାଳ ଚୀନରୁ ଯେଉଁ ସାମଗ୍ରୀ ଅବଦାନ କରିବ ତାହା ଭାରତ ତୁଳନାରେ ମହଙ୍ଗା ହେବ । କାରଣ କୋଲକାତାରୁ ନେପାଳରୁ ସାମଗ୍ରୀ ପରିବହନ ଅପେକ୍ଷାକୃତ ଶସ୍ତା ହେବ ।

ନେପାଳର ଚାମ୍ବର ଅଫ୍  କମର୍ସର ଅନେକ ସଦସ୍ୟ ମଧ୍ୟ ଚୀନରୁ ସାମଗ୍ରୀ ଆମଦାନୀ କରିବାକୁ ନେଇ ଚୀନକୁ ଚେତାଇଛନ୍ତି । କାରଣ ଚୀନ ବିନା ସ୍ୱାର୍ଥରେ କିଛି ବ୍ୟବସାୟ କରେ ନାହିଁ । ନେପାଳକୁ ଚୀନ ପଠାଉଥିବା କଣ୍ଟେନର ଦାମ ୪ ଲକ୍ଷରୁ ଅଧିକ । ଯାହା ଭାରତ ଅପେକ୍ଷା ଅଧିକ ଦାମ୍ ।

   Related Posts