ଆମେରିକାରୁ କରୋନା ଭାକସିନ୍ ଫର୍ମୁଲା ଚୋରି କରିବାକୁ ଚୀନା ହ୍ୟାକର ଉଦ୍ୟମ କରୁଛନ୍ତି, ମିଳିଛି ପ୍ରମାଣ

Published By : Prameya-News7 Bureau | May 11, 2020 IST

ଓ୍ୱାଶିଂଟନ, ୧୧|୦୫ :  ଚୀନ ହ୍ୟାକରମାନେ ଆମେରିକାର ଭାକସିନ୍ ଓ ଟ୍ରିଟମେଣ୍ଟ୍ ରିସର୍ଚକୁ ଚୋରି କରିବା ପାଇଁ ପ୍ରୟାସ କରୁଛି । ଏନେଇ ୟୁଏସ୍ ଅଧିକାରୀମାନେ ସତର୍କ କରାଇଛନ୍ତି । ଭାକସିନ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଆମେରିକାଠୁ ଆଗକୁ ବଡିବା ପାଇଁ ଚୀନ ଏପରି ଅପପ୍ରୟାସ କରୁଥିବା କୁହାଯାଉଛି ।

ନ୍ୟୁୟର୍କ ଟାଇମସର ସୂଚନାନୁସାରେ, ଚୀନର ହ୍ୟାକରମାନେ ଟ୍ରିଟମେଣ୍ଟ ଓ ଟେଷ୍ଟିଂ ସହ ଜଡିତ ଅନେକ ଜରୁରୀ ତଥ୍ୟ ଓ ପବ୍ଲିକ୍ ହେଲଥ୍ ଡାଟାକୁ ହାସଲ କରିବା ପାଇଁ ଏପରି କରୁଛନ୍ତି । ଆମେରିକା ସରକାର ଆଗାମୀ ଦିନରେ ସାଇବର ଚୋରୀକୁ ନେଇ ନନ୍ ଟ୍ରାଡିସନାଲ୍ସ ଆକ୍ଟର୍ସ୍ ପାଇଁ ଚେତବନୀ ଜାରି କରିଛନ୍ତି । ଡାଟା ହ୍ୟାକ୍ କରିବା ପାଇଁ ଚେଷ୍ଟା କରୁଥିବା ହ୍ୟାକର୍ କେହି ନନ୍ ଟ୍ରାଡିସନାଲ ଓ ଛାତ୍ର ହୋଇପାରନ୍ତି ।

{"id":268285,"width":858,"height":644,"sizeSlug":"large"}

ଟ୍ରମ୍ପ ସରକାର ଅଭିଯୋଗ କରିଛନ୍ତି ଯେ, ଏହି ହ୍ୟାକରମାନଙ୍କୁ ୟୁଏସ୍ ଲ୍ୟାବ୍ ଓ ଏକାଡେମୀରୁ ଡାଟା ଚୋରି କରିବା ପାଇଁ କୁହାଯାଇଛି ।  ଚୀନ ବିରୋଧରେ ଏହି ଖବର ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଇରାନର କିଛି ହ୍ୟାକର ଗତ ସପ୍ତାହରେ ଆମେରିକାର ଡ୍ରଗ୍ ମେକର୍ ଏଜେନ୍ସି ଗାଇଲେଡ୍ ସାଇନସକୁ ଟାର୍ଗେଟ୍ କରିଥିଲେ ।

ଇରାନ ହ୍ୟାକରମାନେ ଏକ ଫେକ୍ ମେଲ୍ ଆଇଡି କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ପଠାଇଥିଲେ । କିନ୍ତୁ ଅଧିକାରୀଜଣଙ୍କ ଏହାକୁ ଲଗ୍ ଇନ୍ କରି ନଥିଲେ । ଫଳରେ ସାଇବର୍ ଆଟାକ୍ ସଫଳ ହୋଇପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.