Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଚୀନର ମୁଖା ଶେଷରେ ଖୋଲିଲା ଡବ୍ଲ୍ୟୁଏଚଓ: କରୋନା ଭାଇରସ ତଥ୍ୟ ଲୁଚାଇଥିଲା ବେଜିଂ, ବିଳମ୍ବରେ ଦେଇଥିଲା ଡାଟା

2/06/2020 at 6:38 PM

ନୂଆଦିଲ୍ଲୀ, ୦୨|୦୬:   ଚୀନ କରୋନା ଭାଇରସ ସମ୍ପର୍କିତ ଅନେକ ତଥ୍ୟ ଲୁଚାଇଛି । ତଥ୍ୟ ଦେବାରେ ବିଳମ୍ବ ହେତୁ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହା ନିଜେ ସ୍ୱୀକାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କରୋନା ଭାଇରସ ପ୍ରସଙ୍ଗରେ ଚୀନକୁ ସମର୍ଥନ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ କିନ୍ତୁ ଚୀନର ଭୁଲକୁ ବାଖ୍ୟା କରିଛି ।

ପ୍ରକୃତରେ ଚୀନର ଅନେକ ଲାବୋରାଟାରୀରେ କୋଭିଡ-୧୯କୁ ଚିହ୍ନଟ କରିଥିଲେ । କିନ୍ତୁ ଚୀନ ଅଧିକାରୀମାନେ ଏହି ଭାଇରସର ଆନୁବଂଶିକ ନକ୍ସା ପ୍ରଦାନ କରିବାରେ ଏକ ସପ୍ଦାହରୁ ଅଧିକ ସମୟ ବିଳମ୍ବ କରିଥିଲେ । ଏହାସହ ଜୀନୋମ, ଔଷଧ ଓ ଟୀକା ପାଇଁ ବିବରଣୀ ମଧ୍ୟ ଚୀନ ସରକାର ପ୍ରଦାନ କରିନଥିଲେ ।

ଖବର ସରବରାହ ସଂସ୍ଥା ଏପିର ରିପୋର୍ଟ ଅନୁସାରେ, ଚୀନରେ କଡା ନିୟମ ପାଇଁ ଭାଇରସ ବାବଦରେ କେହି କିଛି ମୁହଁ ଖୋଲିନଥିଲେ । ଜାନୁଆରୀ ୧୧ରେ ଏକ ଓ୍ୱେବସାଇଟରେ ଏହି ଭାଇରସର ଜୀନୋମକୁ ପ୍ରସ୍ତୁତ କରାଯାଇଥିବା ପ୍ରକାଶ ପାଇଥିଲା । ଏହାପରେ ମଧ୍ୟ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଦସ୍ତାବିଜ ଓ ସୂଚନା ଦେବାରେ ୨ ସପ୍ତାହ ବିଳମ୍ବ କରିଥିଲା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନେକ ଦସ୍ତାବିଜ ଏପିର ହସ୍ତଗତ ହୋଇଛି ।

ଭାଇରସର ତଥ୍ୟ ଲୁଚାଯାଇଥିବା ଖବର ସେହି ସମୟରେ ମିଳିଛି ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସନ୍ଦେହ ଘେରରେ ରହିଛି । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ବନ୍ଧ ଶେଷ କରିଥିବା ଘୋଷଣା କରିଥିଲେ   । କିନ୍ତୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସର୍ବଦା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଅନ୍ୟ ଦେଶକୁ କରୋନା ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିବା ଦାବି କରନ୍ତି ।

   Related Posts