କରୋନା ମୁକାବିଲାର ବଡ ସଫଳତା: ଭାକସିନ୍ ନେବା ପରେ ସୁସ୍ଥ ହେଲେ ୧୪ ସଂକ୍ରମିତ, ସଫଳ ହେଲା ଟ୍ରାଏଲ୍
4/04/2020 at 5:35 PM

ବେଜିଂ, ୦୪|୦୪ କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଚୀନ ମାର୍ଚ୍ଚ ୧୭ରୁ କୋଭିଡ-୧୯ ପାଇଁ ପ୍ରସ୍ତୁତ କରିଥିବା ଭାକସିନର କ୍ଲିନିକାଲ ଟେଷ୍ଟ୍ ଆରମ୍ଭ କରିଛି । ମଣିଷଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଏହି ପରୀକ୍ଷଣ ପରେ ପଜିଟିଭ୍ ରେଜଲ୍ଟ ସାମ୍ନାକୁ ଆସିଛି । ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ୧୦୮ଜଣଙ୍କୁ ବଛାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୪ଜଣ ଭାକସିନର ପରୀକ୍ଷଣର ଅବଦ୍ଧି ସମ୍ପୂର୍ଣ୍ଣ କରିଥିଲେ । ୧୪ଦିନ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ।
ଏହି ପରୀକ୍ଷଣ ବୁହାନ ସହରରେ ଆରମ୍ଭ ହୋଇଥିଲା । ଭାକସିନ୍ ପରୀକ୍ଷଣ ପରେ ଯେଉଁ ୧୪ଜଣଙ୍କୁ ଘରକୁ ପଠାଇ ଦିଆଯାଇଥିଲା, ଏବେ ସମସ୍ତେ ସୁସ୍ଥ ଅଛନ୍ତି । ଏହାକୁ ଚୀନର ସବୁଠାରୁ ବଡ ବାୟୋ ଓ୍ୱାରଫେୟାର ବୈଜ୍ଞାନିକ ଚେନ୍ ବି ଓ ତାଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି । ଯେଉଁ ୧୦୮ଜଣଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି, ସେମାନଙ୍କ ବୟସ ୧୮ରୁ ୬୦ ବର୍ଷ ମଧ୍ୟରେ ।

ଏହି ବ୍ୟକ୍ତିମାନଙ୍କୁ ତିନୋଟି ଗ୍ରୁପରେ ବଣ୍ଟାଯାଇ ପରୀକ୍ଷଣ କରାଯାଇଥିଲା । ଭିନ୍ନ ଭିନ୍ନ ଦିନରେ ଏମାନଙ୍କୁ ଭାକସିନ୍ ଦିଆଯାଇଥିଲା । ସମସ୍ତେ କ୍ୱାରେଣ୍ଟାଇନି ପିରିୟଡ ପୂରା କରିବା ଯାଏଁ ଲ୍ୟାବରେ ରହିଛନ୍ତି । ଏମାନଙ୍କୁ କିଛି ସପ୍ତାହ ମଧ୍ୟରେ ନିଜ ନିଜ ଘରକୁ ପଠାଯିବ । ଯେଉଁ ୧୪ଜଣଙ୍କୁ ଘରକୁ ପଠାଯାଇଚି ସେମାନଙ୍କୁ ୬ ମାସ ଯାଏଁ ନଜରରେ ରଖାଯିବ । ସେମାନଙ୍କ ଶରୀରରେ କିପରି ଏହା ପ୍ରତିକ୍ରିୟା କରୁଛି ଓ କରୋନା ବିରୋଧରେ କିପରି ଆଣ୍ଟିବଡି ପ୍ରସ୍ତୁତ କରୁଛି ତାହା ଉପରେ ନଜର ରଖାଯିବ । ସେମାନଙ୍କ ରକ୍ତ ନମୂନା ପରୀକ୍ଷଣ ପରେ ଭାକିସନ୍ ବଜାରକୁ ଆସିବ ।
ଚେନ୍ ବି କକହିଛନ୍ତି ଯେ, ଟ୍ରାଏଲ ସଫଳ ହୋଇଛି । ସମ୍ପୂର୍ଣ୍ଣ ପରୀକ୍ଷଣ ପରେ ଏହାକୁ ଅନ୍ୟ ଦେଶକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।