ଚୀନ୍‌ରେ ଚାଲିଲା ‘ମାଗଲେଭ ଟ୍ରେନ୍’, ଭୂମି ଉପରେ ଚାଲୁଥିବା ବିଶ୍ୱର ସବୁଠୁ ଦ୍ରୁତଗାମୀ ଯାନ

Published By : Prameya-News7 Bureau | July 20, 2021 IST

କିଙ୍ଗଦାଓ:  ଚୀନ୍‌ ମଙ୍ଗଳବାର ବିଶ୍ୱର ସବୁଠୁ ଦ୍ରୁତଗାମୀ ରେଳ ସେବା ମାଗଲେଭ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଉପକୂଳ ସହର ସାଙ୍ଗଡୋଙ୍ଗ ପ୍ରୋଭିନ୍ସର କିଙ୍ଗଦାଓ ସହରରେ ଏହାର ଲୋକାର୍ପଣ ହୋଇଛି। ଅଧିକାରୀକ ମିଡିଆ ବୟାନ ଅନୁସାରେ ଭୂମି ଉପରେ ଚାଲିପାରୁଥିବା ବାହନ ମଧ୍ୟରେ ଏହା ବିଶ୍ୱର ସବୁଠାରୁ ଦ୍ରୁତତମ ବୋଲି କୁହାଯାଇଛି। ଯାହା ପ୍ରତି ଘଣ୍ଟା ୬୦୦ କିଲୋମିଟର ବେଗରେ ଗତିପାରୁଥିବା ଏଥିରେ ସୂଚିତ କରାଯାଇଛି।  

{"id":483495,"width":839,"height":558,"sizeSlug":"large","linkDestination":"none"}

ଏହି ରେଳ ପ୍ରକଳ୍ପ ଚୀନ୍‌ ଅକ୍ଟୋବର ୨୦୧୬ରେ ହାତକୁ ନେଇଥିଲା। ୨୦୧୯ରେ ଏହି ଦ୍ରୁତଗାମୀ ଟ୍ରେନର ପ୍ରୋଟୋଟାଇପକୁ ପ୍ରଥମେ ସଞ୍ଚାଳନ କରାଯାଇଥିଲା। ଯାହାର ପରୀକ୍ଷଣ ଗତବର୍ଷ ଜୁନମାସରେ କରାଯାଇଥିବା ବେଳେ ଏହା ସଫଳ ହୋଇଥିଲା। ଏହି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଡିଙ୍ଗ ସାନ୍ସାନଙ୍କ ଅନୁସାରେ ଏହି ଟ୍ରେନରେ ସର୍ବାଧିକ ୧୦ଟି ବଗି ଲଗାଯାଇପାରିବ। ପ୍ରତ୍ୟେକ ବଗିରେ ୧୦୦ ଜଣ ଲେଖାଏଁ ଯାତ୍ରୀ ସୁରକ୍ଷିତ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି।

{"id":483496,"sizeSlug":"large","linkDestination":"none"}

ଏପରି ଟ୍ରେନ୍‌ ୧,୫୦୦ କିଲୋମିଟର ମଧ୍ୟରେ ଯାତ୍ରା ଲାଗି ସର୍ବଶ୍ରେଷ୍ଠ ସମାଧାନ। ତେବେ ପାରମ୍ପରିକ ଟ୍ରେନ୍‌ ଭଳି ମାଗଲେଭ ଟ୍ରେନର ଚକ ରେଳ ଧାରଣା ସମ୍ପର୍କରେ ରହେ ନାହିଁ। ବିଶ୍ୱର ରେଳ ପରିବହନ କ୍ଷେତ୍ରରେ ଚୀନ୍‌ର ଏହାକୁ ଏକ ମହାନ ଉପଲବ୍ଧି ବୋଲି ଏବେ ବିଚାର କରାଯାଉଛି ବୋଲି ଚାଇନା ରେଲୱେ ରୋଲିଂ ଷ୍ଟକ କର୍ପୋରେସନ (ସିଆରଆରସି) କହିଛନ୍ତି। ଏହି ଟ୍ରେନ୍‌ ଇଲେକ୍ଟ୍ରୋମ୍ୟାଗ୍ନେଟିକ ବଳରେ ଚାଲୁଛି। ଏଣୁ ଏହାକୁ ରେଳ ଧାରଣା ସହ ସଂଯୋଗ ନଥିଲେ ବି ପରିଚାଳନା କରାଯାଉଛି।

{"id":483497,"sizeSlug":"large","linkDestination":"none"}

ଅନ୍ୟ ଟ୍ରେନ ଭଳି ଏଥିରେ ଶବ୍ଦ ପ୍ରଦୂଷଣ ନଥିବା ବେଳେ କମ୍ପନ ମଧ୍ୟ ଏତେ ହେଉନି। ସବୁଠୁ ବଡ଼ କଥା ଯାହା ତାହା ହେଉଛି ଏହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଓ ସୁରକ୍ଷିତ। ଏହି ଟ୍ରେନ ଲାଗି ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବେଶି ନୁହେଁ। ଦେଶରେ ଚଳାଚଳ କରୁଥିବା ହାଇସ୍ପିଡ ଟ୍ରେନ (ଘଣ୍ଟାପ୍ରତି ୩୫୦କିମି) ଓ ବିମାନ ( ଘଣ୍ଟାପ୍ରତି ୮୦୦ରୁ ୯୦୦ କିମି) ମଧ୍ୟରେ ଥିବା ଶୁନ୍ୟସ୍ଥାନକୁ ମାଗଲେଭ ଟ୍ରେନ ପୂରଣ କରିପାରିବ ବୋଲି ଆଶା କରାଯାଉଛି।

{"id":483499,"sizeSlug":"large","linkDestination":"none"}

ବେଜିଂ-ସାଂଘାଇ ଯାତ୍ରା ଲାଗି ବିମାନରେ ୨ ଘଣ୍ଟା ସମୟ ଲାଗୁଥିବା ବେଳେ ହାଇସ୍ପିଡ ଟ୍ରେନରେ ୫.୫ଘଣ୍ଟା ସମୟ ଲାଗୁଛି। ଏଥିରେ ମାଗଲେଭ ଟ୍ରେନ୍‌ ଲୋକଙ୍କୁ ୨.୫ ଘଣ୍ଟାରେ ପହଞ୍ଚାଇ ପାରୁଛି। ଫଳରେ ଦ୍ରୁତ ପରିବହନ ସେବା କ୍ଷେତ୍ରରେ ଜର୍ମାନ, ଜାପାନ, ବ୍ରିଟେନ, କାନାଡା ଓ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଛି। ତେବେ ଦେଶର ଅନେକ ସହରାଞ୍ଚଳରେ ଏପର୍ଯ୍ୟନ୍ତ ମାଗଲେଭ ଟ୍ରେନ ଲାଗି ଭିତ୍ତିଭୂମି ବିକଶିତ ହୋଇ ପାରିନାହିଁ। ଯାହା କ୍ରମଶଃ ବିକଶିତ ହୋଇଯିବ ବୋଲି ତିସୁଂଘୁଆ ବିସ୍ୱବିଦ୍ୟାଳୟଙ୍କ ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଲୁ ହୁଆପୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.