Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଜାପାନୀ ସଂସ୍ଥା ଉପରେ ଚୀନ୍‌ର ସାଇବର୍ ଆକ୍ରମଣ, ଗୁରୁତ୍ୱପୂର୍ଣ୍ଣ ସାମରିକ ସଂସ୍ଥା ସହ ୨୦୦ ସରକାରୀ ଅନୁଷ୍ଠାନର ୧୦ ଲକ୍ଷ ଡାଟା ଲିକ୍, ବିଶ୍ୱରେ ଆଲୋଡନ

17/05/2021 at 2:46 PM

ନୂଆଦିଲ୍ଲୀ, ୧୭|୦୫: ଜାପାନ ଉପରେ ସାଇବର୍ ଆଟାକ୍ କରିଛି ଚାଇନା । ଏନେଇ ସ୍ପଷ୍ଟ କରିଛନ୍ତି ଜାପାନୀ ଅଧିକାରୀ ।ଜାପାନର ପୋଲିସ ମୁଖ୍ୟ ମିତସୁହିରୋ ମାତସୁମୋଟୋ ଦେଶରେ ଘଟିଥିବା ସାଇବର୍ ଆକ୍ରମଣ ପାଇଁ ଚାଇନାକୁ ଦାୟୀ କରିଛନ୍ତି । ଏହି ଘଟଣାକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଏପରିକି ବିଶ୍ୱର ଅନେକ ସଂସ୍ଥାର ସହଯୋଗ ମଧ୍ୟ ନିଆଯାଇଛି ।

ନିକେଇ ଏସିଆର ରିପୋର୍ଟ ଅନୁସାରେ, ଗତ ଏପ୍ରିଲ ୨୦ ତାରିଖରେ ଟୋକିଓ ମେଟ୍ରୋପୋଲିଅନ ପୋଲିସ ଚାଇନା କମ୍ୟୁନିଷ୍ଟ ପାର୍ଟି ବିରୋଧରେ ଏକ ମାମଲା ରୁଜୁ କରିଛି । ଏଥିରେ କୁହାଯାଇଛି ଯେ, ଚାଇନା ଜାପାନର ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି ସହ ୨୦୦ କମ୍ପାନୀ ଓ ଅନ୍ୟ ଗବେଷଣା ପ୍ରତିଷ୍ଠାନ ଉପରେ ୨୦୧୬ ଓ ୨୦୧୭ରେ ସାଇବର୍ ଆଟାକ କରିଥିଲା । ଏକ ଫେକ୍ ଓ୍ୱେବ୍ ସର୍ଭର ଦ୍ୱାରା ଏହି ଆଟାକ୍ କରାଯାଇଥିଲା । ଏହା ପଛରେ ଚୀନ ଲିବରେସର୍ ଆର୍ମୀର ହାତ ରହିଛି ।

ତେବେ ଜାପାନର ଏହି ଅଭିଯୋଗକୁ ବେଜିଂ ଖଣ୍ଡନ କରିଥିଲା । ଚାଇନା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ୱାଙ୍ଗ୍ ଓ୍ୱେନବିନ୍ କହିଛନ୍ତି ଯେ, ଚାଇନା ଉପରେ ଅନେକ ଦେଶ କାଦୁଆ ଫିଙ୍ଗୁଛନ୍ତି । ଏହା ଠିକ୍ ନୁହେଁ । ଏହାର ଜବାବରେ ଜାପାନ କହିଥିଲାଯେ, ୧୦ ଲକ୍ଷରୁ ଅଧିକ ଲୋକଙ୍କ ତଥ୍ୟ ଲିକ୍ ହୋଇଛି ।

ତେବେ ଏବେସୁଦ୍ଧା ଚାଇନା ସାଇବର୍ ଆଟାକ୍ କରିଥିବା ନେଇ କୌଣସି ସ୍ପଷ୍ଟ ପ୍ରମାଣ ନଥିଲା। ଫଳରେ ଟୋକିଓ ତରଫରୁ ଆଉ ଅଧିକ ତଦନ୍ତ କରାଯାଇ ନଥିଲା । କିନ୍ତୁ ଏବେ ଟୋକିଓ ପୋଲିସ ସିଧାସଳଖ ଏହି ଘଟଣାରେ ବେଜିଂକୁ ଦାୟୀ କରିଛି ।

ଏହି ସାଇବର୍ ଆଟାକ ସେହି ସମୟରେ ସାମ୍ନାକୁ ଆସିଥିଲା ଯେତେବେଳେ ଚାଇନା ଓ ଜାପାନ ପୂର୍ବ ଚୀନ ସାଗରକୁ ନେଇ ମୁହାଁମୁହିଁ ହୋଇଥିଲେ । ଏହି ସାଗରର କିଛି ବିବାଦୀୟ ଅଂଶକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଏହାସହ ଚୀନ ମଧ୍ୟ ସମୁଦ୍ରରେ ବିଦେଶୀ ଜାହାଜ ଉପରେ ଅସ୍ତ୍ରପ୍ରୟୋଗ ଅନୁମତି ପାଇଁ ନୂଆ ଆଇନ ଆଣିଛି ।

ଗତମାସରେ ଜାପାନ କହିଥିଲା ଯେ, ଚାଇନା ତଟରକ୍ଷୀମାନେ ଜାପାନର ଜଳସୀମା ଅତିକ୍ରମ କରୁଛନ୍ତି । ଗୋଟିଏ ମାସରେ ଏପରି ୨ ଥର ହୋଇଛି । ଜାପାନ ଅଦିନରେ ଥିବା ସେନକାକୁ ଦ୍ୱୀପ ନିକଟକୁ ଚାଇନାର ଜାହାଜ ମାଡି ଆସିଥିଲା ।

ସୂଚନାଯୋଗ୍ୟ, ଗତମାସରେ ମାଇକ୍ରୋସଫ୍ଟ କହିଥିଲା ଯେ, ଚାଇନାର କିଛି ହ୍ୟାକର ଜାପାନର ଅନେକ ଓ୍ନେବସାଇଟ୍ ହ୍ୟାକ୍ କରି କମ୍ପ୍ୟୁଟର ଆକସେସ୍ କରୁଛନ୍ତି । ଏପରିକି ଅନେକ ଇମେଲକୁ ମଧ୍ୟ ସେମାନେ ଆକସେସ୍ କରିନେଇଥିଲେ । ଗତବର୍ଷ ଅଷ୍ଟ୍ରେଲିଆ ମଧ୍ୟ ବଡ ସାଇବର୍ ଆଟାକର ଶିକାର ହୋଇଥିଲା ।

   Related Posts