ଫ୍ୟାସନ ସୋ’ ଆଜିକାଲି ଏକ ସାଧାରଣ କଥା। କିନ୍ତୁ ପ୍ରତିବର୍ଷ ଚୀନରେ ଏଭଳି ଏକ ସୌନ୍ଧର୍ଯ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ଯାହାକୁ ଲୋକେ ପସନ୍ଦ କରିବା ବଦଳେ ସୋସାଲ ମିଡିଆରେ ଗାଳି ବର୍ଷା କରୁଛନ୍ତି। ଏହା ହେଉଛି ମହିଳାମାନଙ୍କର ବ୍ରେଷ୍ଟ ମଡେଲ କଣ୍ଟେଷ୍ଟ । ମାତୃତ୍ବ ଲାଭ କରିଥିବା ଓ ମା ହେବାକୁ ଥିବା ମହିଳାମାନଙ୍କ ପାଇଁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଥିବା ବେଳେ ଲୋକେ କିନ୍ତୁ ଏହାକୁ ପସନ୍ଦ କରୁନାହାନ୍ତି।
{"id":119128}ଗତ ୨୦୧୬ ମସିହାରେ ଚୀନରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତା ଗତ ୬ ବର୍ଷ ହେଲା ଲଗାତାର ଆୟୋଜିତ ହେଉଛି। ମା ମାନଙ୍କୁ ସେମାନଙ୍କ ବକ୍ଷୋଜ ସମ୍ପର୍କରେ ସଚେତନ କରିବା ଏହି ପ୍ରତିଯୋଗୀତାର ମୂଳ ଉଦ୍ଦେଶ୍ୟ ହୋଇଥିବା ବେଳେ ପ୍ରତି ବର୍ଷ ଜଣେ ମା ହିଁ ଏହି ପ୍ରତିଯୋଗୀତାର ବିଜୟିନୀ ହେଉଛନ୍ତି। ଏହା ଏକ ଅନ୍ତର୍ଜାତୀୟ ସୌନ୍ଧର୍ଯ୍ୟ ପ୍ରତିଯୋଗୀତା ହୋଇଥିଲେ ହେଁ ଲୋକେ କିନ୍ତୁ ମାନିବାକୁ ନାରାଜ।
{"id":119129}ଏହି ପ୍ରତିଯୋଗୀତାରୁ ଲୋକେ ଯାହା ଆଶା କରୁଛନ୍ତି ତାହା ଉପରେ ଆୟୋଜକ ଗୁରୁତ୍ବ ଦେଉନଥିବା ସୋସାଲ ମିଡିଆରେ ଅଭିଯୋଗ କରୁଛନ୍ତି। ମହିଳାମାନେ ସାଧାରଣତଃ ସେମାନଙ୍କ ବକ୍ଷୋଜ ପ୍ରତି ପ୍ରଧାନ୍ୟ ଦେଇନଥାନ୍ତି । ଏ ସମ୍ପର୍କରେ ଖୋଲିକରି କାହା ସହ କଥା ବି ହୁଅନ୍ତିନି। ଏଣୁ ମହିଳାଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ସୃଷ୍ଟି ନିମନ୍ତେ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗୀତାର ଆୟୋଜନ କରାଯାଉଥିବା ବେଳେ ଲେକେ କିନ୍ତୁ ଏହାକୁ ସୌନ୍ଧର୍ଯ୍ୟ ପ୍ରତିଯୋଗୀତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କ ମତରେ ଏହା କେବଳ ମହିଳାଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ । ହେଲେ ଏଭଳି ସୌନ୍ଧର୍ଯ୍ୟ ପ୍ରତିଯୋଗୀତା ମହିଳାଙ୍କୁ ସେମାନଙ୍କ ସୌନ୍ଧର୍ଯ୍ୟସହ ବକ୍ଷୋଜର ସୁରକ୍ଷା ପାଇଁ ସଚେତନ କରାଉଛି ବୋଲି ଆୟୋଜକମାନେ କହୁଛନ୍ତି।