ପାକିସ୍ତାନ ଗଧ ଚୀନର ପସନ୍ଦ, ଏହି କାମ କରିବା ପାଇଁ ଚୀନ କରୁଛି ଆମଦାନୀ

Published By : Prameya-News7 Bureau | June 11, 2021 IST

ବେଜିଂ,୧୧/୦୬ : ଚୀନ ପାକିସ୍ତାନ ଗଧଙ୍କର ଦିୱାନା ହେଇଯାଇଛି l ଯାହାକୁ ନେଇ ପାକିସ୍ତାନ ଦେଶରେ ଅଚାନକ ଗଧଙ୍କ ସଂଖ୍ୟା ବଢ଼େଇ ଦେଇଛି l ଆର୍ଥିକ ବର୍ଷ ୨୦୨୦-୨୧ରେ ଗଧଙ୍କ ସଂଖ୍ୟା ପାକିସ୍ତାନରେ ୧ ଲକ୍ଷ ବଢ଼ି ୫୬ ଲକ୍ଷ ହୋଇଯାଇଥିବା ଜଣାପଡିଛି l ଯାହାକି ଗତ ବର୍ଷ ୫୫ ଲକ୍ଷ ଥିଲା lପାକିସ୍ତାନର ଅର୍ଥମନ୍ତ୍ରୀ ସୌକତ ତାରିନ ପାକିସ୍ତାନର ଆର୍ଥିକ ସର୍ବେକ୍ଷଣ ୨୦୨୦-୨୧ ଜାରି କରିଛନ୍ତି l ଯେଉଁଥିରେ ଏକ ବର୍ଷ ଧରି ପାକିସ୍ତାନରେ ଘୋଡ଼ା ଏବଂ ଗଧ ସଂଖ୍ୟାରେ ବୃଦ୍ଧି ସ୍ଥିର ରହିଛି l ପାକିସ୍ତାନ ଗଧଙ୍କୁ ଚୀନ ଆମଦାନୀ କରୁଛି l ଏହାକୁ ଚୀନ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରୁଥିବା ଜଣାପଡିଛି lପାକିସ୍ତାନ ଆର୍ଥିକ ସର୍ବେକ୍ଷଣ ମୁତାବକ ଘୁଷୁରୀ, ଘୋଡ଼ା, ଗଧ, ଛେଳି ଏବଂ ଓଟ ସହିତ ଅନ୍ୟ ପଶୁଙ୍କ ସଂଖ୍ୟା ବଢ଼ି ଯାଇଛି l ଏହା ବଢ଼ି ୫୭ ଲକ୍ଷ ହୋଇଯାଇଛି l ପାକିସ୍ତାନ ଗଧଙ୍କୁ ଚୀନକୁ ଯୋଗାଉଛି l ଯେଉଁଥିପାଇଁ ଚୀନ ଠାରୁ ଭଲ ଅର୍ଥ ମଧ୍ୟ ପାଉଛି l ଗଧଙ୍କ ଚମଡାରୁ ପ୍ରସ୍ତୁତ ହେଉଥିବା ଜିଲେଟିନରେ ଔଷଧିୟ ଗୁଣ ଥିବା କୁହାଯାଉଛି l ଏଥିରେ ରକ୍ତ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ l ଗଧଙ୍କ ସଂଖ୍ୟା ମାମଲାରେ ପାକିସ୍ତାନ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି l କିନ୍ତୁ ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ସବୁଠାରୁ ଅଧିକ ଗଧ ଦେଖା ଯାଆନ୍ତି lଚୀନରେ ଗଧଙ୍କ ଚାହିଦା ଏତେ ଅଧିକ ଯେ ବୈଜ୍ଞାନିକଙ୍କ ଆଶଙ୍କା ଏଥିରେ ଗଧଙ୍କ ପ୍ରଜାତି ବିଲୁପ୍ତ ହୋଇଯାଇପାରେ l ଏକ ଅଧୟନରେ କୁହାଯାଇଛି ଯେ ଯଦି ଚୀନରେ ପାରମ୍ପରିକ ଔଷଧରେ ଗଧଙ୍କୁ ଏପରି ବ୍ୟବହାର କରାଯିବ ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଗଧଙ୍କ ସଂଖ୍ୟା ପୃଥିବୀରୁ ଅଧା ହୋଇଯିବ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.