ପୁଲୱାମା ଆତ୍ମଘାତୀ ହମଲା: ବଦଳିଲା ଚୀନର ଆଭିମୁଖ୍ୟ, ଭାରତକୁ ସମର୍ଥନ!

Published By : Prameya-News7 Bureau | February 17, 2019 IST

ଜାମ୍ମୁ କାଶ୍ମୀର ୧୭/୨ : ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ମୁଖ୍ୟ ମସୁଦ ଅଜହରକୁ ଚୀନ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଘୋଷଣା କରିବାକୁ ନେଇ ସମୀକ୍ଷା କରୁଛି | ପୁଲୱାମା ଆତ୍ମଘାତୀ ହମଲାକୁ ଚୀନ ଗଭୀର ଭାବେ ନିନ୍ଦା କରିଛି କିନ୍ତୁ ଅଜହର ବିରୋଧରେ କୌଣସି ଦୃଢ ପ୍ରତିକ୍ରିୟା ରଖିନାହିଁ | ଅଜହର ବିରୋଧରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଚୀନ ସମାଶା ବିକଳ୍ପ ଉପରେ ବିଚାର କରୁଛି | ଚୀନ ପାଇଁ ଏହା ଏକ ସମ୍ବେଦନଶୀଳ ମୁଦ୍ଦା ପାଲଟି ଯାଇଛି | କାରଣ ଚୀନର ବୟାନ ପରେ ପାକିସ୍ତାନ ଏବଂ ଚୀନର ସମ୍ପର୍କ ଉପରେ ପ୍ରଭାବ ପଡିବ |


ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦ ଅଜହରକୁ ବୈଷିକ ଆତଙ୍କବାଦ ଘୋଷଣା କରିବାରେ ଭାରତର ପ୍ରୟାସକୁ ଚୀନ ପୂର୍ବରୁ ବିଫଳ କରୁଛି | ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚୀନ ଏକ ସ୍ଥାୟୀ ସଦସ୍ୟ | ଚୀନ ପ୍ରତ୍ୟେକଥାର ମସୁଦ ଅଜହରକୁ ରକ୍ଷା କରିଥାଏ |


ଚୀନର ବିଦେଶ ମନ୍ତ୍ରାଳୟର ୱେବସାଇଟରେ ବିଦେଶ ମନ୍ତ୍ରାଳୟର ଏକ ବୟାନ ରହିଛି | ଚୀନ ଅଜହରକୁ ନେଇ ନିଜ ମତାମତ ବଦଳାଇପାରେ ବୋଲି ଏହି ବୟାନରୁ ଆଶଙ୍କା କରାଯାଉଛି | ଏହି ବୟାନରେ ଚୀନ କହିଛି ଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ଚୀନ ଭାଗ ନେବା ଏବଂ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ଉପରେ ନିରପେକ୍ଷ ଆଲୋଚନା କରିବ | ତେବେ ଏହି ପ୍ରସଙ୍ଗରେ ଚୀନ ଭାରତ ସହ କିଛି ଚୁକ୍ତି କରିପାରେ ବୋଲି ଆଶଙ୍କା କରାଯାଉଛି |


ପୁଲୱାମା ବିସ୍ଫୋରଣ ପରେ ପାକିସ୍ତାନରୁ ଭାରତକୁ ଆମଦାନୀ ହେଉଥିବା ଜିନିଷ ଉପରେ ସୀମା ଶୁଳ୍କ ୨୦୦ ପ୍ରତିଶତ ବୃଦ୍ଧି କରିଦିଆଯାଇଛି | ଏନେନି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ୱିଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.