Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

୭୬ ଦିନ ପରେ ଲକଡାଉନ୍ ମୁକ୍ତ ହେଲା ଉହାନ ସହର, ଏଇଠୁ ବିଶ୍ୱକୁ ବ୍ୟାପିଛି ମାରାତ୍ମକ COVID-19 ଭୂତାଣୁ

8/04/2020 at 7:04 PM

ଉହାନ ୮।୪:  ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ନୋଭେଲ କରୋନା ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହର ବୁଧବାର ଲକଡାଉନ୍ ମୁକ୍ତ ହୋଇଛି। ଦୀର୍ଘ ୭୬ ଦିନ ପରେ ଲୋକେ ଘରୁ ପଦାକୁ ବାହାରିଥିବା ବେଳେ ବସ୍, ଟ୍ରେନ୍, ବିମାନ ଓ ଅନ୍ୟ ସାର୍ବଜନିକ ପରିବହନ ସେବା ମଧ୍ୟ ଆରମ୍ଭ ହୋଇଛି।

ଚୀନର ଏହି ସହରର ଜନସଂଖ୍ୟା ୧୧ ମିଲିୟନ ଅର୍ଥାତ ୧ କୋଟି ୧ଲକ୍ଷରୁ ବି ଅଧିକ। ଜାନୁୟାରୀ ୨୩ ତାରିଖରୁ ଲୋକେ  ଏଠାରେ ଘରେ ବନ୍ଦୀ ହୋଇଯାଇଥିଲେ। ଲକଡାଉନ ହଟିବା ପରେ ଲୋକେ ବୁଧବାର ପଦାକୁ ବାହାରିବା ସହ ୟାଙ୍ଗସୀ ନଦୀ କୂଳରେ ମୁକ୍ତିର ଆନନ୍ଦ ପାଳନ କରିଛନ୍ତି। ଲକଡାଉନ୍‌ ମୁକ୍ତ ହେବା ପରେ ସହରରେ ପ୍ରଥମ ଥର ଆଲୋକ ମାଳାରେ ସଜେଇ ହୋଇଛି। ତେବେ ଲୋକଙ୍କ ମନରୁ ଏବେବି କରୋନା ଭୟ ଦୂର ହୋଇନି।

ଉହାନ ଷ୍ଟେସନରେ ଲୋକଙ୍କ ଗହଳି ପ୍ରଥମ ଥର ଦେଖାଯାଇଛି। ତେବେ ଲୋକେ ପରସ୍ପର ଠାରୁ ଦୂରତା ଅବଲମ୍ବନ କରିବା ସହ କୌଣସି ସଂକ୍ରମଣରୁ ବର୍ତ୍ତିବା ଲାଗି ହାତରେ ଗ୍ଲୋବସ୍ ଓ ମୁହଁରେ ମାସ୍କ ପିନ୍ଧିଥିବା ଦେଖାଯାଇଛି। ରାସ୍ତାଘାଟରେ ଯାନବାହନ ଚଳାଚଳ କମ୍ ରହିଛି। ଏଣୁ ଲୋକେ ପୂର୍ବ ଭଳି ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି। ଏଠାରେ କରୋନା ସଂକ୍ରମଣ ପରେ ଦିନକୁ ଶହଶହ ଲୋକେ ସଂକ୍ରମିତ ହେଉଥିଲେ। ତେବେ ଚୀନରେ ଏବେ ନୂଆ ସଂକ୍ରମଣର ଗୋଟିଏ ବି ଅଭିଯୋଗ ନଥିବା ବେଳେ ମୃତ୍ୟୁ ମଧ୍ୟ ହେଉ ନଥିବାର ହେଲଥ କମିଶନଙ୍କ ରିପୋର୍ଟରୁ ଜଣାପଡିଛି।   

   Related Posts