Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ ନୁହେଁ ଚୀନ୍ : ଭାରତ ଡାକିଥିବା ବୈଠକରେ ଯୋଗ ଦେବାକୁ ମନା କଲା ଡ୍ରାଗନ୍

9/11/2021 at 7:59 AM

ନୂଆଦିଲ୍ଲୀ, ୦୯|୧୧:  ଆଫଗାନିସ୍ତାନର ଭବିଷ୍ୟତ ସଂପର୍କରେ କୂଟନୈତିକ ସ୍ତରରେ ଆଲୋଚନା କରିବା ପାଇଁ ଭାରତ ଡାକିଥିବା ଅନ୍ତରାଷ୍ଟ୍ରୀୟ ବୈଠକରେ ଚୀନ ଯୋଗ ଦେବାକୁ ମନା କରିଦେଇଛି। ପାକିସ୍ତାନ ପରେ ଏହି ବୈଠକରେ ସାମିଲ ହେବା ଲାଗି ସିଧା ମନା କରିଦେଇଛି ଚୀନ।

ନଭେମ୍ବର ୧୦ ରେ ଭାରତ ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରରେ ଏହି ବୈଠକ ଡାକିଥିଲା। ଯେଉଁଥିରେ ରୁଷ, ଇରାନ, ଚୀନ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନକୁ ନିମନ୍ତ୍ରଣ କରାଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଆଫଗାନିସ୍ତାନ ଶାନ୍ତି ପ୍ରତିଷ୍ଠାରେ ଭାରତ ବ୍ୟାଘାତ ସୃଷ୍ଟି କରୁଥିବାରୁ , ନୂଆଦିଲ୍ଲୀର ଏଭଳି ବୈଠକରେ ଯୋଗ ଦେବ ନାହିଁ ବୋଲି ପାକିସ୍ତାନ ମନା କରିଦେଇଥିଲା। ପରେ ପରେ ଚୀନ ମଧ୍ୟ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିଛି। ଫଳରେ ଏହି ବୈଠକକୁ ନେଇ ନାନାଦି ସମୀକରଣ ସୃଷ୍ଟି ହୋଇଛି।

ତେବେ ରୁଷ ଏବଂ ଇରାନ ବୈଠକରେ ଯୋଗ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପାକିସ୍ତାନର ଯୋଗ ନଦେବା ଆଶ୍ଚର୍ଯ୍ୟଜନକ କଥା ନୁହେଁ ବୋଲି କହି ଭାରତ ଏହାକୁ ଅତି ହାଲୁକା ଭାବେ ଏଡ଼ାଇ ଦେଇଛି।

   Related Posts