ସୁଧୁରୁନି ଡ୍ରାଗନ୍, ଏବେ ଅରୁଣାଞ୍ଚଳ ପ୍ରଦେଶର ସୀମାରେ କରୁଛି ବେଆଇନ ନିର୍ମାଣ

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ, ୨୨।୧ :  ଅରୁଣାଚଳ ସୀମାରେ ପୁଣି ଦାଦାଗିରି ଦେଖାଇଛି ଚୀନ୍ । ସୀମା ନିକଟବର୍ତ୍ତୀ ଭାରତର ଏକ ସ୍ଥାନରେ ନୂଆ ଗ୍ରାମର ସ୍ଥାପନା କରୁଛି ଏହି ଦେଶ । ଏନେଇ ଭାରତ ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାର ଉତ୍ତର ରଖିଛି ଚୀନ୍ । ଗୁରୁବାର ଚୀନ୍ ଆଧିକାରୀକ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି ଏବଂ ନିର୍ମାଣ କାର୍ଯ୍ୟ ଚୀନର ନିଜ ଅଞ୍ଚଳରେ ହେଉଛି । ଏହା ତାଙ୍କର ସାର୍ବଭୌମତ୍ୱ ଅଧିକାର ବୋଲି ଚୀନ୍ କହିଛି ।

ଚୀନର ବିଦେଶ ମନ୍ତ୍ରଣାଳୟ ସାଟେଲାଇଟ୍ ଇମେଜକୁ ଭିତ୍ତି କରି ଭାରତ ଦେଇଥିବା ରିପୋର୍ଟ ଉପରେ ମତ ରଖିଛନ୍ତି । ଫଟୋରେ ଦୁଇଟି ଧାଡ଼ିରେ ଭାରତୀୟ ଅଞ୍ଚଳରେ ଘର କରାଯାଉଥିବା ଦେଖାଯାଇଛି। ଏହି ଅଞ୍ଚଳ ଭାରତର ନୁହେଁ ବରଂ ଏହା ୧୯୫୯ ମସିହାରୁ ଚୀନର ନିୟନ୍ତ୍ରଣରେ ରହିଛି ଏବଂ ଏହା ଭାରତ-ଚୀନର ବିବାଦୀୟ ଅଞ୍ଚଳ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ।

ଏକ ସାମ୍ୱାଦିକ ସମ୍ମିଳନୀ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନ୍ୟିଙ୍ଗ କହିଛନ୍ତି ଯେ, ଚୀନ-ଭାରତ ସୀମାର ପୂର୍ବ ଅଞ୍ଚଳ ବା ଜାଙ୍ଗନାନ ଅଞ୍ଚଳ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସ୍ଥିର । ଆମେ ଅରୁଣାଚଳ ପ୍ରଦେଶ ଚୀନର ଅଂଶ ବୋଲି କହୁନାହୁଁ । ଚୀନ୍ ଏହି ନିର୍ମାଣ କାମ ନିଜ ଅଞ୍ଚଳରେ କରୁଛି । ଏହା ଚୀନର ସାର୍ବଭୌମତ୍ୱ ଅଧିକାର ଏବଂ ଚୀନ୍ ତାର ନିଜ ଅଞ୍ଚଳରେ ବେଆଇନ ଭାବେ କୈଣସି ନିର୍ମାଣ ମଧ୍ୟ କରୁନାହିଁ ।

ତେବେ ନଭେମ୍ବର ୧,୨୦୨୦ରେ ସାଟେଲାଇଟ୍ ଇମେଜକୁ ବ୍ୟବହାର କରି ଏକ ଜାତୀୟ ଗଣମାଧ୍ୟମ ନିକଟରେ ଗଢ଼ି ଉଠୁଥିବା ଗ୍ରାମ ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯାହାକି ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦୀୟ ଅଞ୍ଚଳରେ ନିର୍ମାଣ ହୋଉଥିବା ଜଣାପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.