Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଚୀନ ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ, ରିପୋର୍ଟକୁ ନେଇ ବଢିଲା ଚିନ୍ତା

9/12/2021 at 11:46 AM

ନୂଆଦିଲ୍ଲୀ ୦୯/୧୨: ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ । ଡ୍ରାଗନର ହ୍ୟାକରମାନେ ଅନେକ ଦେଶର ଗୁରୁତ୍ୱପୂର୍ଣ୍ଣ ଓ୍ୱେବସାଇଟ୍ ହ୍ୟାକ୍ କରି ତଥ୍ୟ ଚୋରି କରିପାରନ୍ତି । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଆମେରିକାର ଏକ ଘରୋଇ ସାଇବର ସିକ୍ୟୁରିଟୀ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ଡ୍ରାଗନ ହ୍ୟାକର ମାନେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଓ ସେନାର ଓ୍ୱେବସାଇଟ୍ ହ୍ୟାକ୍ କରିପାରନ୍ତି ।ଏହାସହ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ନୌସେନା, ଭିଏତନାମ ସଂସଦ, କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟାଳୟ, ମାଲେସିୟା ପ୍ରତିରକ୍ଷା ବାହିନୀର ଓ୍ୱେବସାଇଟକୁ ହ୍ୟାକ୍ କରିବା ପାଇଁ ହ୍ୟାକରମାନେ ଯୋଜନା କରୁଛନ୍ତି ।

ଇନସିକିଟ୍ ନାମକ ଏକ ସଂସ୍ଥାର ରିପୋର୍ଟ ଅନୁସାରେ, ଗତ ୯ ମାସ ହେଲା ହ୍ୟାକରମାନେ ତଥ୍ୟ ଚୋରି ପାଇଁ ପ୍ରୟାସ କରୁଛନ୍ତି ।ଏଙା ପଛରେ ତୀନ ସରକାରଙ୍କ ପରୋକ୍ଷ ହାତ ରହିଛି । ହ୍ୟାକିଂକୁ ଚୀନ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବ । ତେବେ ଏସବୁ ଅଭିଯୋଗ ନେଇ ଚୀନ କୌଣସୀ ପ୍ରତିକ୍ରିୟା ପ୍ରକାଶ କରିନାହିଁ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମାଲେସିୟା, ଇଣ୍ଡୋନେସିଆ ଓ ଭିଏତନାମ ଚୀନର ମୁଖ୍ୟ ଟାର୍ଗେଟ୍ । ମିଆଁମାର, ଫିଲିପାଇନ୍ସ, ଲାଓସ, ଥାଇଲାଣ୍ଡ, ସିଙ୍ଗାପୁର ଓ କମ୍ବୋଡିଆକୁ ବି ଡ୍ରାଗନ୍ ପର୍ଯ୍ୟାୟକ୍ରମେ ଟାର୍ଗେଟ କରିପାରେ ।

ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ସେମାନେ ରିପୋର୍ଟ ବାବଦରେ କିଛି ଜାଣି ନାହାଁନ୍ତି । ଥାଇଲାଣ୍ଡ ଓ କମ୍ବୋଡିଆ ସରକାର ମଧ୍ୟ ସମାନ କଥା କହିଛନ୍ତି । ତେବେ ଫିଲିପାଇନ ରିପୋର୍ଟ ବାବଦରେ ଶୁଣିଥିବା ଓ ସାଇବର ଆକ୍ରମଣକୁ ପ୍ରତିହତ ପାଇଁ ପ୍ରସ୍ତୁତ ଥିବା କହିଛି ।   

   Related Posts