Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସୀମାରେ ଉତ୍ତେଜନା ସତ୍ତ୍ୱେ ଶିବରାଜ ସିଂହଙ୍କ ରାଜ୍ୟରେ କାମ କରୁଛି ଚୀନ୍ କମ୍ପାନୀ, କରୋନା କହି ଛଟେଇ କରିଛି ୭୨ ଭାରତୀୟ ଶ୍ରମିକ

19/06/2020 at 7:50 PM

ବାଲାଘାଟ  ୧୯।୧୨:  ଚୀନ୍‌ ସେନାଙ୍କ ଆକ୍ରମଣରେ ୨୦ ଭାରତୀୟ ଜବାନ ଶହିଦ ହେବା ପରେ ବି ବିଜେପି ଶାସିତ ମଧ୍ୟପ୍ରଦେଶରେ ଚୀନ୍‌ ଖଣି କମ୍ପାନୀ କାର୍ଯ୍ୟରତ ଥିବା ଜଣାପଡିଛି। ଏହି କମ୍ପାନୀ ଏବେ କରୋନା ଦର୍ଶାଇ ୭୨ ଭାରତୀୟ ଶ୍ରମିକଙ୍କୁ ଛଟେଇ କରିଥିବା ବେଳେ ଜିଲ୍ଲାପାଳଙ୍କ ସମ୍ମୁଖରେ ଦେଇଥିବା ଆଡଭାନ୍ସ ପ୍ରତିଶ୍ରୁତି ବି ପାଳନ କରୁନି। ଏଣୁ ଶ୍ରମିକମାନେ ଆନ୍ଦୋଳନ ଧମକ୍ ଦେଇଥିବା ଜଣାପଡିଛି।

ମଧ୍ୟପ୍ରଦେଶ ବାଲାଘାଟରେ ଖନନ କାମ କରୁଥିବା ଭରଭେଲି ମାୟଲ (ମାଙ୍ଗାନିଜ୍ ଓର ଇଣ୍ଡିଆ ଲିମିଟେଡ୍)ର ଅଣ୍ଡରଗ୍ରାଉଣ୍ଡ ମାଇନିଂ କାମ ଚୀନ କମ୍ପାନୀ ସିସି ୩,୪ କରୁଛି। ଏହି କମ୍ପାନୀ ସରକାରଙ୍କ ଗତ ୨୫ ମାର୍ଚ୍ଚ କରୋନା ଲକଡାଉନ୍‌ ବି ମାନି ନଥିଲା ଓ ଶ୍ରମିକଙ୍କମାନଙ୍କୁ ଲୁଚେଇ କାମ କରୁଥିଲା। ଏବେ ସୀମାରେ ବିବାଦ ପରେ ଚୀନ କମ୍ପାନୀ ଏଥିରେ କାର୍ଯ୍ୟ କରୁଥିବା ୭୨ ଜଣ ଭାରତୀୟ ଶ୍ରମିକଙ୍କୁ କରୋନା ହୋଇଥିବା ଦର୍ଶାଇ କାମରୁ ବାହାର କରିଦେଇଛି।

ଏ ନେଇ ଶ୍ରମିକମାନେ ଶ୍ରମିକମନେ ମାୟଲ କମ୍ପାନୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାରୁ ସେମାନଙ୍କୁ ଅଗ୍ରୀମ ଆକାରରେ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଚୀନ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ହେଲେ ପରେ ଜବାବରୁ ଓହରିଯାଇଛି। କମ୍ପାନୀ ଏବେ ମଧ୍ୟ ସେଠାରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଦେଶର ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ ରଖିଛି। ତେବେ କରୋନା ଲକଡାଉନରେ ଭାରତୀୟ ଶ୍ରମିକଙ୍କୁ ଛଟେଇ କରିବା ଯୋଗୁ  ସେମାନେ ଗୁରୁତର ଆର୍ଥିକ ଦୁରାବସ୍ଥାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ ଏପର୍ଯ୍ୟନ୍ତ କମ୍ପାନୀ ଅଥବା ଏହାର ପରିଚାଳକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଶ୍ରମିକ ଅଭିଯୋଗ କରିଛନ୍ତି।

ଏବେ ଶ୍ରମିକଙ୍କ ସମର୍ଥନରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ‘ଜନତା କି ଆୱାଜ’ ସାମ୍ନାକୁ ଆସିଛି। ଶ୍ରମିକଙ୍କ ସହ ଆଲୋଚନା କରି ସ୍ୱେଚ୍ଛାସେବୀ ସଂସ୍ଥା ଆଗାମୀ ରଣନୀତି ପ୍ରସ୍ତୁତ କରିଛି। ତେବେ ରାଜ୍ୟରେ ସିବରାଜ ସିଂହଙ୍କ ବିଜେପି ସରକାର ଥାଇ ଚୀନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସରକାରଙ୍କ ଆଭିମୁଖ୍ୟ ପ୍ରତି ଏବେ ସନ୍ଦେହ ଉପୁଜିଲାଣି।

   Related Posts