ଯୁଦ୍ଧ ପାଇଁ ପ୍ରସ୍ତୁତ ଚାଇନା : ସୈନିକଙ୍କୁ ଆଲର୍ଟ କଲେ ଜିନପିଙ୍ଗ୍, କହିଲେ- 'ମୃତ୍ୟୁକୁ ଡର ନାହିଁ'

Published By : Prameya-News7 Bureau | November 28, 2020 IST

ବେଜିଂ,୨୮/୧୧:    ଯୁଦ୍ଧ ପାଇଁ ପାଗ ଭିଡିଲାଣି ଚୀନ୍ । ମୃତ୍ୟୁକୁ ନ ଡରିବାକୁ ନିଜ ସୈନିକଙ୍କୁ କହିଲେଣି ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଏହାସହ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମିଲଟାରୀ କମାଣ୍ଡରଙ୍କୁ ସମ୍ବୋଧିତ କରିବା ବେଳେ ଜିନପିଙ୍ଗ୍ ଏହା କହିଛନ୍ତି ।

ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ଜିନପିଙ୍ଗ୍ ସୈନିକଙ୍କୁ କହିଛନ୍ତି ଯେ, ଯୁଦ୍ଧ ପାଇଁ ସମସ୍ତ ଅଭ୍ୟାସ ସାରିଦିଅନ୍ତୁ । ଏହାର କିଛି ସପ୍ତାହ ପୂର୍ବରୁ ମଧ୍ୟ ସମାନ କଥା ଜିନପିଙ୍ଗ୍ ସୈନିକଙ୍କୁ କହିଥିଲେ । ଏ

ଏବେ ଚୀନ ସହ ଆମେରିକା, ଭାରତ ଓ ତାଇଓ୍ୱାନର ଉତ୍ତେଜନା ଲାଗି ରହିଛି । ଡେଲିମେଲର ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଜିନପିଙ୍ଗ୍ ନୌସୈନିକଙ୍କୁ ଯୁଦ୍ଧ ପାଇଁ ପୁରା ଶକ୍ତି ଓ ସାମର୍ଥ୍ୟ ଲଗାଇବାକୁ କହିଥିଲେ । ଏହାସହ ଆଲର୍ଟ ମଧ୍ୟ କରିଥିଲେ ।

ଜିନହୁଆର ରିପୋର୍ଟ ଅନୁସାରେ, ଜିନପିଙ୍ଗ କମାଣ୍ଡରଙ୍କୁ ଯୁଦ୍ଧ ପାଇଁ ଅଭ୍ୟାସକୁ ଆହୁରି ଜୋରଦାର କରିବାକୁ କହିଛନ୍ତି । ଆର୍ମିର ଏହା ମୁଖ୍ୟ କାମ । ମୃତ୍ୟୁକୁ ନଡରି ଶତ୍ରୁର ସାମ୍ନା କରିବାକୁ ହେବ । ପିପୁଲ୍ସ ଆର୍ମିକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଫୋର୍ସ ଭାବେ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.