ଚୀନରେ ତିଆରି ହୋଇସାରିଲାଣି କରୋନା ଔଷଧ, ପେକିଂ ବିଶ୍ୱବିଦ୍ୟାଳୟ ଲାବୋରେଟୋରୀର ଦାବି ପରେ ହଇଚଇ

Published By : Prameya-News7 Bureau | May 19, 2020 IST

ବେଜିଂ, ୧୯|୦୫:  ଚୀନର ଏକ ଲ୍ୟାବ କରୋନା ସହ ଲଢିବା ପାଇଁ ଔଷଧ ପ୍ରସ୍ତୁତ କରିସାରିଥିବା ଦାବି କରିଛି । ପେକିଂ ବିଶ୍ୱବିଦ୍ୟାଳୟର ଲ୍ୟାବରେ ଏହି ଔଷଧ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ଚୀନର ଅନେକ ଲ୍ୟାବରେ କରୋନା ମୁକାବିଲା ପାଇଁ ଟେଷ୍ଟିଂ ଜାରି ରହିଛି । ଏହା ମଧ୍ୟରେ ପେକିଂ ଲ୍ୟାବର ବୈଜ୍ଞାନିକମାନେ କରୋନା ସଂକ୍ରମିତଙ୍କୁ ଠିକ୍ କରିବାରେ ଏହି ଔଷଧ ସଫଳ ବୋଲି ଦାବି କରିଛନ୍ତି ।

ଲାବୋରେଟୋରୀର ନିର୍ଦ୍ଦେଶକ ସନ୍ନି ସୀ କେ କହିଛନ୍ତି ଯେ, ପଶୁଙ୍କ ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହୋଇଛି । ଏଥିରେ ସେହି ଆଣ୍ଟିବଡିଜ୍ ବା ରୋଗ ପ୍ରତିରୋଧକ କୋଷକୁ ବ୍ୟବହାର କରାଯାଇଛି ଯାହା କରୋନା ସହ ଲଢେଇ କରିବ । ଏହି ଆଣ୍ଟିବଡିଜକୁ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତରୁ ସଂଗ୍ରହ କରାଯାଇଛି ।

{"id":272655,"width":751,"height":507,"sizeSlug":"large"}

ସୀ କେ ଆହୁରି କହିଛନ୍ତି ଯେ, ତାଙ୍କ ଲ୍ୟାବର ବୈଜ୍ଞାନିକମାନେ ଆଣ୍ଟିବଡି ସନ୍ଧାନ କରିବାକୁ ଦିନ ରାତି ପ୍ରୟାସ କରିଥିଲେ । ଏହା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ ।

ଏହି ଲ୍ୟାବ ଆହୁରି ମଧ୍ୟ କହିଛି ଯେ, ନୂଆ କରି ପ୍ରସ୍ତୁତ କରାଯାଇଥିବା ଔଷଧ କରୋନା ମହାମାରୀ ଉପରେ ରୋକ ଲଗାଇବ । ପ୍ରଥମେ ଏହି ଔଷଧକୁ ସଂକ୍ରମିତ ମୂଷାଙ୍କ ଉପରେ ପ୍ରୟୋଗ କରାଯାଇଥିଲା । କେବଳ ୫ ମିନିଟରେ ଏହା କରୋନା ଭାଇରସକୁ ନାଶ କରିଦେଇଥିଲା । ଏନେଇ ଏକ ସାଇନସ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.