Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଚୀନର ଦୋମୁହାଁ ନୀତି: ଏପଟେ ଆଲୋଚନା, ସେପଟେ ଅରୁଣାଞ୍ଚଳ, ସିକ୍କିମ ଓ ଉତ୍ତରାଖଣ୍ଡ ସୀମାରେ ଠୁଳ କରୁଛି ସୈନିକ ଓ ଅସ୍ତ୍ରଶସ୍ତ୍ର

25/06/2020 at 3:34 PM

ନୂଆଦିଲ୍ଲୀ, ୨୫|୦୬: ଚୀନ ଭାରତ ସହ ତିକ୍ତତା କମ କରିବା ପାଇଁ ଆଲୋଚନା ହେବା ନେଇ ପ୍ରସ୍ତାବ ରଖୁଛି । ଏପରିକି ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କଥା କହୁଛି । କିନ୍ତୁ ନିଜ ଦୋମୁହାଁ ନୀତିରୁ ପଛଘୁଞ୍ଚା ଦେଉନି ଡ୍ରାଗନ୍ । ଚୀନ ପୂର୍ବ ଲଦାଖ, ପେଙ୍ଗଙ୍ଗ ସୋ, ଗଲଓ୍ୱାନ ଘାଟି ସମେତ ଅନେକ ସ୍ଥାନରେ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ମୁତୟନ କରିଛି ।

ସୂଚନାନୁସାରେ, ଅରୁଣାଞ୍ଚଳ ପ୍ରଦେଶ, ସିକ୍କିମ ଓ ଉତରାଖଣ୍ଡ ନିକଟରେ ଥିବା ଏଲଏସିର ଅନେତ ମହତ୍ୱପୂର୍ଣ୍ଣ ସେକ୍ଟରରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । ଏପରିକି ଏହି ସବୁ ଅଞ୍ଚଳରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିବାରେ ଲାଗିଛି ।  ଚୀନ ଏହି ସମୟରେ ସୈନ୍ୟ ସଂଖ୍ୟା ବୃଦ୍ଧି କରୁଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ସୈନ୍ୟ ଓ କୁଟନୈତିକ ବାର୍ତ୍ତା ଜାରି ରହିଛି ।

ଗତ ସୋମବାର ଉଭୟ ଦେଶର ସେନାର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବ ଲଦାଖର ସମସ୍ତ ଉତ୍ତେଜନାପ୍ରବଣ ସ୍ଥାନରେ ଉଭୟ ଦେଶ ନିଜର ସେନା ପ୍ରତ୍ୟାହାର କରିବେ ବୋଲି କହିଥିଲେ । ବୁଧବାର କୁଟନୈତିକ ସ୍ତରରେ ମଧ୍ୟ ଆଲୋଚନା ହୋଇଥିଲା ।

ସୂଚନାଯୋଗ୍ୟ, ଜୁନ ୧୫ରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ବେଳେ ଚୀନର ମଧ୍ୟ ୪୩ଜଣ ସୈନ୍ୟ ନିହତ ହୋଇଥିଲେ । ଚୀନ ଗଲଓ୍ୱାନ ଘାଟି ଉପରେ ନିଜର ଦାବି ଜାହିର କରୁଛି । କିନ୍ତୁ ଏଥିରେ କୌଣସି ତଥ୍ୟ ନାହିଁ ।

   Related Posts