Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଧରାପଡିଲା ଚୀନର ଚୋରି! ଲେଫ୍ଟନାଣ୍ଟ ଜେନେରାଲ ବୈଠକରେ ଭାରତ ସହ ଆଖି ମିଳାଇ ପାରିଲେନି ଚୀନ ଜେନେରାଲ

6/06/2020 at 5:55 PM

ଲେହ ୬।୬:  ସୀମାକୁ ନେଇ ଉପୁଜିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଶନିବାର ଭାରତ ଓ ଚୀନ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଲଦ୍ଦାଖ ସୀମାବର୍ତ୍ତି ବାସ୍ତବ ସୀମାରେଖା (ଏଲଏସି) ସଲଗ୍ନ ଚୁଶୂଲ ମୋଲ୍ଡାରେ ଏହି ବୈଠକ ହୋଇଥିବା ବେଳେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନେତୃତ୍ୱ ନେଇଥିଲେ। ଏଥିରେ ଚୀନ ପକ୍ଷରୁ ଜେନେରାଲ ଲ୍ୟୁ ଲିନ୍‌ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଭାରତ ମେ ମାସରେ ଉପଗ୍ରହରୁ ନିଆ ଯାଇଥିବା ଚୀନ ସୀମାବର୍ତ୍ତି ଲଦ୍ଦାଖର ଫଟୋ ଓ ମେ ମାସ ପୂର୍ବରୁ ନିଆଯାଇଥିବା ଫଟୋଚିତ୍ର ଉପସ୍ଥାପନ କରିଥିଲା।

ତୃତୀୟପକ୍ଷ ଫଟୋଚିତ୍ରକୁ ଅନୁଧ୍ୟାନ କରିବା ପରେ ଚୀନ ଜେନେରାଲ ଲ୍ୟୁ ଲିନ୍ ଚୁପ୍ ହୋଇଯାଇଥିଲେ। ଏଣୁ ଭାରତୀୟ ପ୍ରତିନିଧି ମଣ୍ଡଳ ଚୀନ୍‌କୁ ସମ୍ପୃକ୍ତ ଅଞ୍ଚଳରୁ ତତ୍କାଳ ହଟିଯିବା ଆବଶ୍ୟକ ବୋଲି କହିଥିଲେ। ଏହା ସେହି ସ୍ଥାନ ଯେଉଁଠି ଏବେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଫଟୋରେ ଦେଖାଯାଇଥିବା ପେଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ୮ଟି ପାହାଡ ରହିଛି। ଯାହାକୁ ଫିଙ୍ଗର ଏଇଟ୍ ବୋଲି କୁହାଯାଏ। ଭାରତର ସୀମା ଫିଙ୍ଗର ୧ରୁ ୮ ପର୍ଯ୍ୟନ୍ତ। ତେବେ ଚୀନ ଫିଙ୍ଗର ୪କୁ ତାର ସୀମା ଦାବି କରୁଛି। ଯେଉଁଥି ଲାଗି ଏବେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି।

ଉପଗ୍ରହ ଚିତ୍ରରୁ ଚୀନ ହ୍ରଦ କୂଳରେ ତମ୍ବୁ ସମେତ ସ୍ଥାୟୀ ନିର୍ମାଣ କରିଥିବାର ଦେଖାଯାଉଛି। ତେବେ ଏ ସବୁ ୨୭ ମେ ପୂର୍ବରୁ ଏଠାରେ ନଥିଲା ବୋଲି ଫଟୋଚିତ୍ରରୁ ଦେଖାଯାଇଛି। ଏଣୁ ମେ ୨୭ ବେଳକୁ ଚୀନ ଏଠାକୁ ଅନୁପ୍ରବେଶ କରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସୂଚନାରୁ ଯାହା ଜଣାପଡୁଛି ଚୀନ ସେନା ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲେ। ହେଲେ ସ୍ଥାୟୀ ଭାବେ କେବେ ରହି ନାହାନ୍ତି। ହେଲେ ଏଥର ଅଞ୍ଚଳକୁ ମାଡି ବସିଛନ୍ତି।

ଏହା ପୂର୍ବରୁ ଅନ୍ୟ ଏକ ଉପଗ୍ରହ ଚିତ୍ରରେ ଚୀନ୍‌ ତିବ୍ବତ ଅଟୋନମସ ରିଜୟନରେ ଭାରତ ସୀମାକୁ ଲଗାଇ ବିମାନ ଘାଟି ନିର୍ମାଣ କରିଥିବାର ଦେଖାଯାଇଥିଲା। ଏବେ ସେଠାରୁ ନିର୍ମାଣ ସାମଗ୍ରୀ ଆଣି ଭାରତ ସୀମାକୁ ମାଡିବସିବା ଲାଗି ସ୍ଥାୟୀ ନିର୍ମାଣ ମଧ୍ୟ ଆରମ୍ଭ କରିଦେଇଛି। ବୈଠକ ପରେ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଲଦ୍ଦାଖ ରାଜଧାନୀ ଲେହ ଫେରିଥିବା ଜଣାପଡିଛି।

   Related Posts