Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଆମେରିକାକୁ ଟାର୍ଗେଟ୍‌ କରି ସୈନ୍ୟ କ୍ଷମତା ବୃଦ୍ଧି କରୁଛି ଚୀନ୍‌, ଜାଣନ୍ତୁ ଆମେରିକା କେତେ ପ୍ରସ୍ତୁତ

2/04/2021 at 8:49 PM

ନୂଆଦିଲ୍ଲୀ, ୦୨/୦୪: ଆମେରିକା ଏବଂ ଚୀନ୍‌ ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ନେଇ ବେଜିଂ ନିଜର ସୈନ୍ୟ କ୍ଷମତାକୁ ଦ୍ରୁତଗତିରେ ବୃଦ୍ଧି କରିବାରେ ଲାଗିଛି । ଆମେରିକାକୁ ଚାଲେଞ୍ଜ୍‌ ଦେବା ପାଇଁ ଚୀନ୍‌ ଲଗାତାର ଲଢ଼ୁଆ ବିମାନ ଠାରୁ ଆରମ୍ଭ କରି ବାଶାଳକାୟ ଯୁଦ୍ଧପୋତର ନିର୍ମାଣ କରୁଥିବା ଜଣାପଡ଼ିଛି ।

  ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଚୀନ୍‌ ଏକ ନୂଆ ବୁଡ଼ା ଜାହାଜର ନିର୍ମାଣରେ ଲାଗିଛି । ଏହି ଜାହାଜ ବାଶାଳକାୟ ଆକୃତିର ହୋଇଥିବା ଜଣାପଡ଼ିଛି । ହେଲେ ଏ ସମ୍ବନ୍ଧରେ କୌଣସି ବିସ୍ତୃତ ତଥ୍ୟ ମିଳିପାରିନାହିଁ ।

ତେବେ ଆମେରିକାର ଓହିଓ ଶ୍ରେଣୀର ବୁଡ଼ାଜାହାଜକୁ ଚୀନ୍‌ର ପ୍ରବଳ ଭୟ । ପ୍ରତିରକ୍ଷା ବୈଜ୍ଞାନିକଙ୍କ ଅନୁଯାୟୀ, ଚୀନ୍‌ର ଏକ ଶକ୍ତିଶାଳୀ ଏବଂ ଦକ୍ଷ ନୈସେନା ରହିଛି । ଚୀନ୍ ନୈସେନାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରଖାଯାଇଛି । ଏହାର ଶକ୍ତି ଉପରେ ସେ ଆମେରିକାକୁ ମଧ୍ୟ ଚ୍ୟାଲେଞ୍ଜ କରି ପାରିବ । ଆମେରିକା ମଧ୍ୟ ଏହା ବିଷୟରେ ଅବଗତ ଅଛି । କିନ୍ତୁ ଆଣବିକ ଚାଳିତ ଗାଇଡ୍ ମିସାଇଲ୍ ସବମେରାଇନ୍ ୟୁଏସ୍ଏସ୍ ଓହିଓ ହେଉଛି ବିଶ୍ୱର ସର୍ବୋତ୍ତମ ଅସ୍ତ୍ର । ଶୀତଳ ଯୁଦ୍ଧ ସମୟରେ ଏହାର ପ୍ରୟୋଗ ହୋଇଥିଲା ।

ଆମେରିକାର ଓହିଓ ଶ୍ରେଣୀର ବୁଡ଼ାଜାହାଜ ଏହାର ଆକାର ଏବଂ ପ୍ରହାର ଶକ୍ତି ଦୃଷ୍ଟିରୁ ବିଶ୍ୱରେ ଜଣାଶୁଣା । ଏହି ବୁଡ଼ାଜାହାଜ ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ସୈନ୍ୟ ଏବଂ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିବାରେ ସକ୍ଷମ ଅଟେ । ଏଥିସହ, ଆମେରିକାର ନୈସେନା ଜାହାଜରେ USS ମିଚିଗାନ୍, USS ଫ୍ଲୋରିଡା ଏବଂ USS ଜର୍ଜିଆରେ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ । ଯୁକ୍ତରାଷ୍ଟ୍ରର ଏହି ସମସ୍ତ ବୁଡ଼ାଜାହାଜ ମାରାତ୍ମକ ଆଣ୍ଟି ମିସାଇଲ୍ ସହିତ ସଜ୍ଜିତ ।

   Related Posts